ସଘାଂଡ଼ିବା

ଉଇକିଅଭିଧାନ‌ରୁ

ସଘାଂଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସଘଂଟ)[ସମ୍ପାଦନା]

୧. ବହୁ ପଦାର୍ଥକୁ ବା ବହୁ ଉପାଦାନକୁ ଏକତ୍ର ମିଶ୍ରିତ କରିବା —୧. To mix up many materials.
୨. ତିଅଣରେ ପଡ଼ିଥିବା ଭିନ୍ନ ଭିନ୍ନ ପ୍ରକାରର ପରିବା ଆଦି ସିଝିଗଲା ପରେ ତାହାକୁ ଗୋଳାଇ ବା ଘାଣ୍ଟି ମିଶାଇ ଦେବା; ତିଅଣକୁ ଘୋରିବା ବା ଘୋଟିବା —୨. To reduce the boiling curry into a consistent mixture by agitating the boiled ingredients.
୩. ନବପ୍ରସୂତି ଗାଈ ନିଜ ବାଛୁରିକୁ ନ ଆଦରିଲେ ବା ସୁରୁଖୁରୁରେ ଦୁଧ ଦୁହାଁଇ ନ ଦେଲେ, କିମ୍ୱା ଗାଈର ବାଛୁରୀ ମରିଗଲେ ତାଠାରୁ ଦୁଧ ଦୁହିଁବା ପାଇଁ ତା ନିଜର ବାଛୁରି ପରି ଅନ୍ୟ ଗାଈର ବାଛୁରିକୁ ଅଥବା ବାଛୁରିର ଗୋଟିଏ ମୂର୍ତ୍ତି କରି ତାକୁ ଗାଈ ଆଗରେ ଠିଆ କରାଇ ସେହି ନକଲି ବାଛୁରି ଦେହରେ ମହୁ, ଲୁଣ ଆଦି ଲୋଭନୀୟ ପଦାର୍ଥ ଲଗାଇ ଗାଈକୁ ଚଟାଇ ଓ ଚୁଚୁକାଳି ମାରି ଗାଇକୁ ଆଉଁସିବା, କୋମଳ ବଚନ କହିବା ଓ ଏତଦ୍ଭିନ୍ନ ଅନ୍ୟ ଉପାୟ ପ୍ରୟୋଗ କରିବା; ଗାଈକୁ ସୁଧାରିବା —୩. To employ various means to a milch-cow which is not allowing herself to milked, in order that she can be easily milked.

ଅନୁବାଦ[ସମ୍ପାଦନା]

୪. ଦୁଇଟି ଗୋରୁଙ୍କୁ ପଘାରେ ପରସ୍ପର ସହିତ ଛନ୍ଦି ବଣରେ ବା ପଡ଼ିଆରେ ଚରିବା ପାଇଁ ଛାଡ଼ି ଦେବା —୪. To tie two cattle together and leave them for grazing in jungle or field.