ସଂହିତା

ଉଇକିଅଭିଧାନ‌ରୁ

ସଂହିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+ଧା. ଧାତୁ+କର୍ମ. ତ+ଆ)[ସମ୍ପାଦନା]

୧. ନାନା ସ୍ଥଳରୁ ସଂଗୃହୀତ ବା ସଂକଳିତ ଗ୍ରନ୍ଥ —୧. A compilation.
୨. ମନ୍ୱାଦି ସ୍ମୃତି, ସ୍ମୃତି ଶାସ୍ତ୍ର —୨. The compilation or code of law by Manu and others.
[ଦ୍ରଷ୍ଟବ୍ୟ —ମନ୍ମାଦି ସମସ୍ତ ସଂହିତାର ସଂଖ୍ୟା କୋଡ଼ିଏ ଏହି ସ୍ମୁତି ଗ୍ରନ୍ଥମାନଙ୍କର ନାମ, ଯଥା: ୧. ମନୁ, ୨. ଅତ୍ରି, ୩. ବିଷ୍ଣୁ, ୪. ହାରିତ, ୫. ଯାଜ୍ଞବଲ୍ୟ୍ମ, ୬. ଉଶନା, ୭. ଅଙ୍ଗିରା, ୮. ଯମ, ୯. ଆପସ୍ତମ୍ଭ, ୧୦. ସମ୍ୱର୍ତ୍ତ, ୧୧. କାତ୍ୟାୟନ, ୧୨. ବୃହସ୍ପତି, ୧୩. ପରାଶର, ୧୪. ବ୍ୟାସ, ୧୫. ଶଙ୍ଖ, ୧୬. ଲିଖିତ, ୧୭. ଦକ୍ଷ, ୧୮. ଗୌତମ, ୧୯. ଶତାତପ, ୨୦. ବଶିଷ୍ଠ । ଏମାନଙ୍କ ମଧ୍ୟରୁ ମନୁ, ଯାଜ୍ଞ୍ୟବଲ୍ଲ୍ୟ ଓ ପରାଶରଙ୍କ ସଂହିତାରେ ଲିଖିତ ବିଧିମାନ ଦେଶରେ ପରିପାଳିତ ହେଉଅଛି । ଭୃଗୁଙ୍କ ନାମ ସ୍ମୃତିକାରଙ୍କ ମଧ୍ୟରେ ନଥିଲେହେଁ ଭୃଗୁ ଜଣେ ସଂହିତାକାର ଅଟନ୍ତି । ]
୩. ବେଦର ଶାଖା ବିଶେଷ —୩. Vedic texts arranged into codes.
୪. ବୈଦିକ କର୍ମକାଣ୍ଡ —୪. The body of religious ceremonies and rites enjoined in the Vedas.