ସଂଗ୍ରାମ ସିଂହ

ଉଇକିଅଭିଧାନ‌ରୁ

ସଂଗ୍ରାମ ସିଂହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ରାଣା ସଂଗ୍ରାମ ସିଂହ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ନାମ)

ରାଜପୁତାନା ଅନ୍ତର୍ଗତ ଚିତୋରର ସୁପ୍ରସିଦ୍ଧ ରାଣା (ରାଜା) — Name of a famous king of Chitor in Rājputānā.

[ଉ—ପ୍ରଥମେ ଚିତୋର ରାଜା ରାଣା ସଂଗ୍ରାମ ସିଂହ ଭାରତର ପଠାଣ ସମ୍ରାଟ ଇବାହିମ ଲୋଦିଙ୍କ ଅତ୍ୟାଚାରରେ ବିରକ୍ତ ହୋଇ ବିଦ୍ରୋହି ହେଲେ ଏବଂ ଇବ୍ରାହିମ୍ଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ସଂଗ୍ରାମ ସିଂହ କାବୁଲର ରାଜା ବାବରଙ୍କୁ ଆହ୍ୱାନ ପୂର୍ବକ ତାହାଙ୍କ ସଙ୍ଗେ ମିଶି ପ୍ରଥମ ପାଣିପଥ ଯୁଦ୍ଧ (୧୫୨୬: ସାଲରେ) କରି ଇବ୍ରାହିମ ଲୋଦୀଙ୍କୁ ପରାସ୍ତ କଲେ କିନ୍ତୁ ବାବର ଏ ଯୁଦ୍ଧ ପରେ ନିଜ ରାଜଧାନୀ କାବୁଲକୁ ଫେରି ନ ଯାଇ ଭାରତରେ ରହି ଦିଲ୍ଲୀଠାରେ ରାଜଧାନୀ କରି ମୋଗଲ ସାମ୍ରାଜ୍ୟର ମୂଳଭିର୍ତ୍ତି ସ୍ଥାପନ କଲେ ଫଳରେ ଭାରତ ସାମ୍ରାଜ୍ୟ ଗୋଟିଏ ହୀନବଳ ମୁସଲମାନ ରାଜବଂଶ (ଲୋଦୀ)ଙ୍କ ହାତରୁ ଯାଇ ପ୍ରବଳତର ଅନ୍ୟ ଏକ ମୁସଲମାନ ରାଜବଂଶ (ମୋଗଲ)ଙ୍କ କରାୟତ୍ତ ହେଲା ପରେ ସଂଗ୍ରାମ ସିଂହ ବାବରଙ୍କର ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା ରୂପ ଗୂଢ଼ ଉଦ୍ଦେଶ୍ୟ ବୁଝି ପାରି ଜନୈକ ମୁସଲମାନ ରାଜାଙ୍କ ସଙ୍ଗେ ଯୋଗ ଦେଇ ବାବରଙ୍କୁ ଦିଲ୍ଲୀରୁ ତଡ଼ିବା ପାଇଁ ତାଙ୍କ ସଙ୍ଗେ ଯୁଦ୍ଧ କଲେ କିନ୍ତୁ ଶିତ୍ରୀ ନାମକ ରଣକ୍ଷେତ୍ରରେ (୧୫୨୭: ସାଲରେ) ନିଜେ ପରାଜିତ ହୋଇ ପରବର୍ଷ ମୃତ ହେଲେ

ଗୁଜରାଟର ସୁଲତାନ ବାହାଦୁର ସାହା ୧୫୩୫ : ସାଲରେ ଚିତତୋର ଦୁର୍ଗ ଆକ୍ରମଣ କରିବାରୁ ସଂଗ୍ରାମସିଂହଙ୍କ ବିଧବା ରାଣୀ 'କର୍ଣ୍ଣାବତୀ' ବାବାରଙ୍କ ପୁତ୍ର ସମ୍ରାଟ ହୁମାୟୁନଙ୍କ ନିକଟକୁ (ରାଜପୁତ ଜାତୀୟ ରାଖୀବନ୍ଧନ ପ୍ରଥାନୁମୋଦିତ) ରାଖୀ ପଠାଇ ବାହାଦୂର ସାହାଙ୍କ

ସଙ୍ଗେ ଯୁଦ୍ଧ କିରବାକୁ ହୁମାୟୁନଙ୍କୁ ନିମନ୍ତ୍ରଣ କଲେ; କିନ୍ତୁ ହୁମାୟୁନ ଠିକ୍ ବେଳରେ ସୈନ୍ୟସହ ନ ପହଞ୍ଚିବାରୁ ବାହାଦୂର ସାହା ଚିତୋର ଦୁର୍ଗକୁ ଅଧିକାର କଲେ ମାତ୍ର ୧୫୩୭: ସାଲରେ ହୁମାୟୁନ୍ ବାହାଦୁର ସାହାଙ୍କୁ ପରାସ୍ତ କରି ଚିତୋର ଦୁର୍ଗ ଅଧିକାର କଲେ]