ସତରଞ୍ଜ

ଉଇକିଅଭିଧାନ‌ରୁ

ସତରଞ୍ଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ସତର[ରେ]ଙ୍ଗି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଶତ୍ର଼୍ଜା)[ସମ୍ପାଦନା]

ଚତୁ— ରଙ୍ଗ ପାଲି ପରି ଘରା ଘରା ହୋଇ ବୁଣା ହୋଇଥିବା ମୋଟା ସୂତାର ବିଛଣା; ଦରୀ —Durry; a carpet made of cotton thread.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁରଙ୍ଗ)—(ଏହି ଆରବୀ - ଓ ଫାରାସୀ - ସାଦ୍ରଞ୍ଜ୍ ଖେଳ ଉତ୍ପନ୍ନ ହୋଇଅଛି; ଆରବୀ ଭାଷାରେ ସତ୍= ୧ ଲୋକଙ୍କୁ ଯେ ରଞ୍ଜେ ବା ଆନନ୍ଦିତ କରାଏ (ରାଜା ରାଧାକାନ୍ତଦେଙ୍କ ସମର୍ଥକୋଷ)[ସମ୍ପାଦନା]

ଚତୁରଙ୍ଗ ବା ନ୍ୟାୟବଳ ଖେଳ —The game of chess.

[ଦ୍ରଷ୍ଟବ୍ୟ —ସତରଞ୍ଜ ଖେଳରେ ଉଭୟ ପକ୍ଷରେ ଚତୁରଙ୍ଗ ସେନା (ହସ୍ତୀ, ଅଶ୍ୱ, ରଥ ଓ ପଦାତି)ଙ୍କୁ ଘେନି ମନ୍ତ୍ରୀ ଓ ରାଜା ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧର ଅନୁକରଣରେ ଖେଳ ହୁଏ ଏହି ଖେଳରେ ୬୪:ଟି ଘର ବା କୋଠି କଟା ହୋଇଥିବ ପାଳି ବା ପଟା (chess board) ଉପରେ ରାଜା ମନ୍ତ୍ରୀ ଓ ଚତୁରଙ୍ଗବଳରୂପ ଗୋଟୀମାନଙ୍କୁ ଦୁଇ ଜଣ ଖେଳାଳି ଚାଳନ କରି ଖେଳନ୍ତି ପ୍ରତି ଖେଳାଳିଙ୍କ ଗୋଟୀର ରଙ୍ଗ ଭିନ୍ନ ଭିନ୍ନ କରାଯାଇଥାଏ ପ୍ରତି ପକ୍ଷରେ ଜଣେ ରାଜା ତାହାଙ୍କ ବଳ, ଯଥା—ଜଣେ ମନ୍ତ୍ରୀ (ଫା, ଦାବା; ଇଂରାଜୀ - Queen), ଦୁଇଟି ହାତୀ, (ଫା, ପିଳ୍କ, ଇଂ Bishop), ଦୁଇଟି ଅଶ୍ୱ (ଫାରାସୀ - ଗୋଡ଼ା, ଇଂରାଜୀ - Knight). ଦୁଇଟି ରଥ ବା ନୌକା (ଫାରାସୀ - କିସ୍ତି ବା ରୋଖ, ଇଂରାଜୀ - Rook or castle) ଏବଂ ଆଠଜଣ ପଦାତି (ଫାରାସୀ - ବଡ଼ିୟା, ଇଂରାଜୀ - Pawn), ଏପରି ପ୍ରତି ପକ୍ଷରେ ୧୬:ଟି ଗୋଟୀରେ ଖେଳାଯାଏ ବିପକ୍ଷ ଦଳର ଆକ୍ରମଣରୁ ରାଜାଙ୍କୁ ଜଗିବା ପାଇଁ ସ୍ୱପକ୍ଷର ବଳମାନଙ୍କୁ ଚଳାଇବାକୁ ହୁଏ ଅପର ପକ୍ଷ ରାଜାଙ୍କୁ ଆକ୍ରମଣ କରନ୍ତି ପଦାତିମାନେ ସାମନାରେ ଗୋଟିଏ ଘର ମାତ୍ର ଅଗ୍ରସର ହେବେ ଅନ୍ୟ ବଳ— ମାନଙ୍କର ବିଭିନ୍ନ ଗତି ନିର୍ଦ୍ଦିଷ୍ଟ ମନ୍ତ୍ରୀର ଗତି ଅବାରିତ 'ବଳ'ମାନେ ବିପକ୍ଷର ବଳଦ୍ୱାରା ପରାଜିତ ହେଲେ ରାଜା କ୍ରମଶଃ 'ହୀନବଳ' ହୁଅନ୍ତି ଏବଂ ବିପକ୍ଷ ବଳ ଉକ୍ତ ଦୁର୍ବଳ ରଜାଙ୍କୁ ଆକ୍ରମଣ କରନ୍ତି ଏହିରୂପ ଆକ୍ରମଣକୁ 'କିସ୍ତି' ବୋଲାଯାଏ କିସ୍ତି ହେଲାକ୍ଷଣି ରାଜାଙ୍କୁ ବିପକ୍ଷ ବଳର ଆକ୍ରମଣରୁ ଘୁଞ୍ଚାଇନେବାକୁ ହୁଏ କିନ୍ତୁ ଦୁର୍ବଳ ରାଜାଙ୍କୁ ଯେତେବେଳେ ଅପର ପକ୍ଷର ବଳ ଏପରି ଘେରି ଯାଆନ୍ତି ଯେ, ରାଜାଙ୍କୁ ଆଉ ଘୁ଼ଞ୍ଚିବାକୁ ଘର ନଥାଏ, ତେବେ ରାଜା 'ବନ୍ଦୀ' ହୁଅନ୍ତି ଏହାକୁ 'କିସ୍ତିମାତ୍' ବୋଲାଯାଏ ତାହାହେଲେ ବିପକ୍ଷ ପକ୍ଷର ଖେଳାଳି ଜିତନ୍ତି ରାଜା ଆତ୍ମରକ୍ଷା ପାଇଁ ଚାରିକଡ଼ରେ ବୁଲିଲେ 'ପୁଲୁଡ଼ୀ' (ବା ଗଜଚକ୍ର) ଓ ପଦାତିର ଚାରି ପାଖରେ ବୁଲିଲେ ଚତୁରଙ୍ଗ (ବା ଚତୁର) ଓ ଅଶ୍ୱର ଚରିପାଖେ ବୁଲିଲେ 'ଅଷ୍ଟଚକ୍ର' (ଅଶ୍ୱଚକ୍ର) ହାର୍ ହୁଏ ଏ ଖେଳରେ ବିଶେଷ ମସ୍ତିଷ୍କ ଚାଳନା ଦରକାର ହୁଏ ଓ ଏଥିରେ ମାତିବା ଲୋକେ ଦିଗ୍ୱିଦିଗ୍ଜ୍ଞାନଶୂନ୍ୟ ହୁଅନ୍ତି ଏ ଖେଳରେ ଉତ୍ପତ୍ତି ଭାରତରେ ହୋଇଥିଲା ଭାରତରୁ ପାରସ୍ୟ ଓ ପାରସ୍ୟରୁ ଇଉରୋପକୁ ପ୍ରଚାରିତ ହୋଇ ଏହା ପାଶ୍ଚାତ ସଭ୍ୟ ସମାଜର ପ୍ରଧାନ ମସ୍ତିଷ୍କଚାଳନାଯୁକ୍ତ ଖେଳରେ ପରିଣତ ହୋଇଅଛି ଏହାକୁ ନ୍ୟାୟବଳ ଖେଳ ବୋଲାଯାଏ ଏ ଖେଳର ମାଦକତା ବା ବ୍ୟସନ ସମ୍ୱନ୍ଧରେ ଆମ ଓଡ଼ିଆରେ ଗୋଟିଏ ପ୍ରବଚନ ଅଛି—ଜୁଆ, ଷକଟା, ପାରାରଙ୍ଗ, ପଶା, ନ୍ୟାୟବଳ, ବେଶ୍ୟା ସଙ୍ଗ ଏ ଷଡ଼ରସେ ଯେଉଁ ପୁଅ ଥାଏ, ଭୋକେ ମରି ଟାକର ଖାଏ ]