ସତ୍ୟନାରାୟଣ

ଉଇକିଅଭିଧାନ‌ରୁ

ସତ୍ୟନାରାୟଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ବିଷ୍ଣୁ ବା ନାରାୟଣ —Bishṇu.

[ଦ୍ରଷ୍ଟବ୍ୟ —ବାଞ୍ଛାସିଦ୍ଧି କାମନାରେ ଏହାଙ୍କ ପୂଜାପଦ୍ଧତି ଓ ବ୍ରତ ଓ ସେହି ବିଧାନ ଓ ଫଳ— ଲାଭ ସମ୍ୱନ୍ଧେ ଉପଦେଶ ସ୍କନ୍ଦପୁରାଣ ଭେବା ଖଣ୍ଡରେ ସତ୍ୟ ନାରାୟଣ କଥା ନାମକ ୪ ଗୋଟି ଅଧ୍ୟାୟରେ ଅଛି ଏବା ଭବିଷ୍ୟ ପୁରାଣୋକ୍ତ ବୋଲି କେହି କେହି କହନ୍ତି ଭଗବାନ୍ ନାରଦଙ୍କୁ ଏହା କହିଥିଲେ; ନାରଦ ଶୁକଙ୍କୁ କହିଥିଲେ ଓ ଶୁକ ନୌମିଷାରଣରେ ଶୌନକାଦିଙ୍କୁ କହିଥିଲେ ଭାରତରେ ମୁସଲମାନ୍ ରାଜତ୍ୱକାଳରେ ଏହି ସତ୍ୟନାରାୟଣ ବା ବିଷ୍ଣୁଙ୍କୁ ହିନ୍ଦୁମାନେ 'ସତ୍ୟପୀର' ନାମ ଦେଇ ମୁସଲମାନ ପ୍ରତିବେଶୀମାନଙ୍କ ନିକଟରେ ହିନ୍ଦୁ ଧର୍ମର ସାର୍ବଭୌମିକତା ଦେଖାଇଅଛନ୍ତି

ପୁରାଣରେ ଲେଖିତ ଅଛି, ସତ୍ୟନାରାୟଣ ବୃଦ୍ଧ ବ୍ରାହ୍ମଣ ବେଶରେ କଥାବର୍ଣ୍ଣିତ ଜଣେ ବ୍ରହ୍ମାଙ୍କୁ ଦେଖା ଦେଇଥିଲେ ହିନ୍ଦୁ ମାନେ ଉକ୍ତ ବୃଦ୍ଧ ବ୍ରାହ୍ମଣ ବେଶଧାରୀ ସତ୍ୟନାରାୟଣଙ୍କୁ ବୁଢ଼ା ଶ୍ମଶ୍ରୁଧାରୀ ଫକୀର ରୂପରେ ଓ ପୁରାଣ କଥିତ ଏକୀକୃତ ପକ୍ୱ ରମ୍ଭାଫଳ, ଘୃତ ଦୁଗ୍ଧ, ଶର୍କରା ଓ ଗୋଧୁମ ଚୂର୍ଣ୍ଣ ବା ଶାଳୀ ତଣ୍ଡୁଳ ଚୁର୍ଣ୍ଣ ବା 'ଅମୃତକୁଣ୍ଡ'କୁ ମୁସଲମାନଙ୍କ ଶିର୍ନୀ ରୂପରେ ଓ ସତ୍ୟ— ନାରାୟଣଙ୍କ ପୂଜାକୁ ସତ୍ୟପୀରଙ୍କ ପାଲା ରୂପରେ ନାମକରଣ କରି ପୁରାଣ ବର୍ଣ୍ଣିତ ୪ ଗୋଟି କାହାଣୀର ଅଙ୍ଗ ବୃଦ୍ଧି କରି ୧୬: ଗୋଟି ଗଳ୍ପ ବା ୧୬: ପାଲାରେ ପରିଣତ କରିଅଛନ୍ତି ଏ ସବୁ ନାମକରଣ ମୁହେଁ ମୁହେଁ ହୁଏ, କିନ୍ତୁ ଉକ୍ତ ସତ୍ୟପୀରଙ୍କ ପାଲା ଗୀତ ବୋଲାଯିବା ପୂର୍ବରୁ ପୁରାଣୋକ୍ତ ବିଧିରେ ପଞ୍ଚଦେବତା (ଗଣେଶ, ଶିବ, ଦୁର୍ଗା, ସୂର୍ଯ୍ୟ ଓ ବିଷ୍ଣୁ) ଙ୍କର ନବଗ୍ରହଙ୍କର ଓ ଦଶ ଦିଗପାଲାଦିଙ୍କର ଅର୍ଚ୍ଚନା କରି "ଧ୍ୟାୟେତ୍ ସତ୍ୟଂଗୁଣାତୀତଂ ଗୁଣତ୍ରୟସମନ୍ୱିତଂ, ଲୋକନାଥଂ ତ୍ରିଲୋକକେଶଂ ପୀତାମ୍ୱରଧରଂ ହରିଂ, ଇନ୍ଦୀବରଦଳଶ୍ୟାମଂ ଶଙ୍ଖଚକ୍ରଗଦାଧରଂ, ସତ୍ୟ— ଦେବଂ, ଚତୁର୍ବାହୁଂ, ଶ୍ରୀବସ୍ଥପଦଭୁଷିତଂ, ଗୋବିନ୍ଦଂ, ଗୋକୁଳାନନ୍ଦିଂ ଜଗତଃପିତରଂ ଗୁରୁମ୍" ଧ୍ୟାନଦ୍ୱାରା ଓ 'ଶ୍ରୀମାତ୍ ସତ୍ୟନାରାୟଣ ଗୋବିନ୍ଦାୟ ନମଃ' ମନ୍ତ୍ରଦ୍ୱାରା ଉକ୍ତ ନୈବେଦ୍ୟକୁ ଉତ୍ସର୍ଗ କରନ୍ତି ଓ "ଅଚ୍ୟୁତଂ ପୁଣ୍ଡରୀକାଷଂ ନୃସିହଂ ଦୈତ୍ୟସୁଦନଂ, ହୃଷିକେସଂ, ଜଗନ୍ନାଥଂ ବାଗୀଶଂ ବରଦାୟକଂ, ଗୁଣତ୍ରୟଂଗୁଣାତୀତଂ ଗୋବିନ୍ଦଂ ଗରୁଡ଼ଧ୍ୱଜଂ, ଜନାର୍ଦ୍ଦନଂ ଜନାନନ୍ଦଂ ଜାନକୀ ବଲ୍ଲଭଂ ଜୟଂ, ପ୍ରଣାମାମି ସଦା ସତ୍ୟନାରାୟଣଂ ମତଃପରଂ" ଏହି ସ୍ତବଦ୍ୱାରା ପୂଜା ଶେଷ କରି ତତ୍ ପରେ ବୁଢ଼ା ଫକୀରଙ୍କ କରାମତ୍ କର୍ଣ୍ଣନାତ୍ମକ ୧୬: ଗୋଟି ବଙ୍ଗଳା ପଦ୍ୟରେ ରଚିତ ଗଳ୍ପ ମଧ୍ୟରୁ ଗୋଟିଏ ଗଳ୍ପ ବା ପାଲା ବୋଲନ୍ତି ଭାରତର ଅନ୍ୟ ଅଞ୍ଚଳରେ ହିନ୍ଦୁମାନେ ପୁରାଣୋକ୍ତ ବିଧିରେ ମଧ୍ୟ ସତ୍ୟନାରାୟଣ ପୂଜା କରନ୍ତି; ଉତ୍କଳରେ ଓ ବଙ୍ଗରେ ତାହାହିଁ ହୁଏ; କିନ୍ତୁ ସତ୍ୟପୀରଙ୍କ ପାଲା ଉତ୍କଳ ଓ ବଙ୍ଗ ଛଡ଼ା ଅନ୍ୟତ୍ର ଦେଖାଯାଏ ନାହିଁ

ସ୍କନ୍ଦ ପୁରାଣରେ ଲେଖାଅଛି ଯେ, କଳିଯୁଗରେ ନାରାୟଣଙ୍କୁ 'ସତ୍ୟନାରାୟଣ' ରୂପେ ପୂଜା କରି ବ୍ରତ ପାଳିବାହିଁ ଶ୍ରେୟସ୍କର ଓ ଏତଦ୍ଦ୍ୱାରା ବାଞ୍ଛାସିଦ୍ଧି, ଦାରିଦ୍ର୍ୟ— ନାଶ, ପୁତ୍ର କନ୍ୟା ଲାଭ, ନଷ୍ଟଧନ ପ୍ରାପ୍ତି, ପୁଣ୍ୟ ଲାଭ, ଜୟଲାଭ, ଶ୍ରୀଲାଭ, କାରାରୁ, ପୀଡ଼ାରୁ ଓ ବନ୍ଧନାଦିରୁ ମୁକ୍ତି— ଲାଭ ହୁଏ ଏବଂ ମରଣାନ୍ତେ ସତ୍ୟଲୋକ ବା ସ୍ୱର୍ଗପ୍ରାପ୍ତି ହୁଏ]