ଶ୍ରେଣୀ

ଉଇକିଅଭିଧାନ‌ରୁ

ଶ୍ରେଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଶ୍ରି ଧତୁ=ସେବା କରିବା; ଆଶ୍ରୟ କରିବା+ କର୍ତ୍ତୃ. ନି)[ସମ୍ପାଦନା]

୧. ପଂକ୍ତି; ଧାଡ଼ି; ମାଳା;
ରାଜି —୧. Row; line; range.

୨. ସଂହତି; ଦଳ —୨. Rank.
୩. ସମୂହ —୩. A collection.
୪. ସମବ୍ୟବସାୟୀଙ୍କ ସମ୍ପ୍ରଦାୟ —୪. A company formed by many people of the same business.
୫. ସମଶିଳ୍ପିସଂହତି —୫. A trade-guild.
୬. ସମଧର୍ମୀଙ୍କ ସମ୍ପ୍ରଦାୟ —୬. A caste or sect of coreligionists.
୭. ସମ କର୍ମୀଙ୍କ ସମ୍ପ୍ରଦାୟ —୭. A society of co-workers.
୮. କ୍ଲାସ; ବିଦ୍ୟାଳୟରେ ସହପାଠୀଙ୍କ ଦଳ —୮. A class of students.

[ଦ୍ରଷ୍ଟବ୍ୟ —ଆଧୁନିକ ବିଦ୍ୟାଳୟମାନଙ୍କରେ ପାଠୋନ୍ନତିର କ୍ରମ ଅନୁସାରେ ଶ୍ରେଣୀମାନ ଗଢ଼ା ହୁଏ ଯଥା—ପ୍ରଥମ ଶ୍ରେଣୀ, ୨ୟ ଶ୍ରେଣୀ ପାଠ୍ୟ ବିଷୟ ଅନୁସାରେ ଶ୍ରେଣୀର ନାମ— ଡ୍ରଇଙ୍ଗ୍, ବିଜ୍ଞାନ, ସଂସ୍କୃତ ପଠନକ୍ରମ ଅନୁସାରେ ଶ୍ରେଣୀର ନାମ— ୧ୟ ବର୍ଷୀୟ, ୨ୟ ବର୍ଷୀୟ, ୩ୟ ବର୍ଷୀୟ, ୪ର୍ଥ ବର୍ଷୀୟ ପଢୁଥିବା ବାଳକଙ୍କ ଅନୁସାରେ ଯଥା— ଶିଶୁଶ୍ରେଣୀ]

୯. ଜଳସେଚନ ପାତ୍ର; ସେଚନୀ; ଶେଣା — ୯. A bag or basket for baling out water.
୧. ଚାଳ ଘରର ଶେଣି —୧୦. Pole-plates or wall-plates of thatched houses.
୧୧. ଏକ— ବର୍ଣ୍ଣ ବା ଏକ ଜାତି (ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର) ମଧ୍ୟରେ ଥିବା ଭିନ୍ନ ଭିନ୍ନ ସମ୍ପ୍ରଦାୟ —୧୧. Subsect; subcaste.