ସଂକ୍ରାନ୍ତି ଚକ୍ର

ଉଇକିଅଭିଧାନ‌ରୁ

ସଂକ୍ରାନ୍ତି ଚକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂକ୍ରାନ୍ତି ପୁରୁଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଫଳିତ ଜ୍ୟୋତିଷ)[ସମ୍ପାଦନା]

ପ୍ରତ୍ୟେକ ମନୁଷ୍ୟର ଶୁଭାଶୁଭ ଜ୍ଞାପକ ନକ୍ଷତ୍ରାଙ୍କିତ ନରାକାର ଚକ୍ର —(Astrology) A figure of man, in the different limbs of which the ୨୭ asterisms are placed and from which the good or evil of persons born under particular asterisms (during the coming month) is predicted.

[ଦ୍ରଷ୍ଟବ୍ୟ —ସଂକ୍ରାନ୍ତି ଚକ୍ରକୁ ଗୋଟିଏ ମନୁଷ୍ୟ ରୂପରେ ଲେଖି ଉକ୍ତ ମନୁଷ୍ୟର ମସ୍ତକ, ମୁଖ, ହୃଦୟ, ଦକ୍ଷିଣ ଓ ବାମହସ୍ତ, ଦକ୍ଷିଣ ଓ ବାମପାଦ, ଦକ୍ଷିଣ ଓ ବାମ ନେତ୍ର ଏବଂ ଗୁହ୍ୟ ସ୍ଥାନମାନଙ୍କରେ ନିର୍ଦ୍ଦିଷ୍ଟ ନକ୍ଷତ୍ରମାନ ଲେଖିବାକୁ ହୁଏ ଉକ୍ତ ବିଭିନ୍ନ ନକ୍ଷତ୍ରମାନଙ୍କର ଉକ୍ତ ପୁରୁଷର ବିଭିନ୍ନ ଅଙ୍ଗରେ ଅବସ୍ଥିତିଦ୍ୱାରା ଫଳିତ ଜ୍ୟୋତିଃ— ଶାସ୍ତ୍ରୋକ୍ତ ଶୁଭାଶୁଭ ଫଳ ଜଣାଯାଏ କୌଣସି ମନୁଷ୍ୟର ଜନ୍ମ ନକ୍ଷତ୍ର ଉକ୍ତ ଚକ୍ରର ଯେଉଁ ଅଙ୍ଗରେ ଥାଏ, ସେହି ମନୁଷ୍ୟର ତଦ୍ରୂପ ନିର୍ଦିଷ୍ଟ ଶୁଭାଶୁଭ ଫଳ ଲାଭ ହୁଏ ସୂର୍ଯ୍ୟ ଯେଉଁ ନକ୍ଷତ୍ରରେ ଚଳନ୍ତି, ତତ୍ ପରବର୍ତ୍ତୀ ନକ୍ଷତ୍ର— ଠାରୁ ଆରମ୍ଭ କରି ୨୭: ନକ୍ଷତ୍ରଙ୍କୁ ଉକ୍ତ ପୁରୁଷର ଯଥା— କ୍ରମେ ମସ୍ତକାଦିରେ ଲେଖି ଫଳ ଜାଣିବାକୁ ହୁଏ ମହାବିଷୁବ, ଜଳ ବିଶୁବ, ଉତ୍ତରାୟଣ, ଦକ୍ଷିଣୟନ ବିଷ୍ଣିପଦୀ ଓ ଷଡ଼ଶୀତି ସଂକ୍ରାନ୍ତିରେ ନକ୍ଷତ୍ରମାନଙ୍କୁ ଉକ୍ତ ପୁରୁଷର ଭିନ୍ନ ଭିନ୍ନ ଅଙ୍ଗରେ ସନ୍ନିବେଶିତ କରାଯାଏ ଉଦାହରଣ ସ୍ୱରୂପ—ମହାବିଷୁବ ସଂକ୍ରାନ୍ତିରେ ରବି 'ଅଶ୍ୱିନୀ' (୧ ନକ୍ଷତ୍ର)କୁ ଚଳିଲେ ଏତଏବ ଉକ୍ତ ପୁରୁଷର ମସ୍ତକରେ ୭ଟି ନକ୍ଷତ୍ର (୨୩୪୫୬୭୮: ), ମୁଖରେ ୩ଟି (୯୧୧୧: ), ହୃଦୟରେ ୫ଟି (୧୨୧୩୧୪୧୫୧୬: ), ଦକ୍ଷିଣ ହସ୍ତରେ ୩ଟି (୧୭୧୮୧୯: ), ବାମ ହସ୍ତରେ ୩ଟି (୨୨୧୨୨: ), ଦକ୍ଷିଣ ପାଦରେ ୩ଟି (୨୩୨୪୨୫: ) ବାମ ପାଦରେ ୩ଟି (୨୬୨୭୧: ) ଲେଖି ଜ୍ୟୋତିଃଶାସ୍ତ୍ର ମତେ ଫଳ ଜାଣିବାକୁ ହେବ; ଯଥା—ମସ୍ତକେ ରାଜପୁଜା, ମୁଖେ ପଟୁତା, ହୃଦୟେ ଧନଲାଭ, ଦକ୍ଷିଣହସ୍ତେ, ଅର୍ଥପ୍ରାପ୍ତି, କାମ, ହସ୍ତେ, ଦୁଃଖ, ଦକ୍ଷିଣ ପାଦେ, ସୁଖ, ବାମ ପଦେ ଭ୍ରମଣ]