ସଙ୍ଘା

ଉଇକିଅଭିଧାନ‌ରୁ

ସଙ୍ଘା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଅସଙ୍ଗା—ବିପରୀତ)

ଦେଶଜ - ବିଶେଷ୍ୟ - (ସନ୍ଜ୍ ଧାତୁ=ସଂଲଗ୍ନ ହେବା)[ସମ୍ପାଦନା]

୧. ଚାଳ ତଳେ ଓ କାନ୍ଥ ଉପରେ ବାଉଁଶ ପକାଇ ଦ୍ରବ୍ୟାଦି ରଖିବା ନିମନ୍ତେ କରାଯିବା ଭାଡି — ୧. A scaffolding made of bamboos inside the triangular thatch.

[ଦ୍ରଷ୍ଟବ୍ୟ —ବରଷାରେ ଜାଳ ଲାଗି ହେଲୁଁ ହରବର, ସଙ୍ଗାରେ ଥିଲା ସେ ତାକୁ ଖିଲା ମାଇପ, ସବୁଯାକ ଜାଳିଜୁଳି ରାନ୍ଧି ଦେଲା ଭାତ ଭିକାରୀ. କଟକବିଜୟ]

୨. (ସଂସ୍କୃତ - ସଙ୍ଗମ) ସଙ୍ଘିବା; ପଶୁମାନଙ୍କର ମୈଥୁନ —୨. Copulation of beasts (i.e. a bull-copulating with a cow).

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

୧. ଘରର ଉରା —୧. The cross-beam of a thatched house.
୨. (ତୁଳ. ହିନ୍ଦୀ - ସଗାଇ)— (ବାଲେଶ୍ୱର, ଧଳଭୂମ, ମେଦିନୀପୁର) ବି—ଶୂଦ୍ରମାନଙ୍କ 'ଦୁତୀୟ' ବିବାହ ପ୍ରଥା —୨. Window marriage amonst the Ṡūdras.

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

୧. ଶକଟ ବହନକାରୀ —୧. A bullock which draws carts.
୨. (ପୁଂ ଓ ସ୍ତ୍ରୀ) ଯେଉଁ ପଶୁ ମୈଥୁନ କରିଅଛି; କୃତସଙ୍ଗମ —୨. (a beast) Which has already copul ted.



ସଙ୍ଘା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଅସଙ୍ଘା—ବିପରୀତ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ସନ୍ଜ୍ ଧାତୁ=ସଂଲଗ୍ନ ହେବାରୁ ଉତ୍ପନ୍ନ 'ସଙ୍ଘ' ଶବ୍ଦ; କାରଣ ସଙ୍ଘାରେ ଏକ ସଙ୍ଗେ ଅନେକ ଗୁଡିଏ ବାଉଁଶ ପଡିଥାଏ; କିମ୍ୱା ସଂସ୍କୃତ - ସଙ୍ଘ=ସମୂହ କାରଣ ଅନେକ ବା ଶପକାଇ ସଙ୍ଘା ତିଆରି କରାଯାଏ)— ଚାଳ ଘରର ତ୍ରିକୋଣକାର ଚାଳର ତଳେ ଓ ପରସ୍ପର ବିପରୀତ କାନ୍ଥମାନଙ୍କ ଉପରେ ଗୁଡିଏ ବାଉଁଶକୁ ଲଗାଲଗି କରି ଆଡ଼ବାଗରେ ପକାଇ ତିଆରି କରାଯିବା ଭାଡି — ୧. A scaffolding or staging consisting of bamboos put below the triangular portion of the thatch and plaited together, on the tops of opposite walls crosswise and used to store fuel etc.

[ଦ୍ରଷ୍ଟବ୍ୟ —ଏହି ସଙ୍ଘାରେ ଶୁଖିଲା ନଡିଆ ରଖି ଦେଲେ ଦିନା— କେତେ ବାଦ୍ ନଡିଆମଧ୍ୟରୁ ପାଣି ମରିଯାଇ ଉକ୍ତ ନଡିଆମାନେ 'ଖୁରୁଡ' ହୋଇଯାଏ ଗୁହାଳ ଘରେ ଓ ରୋଷେଇ ଘରେ ସଙ୍ଘା ତିଆରି କରାଯାଏ କାରଣ ସେଥିରେ ରଖାଯିବା ଜାଳ କାଠ ଓ ଘଷି ଆଦି ଉକ୍ତ ଗୃହ ମଧ୍ୟସ୍ଥ ଚୁଲିରୁ ଓ ନିଆଁରୁ ଉଠିବା ଧୂଆଁଦ୍ୱାରା ଶୀଘ୍ର ଶୁଖିଯାଏ]

୨. ଗଛରୁ ତୋଳାଯିବା ନଡିଆମାନଙ୍କୁ ଶୁଖାଇବା ଉଦ୍ଦେଶ୍ୟରେ ଧାଡି ଧାଡି ହୋଇ ପୋତାଇଥିବା ବାଉଁଶ —୨. Rows of single bamboos erected on the floor, to which pairs of whole cocoanuts are attached (one pair over the other) so as to cause the newly plucked cocoanuts to become dry.

[ଦ୍ରଷ୍ଟବ୍ୟ —ଗଛରୁ ତୋଳା ଯାଇଥିବା ନଡିଆ ସବୁକୁ ଚୋପା ଲାଗିଥଇବା ଅବସ୍ଥାରେ ଆଣି ଉକ୍ତ ଚୋପାରୁ ଟିକିଏ ଲେଖାଏଁ ଛେଲି ବା ଲାସିକୁ କାଢି ଦୁଇଟି ନଡିଆର ଲାସିକୁ ଗଇଁଠାଇ ଉକ୍ତ ନଡିଆ ଦୁଇଟିକୁ ପରସ୍ପର ସହିତ ସଂଲଗ୍ନ କରାଯାଏ ଏହି କାର୍ଯ୍ୟକୁ 'ସିନ୍ଦୋଳିବା' କହନ୍ତି ଏହିପରି ସିନ୍ଦୁଳା ହୋଇଥିବା ନଡିଆର ଯୋଡମାନଙ୍କୁ ଭୂଇଁରେ ପୋତା ହୋଇଥିବା ବାଉଁଷ (ସଙ୍ଘା) ଦେହରେ ଉପର୍ଯ୍ୟୁପରି ଛନ୍ଦି ରଖାଯାଏ ଏପରି ରଖିବାଦ୍ୱାରା ନଡିଆ ସବୁ ଶୁଖିବାକୁ ଅଳ୍ପସମୟ ଲାଗେ]

୩: (ସଂସ୍କୃତ - ସଂଗମ)— ସଙ୍ଘିବା; ଗାଭୀ ସହିତ ବୃଷର ସଂଗମ —୩. Cohabitation of a bull with a cow.

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ସଙ୍ଗ; ଶଗଡ ସଙ୍ଗେ ବଳଦ ସଂଯୋଜିତ ହେଉଥିବାରୁ) —ଶକଟବାହୀ (ବଳଦ) —୧. Drawing a cart (bull).
୨. ସ୍ତ୍ରୀ (ସଂସ୍କୃତ - ସଙ୍ଗମ) ବୃଷ ସହିତ ସହବାସ କରିଥିବା ଗାଭୀ —୨. Having been cohabited by a bull (cow).
୩. ପୁଂ. (ସଂସ୍କୃତ - ସଙ୍ଗମ) ଗାଭୀ ସଙ୍ଗେ ସହବାସ କରିଥିବା (ବୃଷ) —୩. Having cohabited with a cow (bull).

ପ୍ରାଦେଶିକ -[ସମ୍ପାଦନା]

୧. (ସମ୍ୱଲପୁର) କାନ୍ଥକୁରା —୧. Wall-niche.
୨. (ସିଂହଭୂମ) ସଙ୍ଗା (ଦେଖ) - —୨. Saṅgā (See)
୩. (ସମ୍ୱଲପୁର) ଜିନିଷ ରଖିବା ପାଇଁ କାନ୍ଥରେ ମରା ଯାଇଥିବା ପଟା —୩. A wooden plate attached to a wall and used as bracket.