ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ବର୍ଣ୍ଣମାଳାର ଦ୍ୱାତ୍ରିଂଶ ବ୍ୟଞ୍ଜନ ବର୍ଣ୍ଣ —The ୩୨nd letter of the Oriya consonants.

[ ଦ୍ର—ଏହାର ଉଚ୍ଚାରଣ ସ୍ଥାନ ଦନ୍ତ ଏହା ଉଷ୍ମ ବା ଅଳ୍ପପ୍ରାଣ ବର୍ଣ୍ଣର ତୃତୀୟ ଅକ୍ଷର ଜିହ୍ୱାର ଅଗ୍ର ଦନ୍ତମୂଳର ନାମମାତ୍ର ସ୍ପର୍ଶ କଲେ ଏହି ଅକ୍ଷର ଉଚ୍ଚାରିତ ହୁଏ ଏ ବର୍ଣ୍ଣ ଛାମୁଦାନ୍ତ ସାହାଯ୍ୟରେ ଉଚ୍ଚାରିତ ହେଉଥିବାରୁ ଦନ୍ତହୀନ ଶିଶୁମାନେ ଓ ବୃଦ୍ଧମାନେ 'ସ' ଭଲକରି ଉଚ୍ଚାରଣ କରି ପାରନ୍ତି ନାହିଁ ଏହା ଇଂରାଜୀ 'S' ଓ ଫାରସୀ 'ସିନ୍' ଓ 'ସେ' ଅକ୍ଷରର ଉଚ୍ଚାରଣ ପରି କିନ୍ତୁ ଭାଷାରେ ଏହା ଉଚ୍ଚାରିତ ହେଲାବେଳେ ତାଳୁ ଓ ମୂର୍ଦ୍ଧାଆଡ଼କୁ ଜିଭ ଯାଏ ଏଥିପାଇଁ ଏହା ଶ (ଇଂରାଜୀ - ss) ଓ ଷ (ଇଂ, sh) ପରି ଉଚ୍ଚାରିତ ହୁଏ ସାଧାରଣତଃ କଥାଭାଷାରେ ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ ମଧ୍ୟରେ ପ୍ରଭେଦ ରକ୍ଷିତ ହୁଏ ନାହିଁ, ଅର୍ଥାତ୍ ଶ, ଷ, ସ ବର୍ଣ୍ଣଯୁକ୍ତ ଶବ୍ଦମାନ ପ୍ରାୟ ଏକ ପ୍ରକାର ଉଚ୍ଚାରିତ ହୁଏ 'ପ୍ରାକୃତ'ରେ ମଧ୍ୟ ଦେଖାଯାଏ ଯେ, ତାଲବ୍ୟ ଶ, ମୂର୍ଦ୍ଧନ୍ୟ ଷ ଓ ଦନ୍ତ୍ୟ ସ—ଯୁକ୍ତ ସଂସ୍କୃତମୂଳକ ଶବ୍ଦମାନ କେବଳ ମାତ୍ର ଦନ୍ତ୍ୟ ସ—ଯୁକ୍ତ ହୋଇ ଲେଖାଯାଏ କେତେକ ଶିକ୍ଷିତ ବ୍ୟକ୍ତିଙ୍କ ମତ ଏହି ଯେ, ଓଡ଼ିଆ ଭାଷା ସଂସ୍କୃତମୂଳକ ଥିବାରୁ ସଂସ୍କୃତର ଯେଉଁ ଶବ୍ଦରୁ ଓଡ଼ିଆ ଭାଷାର ପ୍ରଚଳିତ ଦେଶୀୟ ଶବ୍ଦଟି ଆସିଅଛି, ତାକୁ ସେହି ମୌଳିକ ଅକ୍ଷର (ଶ, ଷ ବା ସ) ଯୁକ୍ତ କରି ଭାଷାରେ ଲେଖିବାକୁ ହେବ ଓ ଅନ୍ୟ ପ୍ରକାରେ ଲେଖିଲେ ତାହା ଅଶୁଦ୍ଧ ହେବ ଯଥା— ଶିଆଳ (ସଂସ୍କୃତ - ଶୃଗାଳ), ଶୁଆ (ସଂସ୍କୃତ - ଶୁକ), ଷଣ୍ଢ (ସଂସ୍କୃତ - ଷଣ୍ଡ ବା ଷଣ୍ଢ), ସହୀ (ସଂ ସଖୀ), ସୁଅ (ସଂସ୍କୃତ - ସ୍ରୋତ), ଶୋଇବା (ସଂସ୍କୃତ - ଶୀ ଧାତୁ), ଶିଖିବା (ସଂସ୍କୃତ - ଶିକ୍ଷ୍ ଧାତୁ) ଇତ୍ୟାଦି

କିନ୍ତୁ ଓଡ଼ିଆ ଭାଷା ସାକ୍ଷାତ୍ ସଂବନ୍ଧର ସଂସ୍କୃତରୁ ନ ଆସି 'ପ୍ରାକୃତ'ରୁ ଆସିଥିବାର ଭୂରି ଭୂରି ପ୍ରମାଣ ଥିବାସ୍ଥଳେ ଏପରି କଟକଣା କେତେଦୂର ଯୁକ୍ତିଯୁକ୍ତ, ତାହା ଶିକ୍ଷିତ— ସାଧାରଣ ବିଚାର କରିବେ ଆହୁରି ଦେଖାଯାଏ ଯେ, ସଂସ୍କୃତରେ ମଧ୍ୟ ଏ କୁହେଳିକା ଛାଡ଼ିନାହିଁ ଉଦାହରଣ ସ୍ୱରୂପ ଦେଖାଯାଏ ଯେ, ସଂସ୍କୃତରେ ଅନେକ ଶବ୍ଦ 'ଶ' ଓ ବିକଳ୍ପରେ 'ସ' ଅକ୍ଷରବିଶିଷ୍ଟ ହୁଏ ଏବଂ କେତେକ 'ସ' ଯୁକ୍ତ ଧାତୁରୁ ନିଷ୍ପଳ ଶବ୍ଦ 'ଶ' ଓ 'ଷ' ଯୁକ୍ତ ହୁଏ ଏପରି ସ୍ଥଳେ ଓଡ଼ିଆରେ ଲେଖିଲାବେଳେ 'ଶିଆଳ' ଶୁଦ୍ଧ କି 'ସିଆଳ' ଶୁଦ୍ଧ ଏହା ନିର୍ଣ୍ଣୟ କରିବା ସହଜ ନୁହେ ଅନ୍ତଃସ୍ଥ 'ଯ', ବର୍ଗ୍ୟ 'ଜ' ଓ ହ୍ରସ୍ୱ 'ଇ', ଦୀର୍ଘ 'ଈ' ସମ୍ୱନ୍ଧରେ ମଧ୍ୟ ଏହାହିଁ ଦେଖାଯାଏ ଉଦାହରଣ ସ୍ୱରୂପ ଦେଖାଯାଉ ଯେ, ସଂସ୍କୃତ ଶବ୍ଦଭେଦପ୍ରକାଶ, ନାନାଥ ସଂଗ୍ରହ, ଭୂରିପ୍ରୟୋଗକୋଷ, ନାନାର୍ଥସମୁଚ୍ଚୟ, କଳ୍ପଦ୍ରୁମ, ତ୍ରିକାଣ୍ଡ କୋଷାଦି ଗ୍ରନ୍ଥମାନଙ୍କରେ ନିମ୍ନରେ ଲେଖା ଯାଉଥିବା ଶବ୍ଦମାନଙ୍କର ଭିନ୍ନ ଭିନ୍ନ ଆକାର ଅଛି ଏବଂ ଏଗୁଡ଼ିକର ଓଡ଼ିଆ ଆକାର ଅଶୁଦ୍ଧ ବୋଲି ବୋଲିବା ଆମ୍ଭମାନଙ୍କ ପକ୍ଷରେ ମୂର୍ଖତା ହେବ ଯଥା ===

ଶବ୍ଦ ରୁପାନ୍ତର

କୋଷ କୋଶ


ଷଣ୍ଡ(ଣ୍ଢ) ଶଣ୍ଡ(ଣ୍ଢ)

ବେଶ ବେଷ

ଶୂକର ସୂକର

ଶୃଗାଳ ସୃଗାଳ

ମୁସଳ ମୁଶଳ, ମୁଷଳ

କଳଶ କଳସ

ସୀହୁଣ୍ଡ (ସିଝୁ) ସିହୁଣ୍ଡ, ଶୋହୁଣ୍ଡ

ସୁନାସୀର ଶୁନାଶୀର, ଶୁନା—ସୀର, ସୁନାଶୀର

ଶୂନା ସୁନା

ପାଂଶୁ ପାଂସୁ

କିଶଳୟ କିସଳୟ, କିସଳ

କୁଶୀଦ କୁଷୀଦ, କୁସୀଦ

ଶର (କାଣ୍ଡ) ସର

ଶୁକ ସୁକ

ସ୍ରୋତଃ ଶ୍ରୋତଃ

ସୂର ସୁର

ଶୃଙ୍ଗ ସୃଙ୍ଗ

ସୁରଙ୍ଗ ଶୁରଙ୍ଗ

କିଂଶୁକ କିଂସୁକ

ଏଠାରେ ଶତ ଶତ ଦ୍ୱ୍ୟାକାରବିଶିଷ୍ଟ ଶବ୍ଦମଧ୍ୟରୁ କେବଳ କେତୋଟି ମାତ୍ର ଉଦାହରଣରୂପେ ଦିଆଗଲା ଏଥୁରୁ ଏହା ବୁଝିବାକୁ ହେବ ନାହିଁ ଯେ, ସଂସ୍କୃତ ଭାଷାରେ ଦନ୍ତ୍ୟ ସ, ତାଲବ୍ୟ ଶ ଓ ମୂର୍ଦ୍ଧନ୍ୟ ଷ ପ୍ରୟୋଗରେ ଶୁଦ୍ଧି ଓ ଅଶୁଦ୍ଧି ଧରାଯାଏ ନାହିଁ କିନ୍ତୁ ଏହି 'ଶୁଦ୍ଧି' 'ଅଶୁଦ୍ଧି' ବାରି ଠିକଣା କରିବା ପାଇଁ ଯେତେ 'ସଂସ୍କୃତ—ଭାଷା—ପାଣ୍ଡିତ୍ୟ' ଦରକାର, ତାହା ଓଡ଼ିଆ ଭାଷା ବ୍ୟବହାରକାରୀ କେତେ ଜଣଙ୍କର ଅଛି ? ପୁଣି ସଂସ୍କୃତରେ ମଧ୍ୟ ଏହି ସମସ୍ୟାର ଶେଷ ହୋଇ ପାରି ନାହିଁ; ଯଥା ===

ସନ୍ ଧାତୁ=ଦେବା, ବାଣ୍ଟିବା, ସେବା କରିବା+ ଡ ପ୍ରତ୍ୟୟହୋଇ ପଦ ବାହାରିଲା ଶଣ୍ଡ ଓ ଷଣ୍ଢ (=ବୃକ୍ଷ, ନପୁଂସକ)

ସୋ ଧାତୁ=ନାଶ କରିବା+କ୍ୱିପ୍=ଷଷ୍ (ଛଅ)

ଏଣୁ ଏଠାରେ ବକ୍ତବ୍ୟ ଏହି କି, ସଂସ୍କୃତ ଭାଷା ପାଇଁ ଯେତେ ପାଣ୍ଡିତ୍ୟ ଆବଶ୍ୟକ, ପ୍ରାକୃତ ଓ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସେତେ ପାଣ୍ଡିତ୍ୟ ଲୋଡ଼ା ନ ଥାଏ ଏଥି ପାଇଁ 'ପ୍ରାକୃତ'ରେ ଗୋଟିଏ 'ସ' ରଖି ଏ ସବୁ ଗୋଳ— ମାଳକୁ ଏଡ଼ିବାକୁ ହୋଇଅଛି ଓଡ଼ିଆ ଭାଷାରେ ମଧ୍ୟ ସେହି ଆଡ଼କୁ ଲକ୍ଷ୍ୟ ରହିଲେ ଭଲ ହୁଅନ୍ତା ବୋଲି କେତେକ ବ୍ୟକ୍ତିଙ୍କ ମତ ଅଟେ

ଆଜି ଯେଉଁ କରଣୀ ଲେଖା, କଚିରିଆ ଲେଖା 'ଅଶୁଦ୍ଧ' ବୋଲି ଶବ୍ଦକୋଷମାନଙ୍କରେ ସ୍ଥାନ ପାଇଁ ନାହିଁ, ଶତାବ୍ଦୀ ପରେ ସେ ସବୁ ପ୍ରତ୍ନତତ୍ତ୍ୱବିଦ୍ମାନଙ୍କ ହାବୁଡ଼େ ପଡ଼ିଲେ ସେମାନେ ଉକ୍ତ ଶବ୍ଦାବଳୀର ଅର୍ଥ କାଢ଼ିବାକୁ ବାଧ୍ୟ ହେବେ ଯାହା ଭାଷାରେ ଓ ବ୍ୟବହାରରେ ଚଳୁଅଛି ଓ ପୂର୍ବରୁ ଚଳି ଆସିଅଛି, ତାକୁ ଶବ୍ଦକୋଷର ସୀମାରୁ ତଡ଼ି ଦେବା ଯୁକ୍ତିଯୁକ୍ତ ବୋଧ ହେଉ ନାହିଁ ଉତ୍କଳର ପ୍ରାଚୀନ କବିମାନଙ୍କ ଲେଖାରେ ଏଥିର ଭୂରି ଭୂରି ପ୍ରମାଣ ରହି ଅଛି ସେମାନଙ୍କ ମଧ୍ୟରୁ ଅନେକ ସଂସ୍କୃତ ଜାଣୁ ନ ଥିଲେ ବୋଲି ଭୁଲ କରିଥିବେ; କିନ୍ତୁ ସେମାନେ ଉକ୍ତ 'ଅଶୁଦ୍ଧ' ଶବ୍ଦମାନଙ୍କୁ 'ଶୁଦ୍ଧ' ସଂସ୍କୃତମୂଳକ ଶବ୍ଦମାନଙ୍କ ଅର୍ଥରେ ଯେ ବ୍ୟବହାର କରିଅଛନ୍ତି, ଏ ବିଷୟ ମନା କରିବାର 'ଜୁ' ନାହିଁ

ଶ୍ରୀଯୁକ୍ତ ବିଜୟଚନ୍ଦ୍ର ମଜୁମଦାର "ଓଡ଼ିଆ ସାହିତ୍ୟ ପରିଚୟ" ନାମକ ତିନି ଖଣ୍ଡ ଗ୍ରନ୍ଥରେ ଯେଉଁ ଯେଉଁ ଗଦ୍ୟ ଓ ପଦ୍ୟମାନି ଉଦ୍ଧାର କରିଅଛନ୍ତି ଓ ଅଧ୍ୟାପକ ରାୟସାହେବ ଆର୍ତ୍ତବଲ୍ଲଭ ମହାନ୍ତିଯେଉଁ କେତେଖଣ୍ଡି ଗ୍ରନ୍ଥ ପ୍ରକାଶ କରି ଅଛନ୍ତି, ସେଥିରେ ଓ ଓଡ଼ିଆର ପ୍ରାଚୀନ ଚଉତିଶା— ମାନଙ୍କରେ ମଧ୍ୟ ଏଥିର ଭୂରି ଭୂରି ପ୍ରମାଣ ମିଳେ ଏଠାରେ କେବଳମାତ୍ର ଗୋଟିକେତେ ଉଦାହରଣ ଦେଲେ ଯଥେଷ୍ଟ ହେବ

ସଂସ୍କୃତ ରୂପାନ୍ତର

ଆୟୁସ୍ ଆଉଶ

ଦେଶ ଦେସ

ଉତ୍ତରେଶ୍ୱର ଉତ୍ତ୍ରେସର

ସିଦ୍ଧେଶ୍ୱର ସୀଧେସ୍ୱର

ସାମନ୍ତସିଂହାର ସାନ୍ତସିଂହାର

ଶତ୍ରୁଞ୍ଜୟ ଶତ୍ରୁଜୟ

ସୂତ୍ର ଶୁତ୍ର

ଭାଷାରେ ଦେଶୀୟ ଓ ଅପଭ୍ରଷ୍ଟ ଶବ୍ଦମାନଙ୍କର ୩ ଗୋଟି ଶ, ଷ ଓ ସର ବ୍ୟବହାରରେ ପାର୍ଥକ୍ୟ ରଖାଯାଉ ନ ଥିବାରୁ ଏବଂ ଇଂରେଜୀ, ଫାରସୀ ଆଦି ଅନ୍ୟ ଭାଷାଗତ ଶବ୍ଦମାନଙ୍କୁ ଲେଖକମାନେ ନିଜ ରୁଚି ଅନୁସାରେ ଶ, ଷ ଓ ସ ଯୁକ୍ତ କରି ବ୍ୟବହାର କରୁଥିବାରୁ ଏହି ଭାଷା କୋଷରେ ଏହି ସାଧାରଣ ନିୟମ ଅନୁସୃତ ହୋଇଅଛି ଯେ, ସଂସ୍କୃତ ଓ ସଂସ୍କୃତମୂଳକ ଶବ୍ଦମାନ ଯେଉଁ ଅକ୍ଷର (ଶି, ଷ, ସ) ବିଶିଷ୍ଟ, ସେମାନଙ୍କୁ ସେହି ଶ, ଷ, ବା ସ ବର୍ଣ୍ଣ ତଳେ ଲେଖା ଯାଇଅଛି ଓ ତାହା ଛ଼ଡ଼ା 'ସ' ଉଚାରଣଯୁକ୍ତ ଅନ୍ୟ ଶବ୍ଦମାନ ଏହି ଦନ୍ତ୍ୟ 'ସ' ତଳେ ଦିଆ ଯାଇଅଛ ଯଦି କୌଣସି ସ୍ଥଳରେ 'ଶ' 'ଷ' ବିଶିଷ୍ଟ

ଦେଶୀୟ ଶବ୍ଦମାନ ଏ ଭାଷାକୋଷରେ ସେହି ସେହି ଅକ୍ଷର ତଳେ ନ ମିଳିବ, ତେବେ ସେଗୁ଼ଡ଼ିକୁ ଏହି 'ସ' ତଳେ ଖୋଜିବାକୁ ହେବ କେବଳ ସଂସ୍କୃତର 'ଷତ୍ୱ ବିଧାନ' ଅନୁସାରେ 'ଷ୍କ' ଓ 'ଷ୍ଟ' ଯୁକ୍ତ ବିଦେଶାଗତ ଶବ୍ଦମାନ 'ଷ' ତଳେ ଲେଖା ଯାଇଥିଲେହେଁ, ତାହା କେତେକ ବିଶିଷ୍ଟ ଲେଖକ ସ୍କ, ସ୍ଟ ଆକାରରେ ମଧ୍ୟ ବ୍ୟବହାର କରୁଥିବା ଦେଖାଯାଏ 

ସର କରଣୀ ଆକାର /?/

ସା " " /?/

ସି " " /?/

ସା " " /?/

ସୁ " " /?/

ସେ " " /?/

ସୋ " " /?/

ଇତ୍ୟାଦି ]



ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସୋ ଧାତୁ=ଗତି କରିବା, ନାଶ କରିବା ଇତ୍ୟାଦି+ କର୍ତ୍ତୃ. ଅ=ଯେ ଗମନ କରେ ବା ନାଶ କରେ ଇତ୍ୟାଦି)[ସମ୍ପାଦନା]

୧. ଶିବ; ମହାଦେବ —୧. God Ṡiba.
୨. ବିଷ୍ଣୁ —୨. God Bishṇu.
୩. ଚନ୍ଦ୍ର —୩. The moon.
୪. ବାୟୁ —୪. Air; wind.
୫. ଜୀବାତ୍ମା —୫. The Living Soul; the Spirit inhabiting the body of a living being.
୬. ଜ୍ଞାନ —୬. Knowledge.
୭. ଚିନ୍ତା —୭. Thought.
୮. ଦୀପ୍ତି —୮. Lustre.
୯. ସର୍ପ —୯. Serpent.
୧. ଭୃଗ; ପର୍ବତାଦିର ଢାଲୁ ପ୍ରଦେଶ —୧୦. Mountain-slope; precipice.
୧୧. ପର୍ବତୋପରିସ୍ଥ ଉଚ୍ଚ ସମତଳ ପ୍ରଦେଶ —୧୧. Table-land.
୧୨. ଭୃଗୁମୁନି; ଶୁତ୍ରାଚାର୍ଯ୍ୟ —୧୨. The sage Bhṛugu; the preceptor of the Demons.

ସଂସ୍କୃତ - ବିଶେଷଣ - (ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୁଏ ଓ ଉକ୍ତ ରୂପେ ନିଷ୍ଣନ୍ନ ପଦ ବିଶେଷଣ ହୁଏ)[ସମ୍ପାଦନା]

୧. (ଅମୁକ) ସହିତ ବର୍ତ୍ତମାନ; ସହିତ ମିଶ୍ରିତ —୧. Present with; accompanied with or by; mixed with (something).

(ଯଥା—ସପୁତ୍ର, ସଟୀକ, ସଶର୍କର)

୨. (ଅମୁକ) ସହିତ ସମାନ; ଠାରୁ ଅଭିନ୍ନ —୨. Equal in (something); having the same or similar (something).

(ଯଥା—ସଗୋତ୍ର, ସଜାତି, ସଧର୍ମ)

୩. ଯହିଁରେ (ଅମୁକ) ଉପସ୍ଥିତ ଥାଏ — ୩. In which (such a thing) is present.

(ଯଥା—ସହୀବ, ସବଳ, ସଜଳ)

ଦେଶଜ - ବି—ସ (ସଃ)[ସମ୍ପାଦନା]

(କଚିରିଆ ସାଙ୍କେତିକ) ସରେନ ଓ (ମକଦ୍ଦମା) —Original (Suit).