ସଜାଡ଼ିବା

ଉଇକିଅଭିଧାନ‌ରୁ

ସଜାଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବିଗାଡ଼ିବା—ବିପରୀତ)

(ସଜାଡ଼ିବା—ଣିଜନ୍ତରୂପ)

ଦେଶଜ - କ୍ରି. (ସଂସ୍କୃତ - ସସଜ୍ ଧାତୁ)[ସମ୍ପାଦନା]

୧. ସଜ୍ଜିତ କରିବା — ୧. To furnish.
୨. ସୁସଜ୍ଜିତ କରିବା — ୨. To equip; to fit up.

[ଉ—ଆଣିଥିଲୁ ଭାଳି କେତେ କଥା, ଘନପ୍ରଭା ସୂନଗଭା ଅତି ଯତନେ ସଜାଡ଼ିଲେ କବିସୂର୍ଯ୍ୟ. ସଙ୍ଗୀତ]

୩. ନିର୍ମାଣ କରିବା —୩. To build.

(ଉ—ଶୂନ୍ୟ ଗଗନେ ସଜାଡ଼ି ନିବାସ, ଉଡ଼ୁଛୁ ଖାଲି ବାଆରେ—ଭିକାରୀ— ଚରଣ. ଗୀତଲହରୀ]

୪. ସର୍ଜ୍ଜନ କରିବା —୪. To create.

(ଉ—ନାଭିର ଉପରକୁ ବଜ୍ରେ ଦୃଢ଼ କରି, ସଜାଡ଼ିଛନ୍ତି ତୁମ୍ଭ କାୟା ତ୍ରିପୁରାରି କୃଷ୍ଣସିଂହ. ମହାଭାରତ. ବନ)

୫. ମରାମତ କରିବା; ସୁସଂସ୍କୃତ କରିବା — ୫. To repair.
୬. ବିଶୃଙ୍ଖଳ ବସ୍ତୁକୁ ସୁସୃଙ୍ଖଳ କରିବା —୬. To set right.
୭. ସୁବିନ୍ୟସ୍ତ କରିବା; ଯଥାସ୍ଥାନାବସ୍ଥିତ ବା ଯଥାବସ୍ଥାବସ୍ଥିତ କରିବା — ୭. To arrange well.
୮. ରୁଗ୍ଣ ଶରୀରକୁ ରୋଗମୁକ୍ତ କରିବା —୮. To cure (a person of illness).
୯. ପରିଷ୍କୃତ ପରିଚ୍ଛନ୍ନ କରିବା —୯. To make neat and clean.
୧. ଫିଟି ଯାଇଥିବା କାଳ, ଲୁଗା ପଟା ଆଦିକୁ ସୁବିନ୍ୟସ୍ତ କରିବା —୧୦. To re-arrange the hair or dress which has been out of order.
୧୧. ଅସୁବିଧାଗ୍ରସ୍ତ ବିଷୟକୁ ସୁବିଧାଜନକ କରିବା —୧୧. To set matters right.
୧୨. ଯତ୍ନପୂର୍ବକ କୌଣସି କାର୍ଯ୍ୟ କରିବା — ୧୨. To do a thing with care.