ସତ୍ୟନାରାୟଣ କଥା

ଉଇକିଅଭିଧାନ‌ରୁ

ସତ୍ୟନାରାୟଣ କଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ସ୍କନ୍ଦପୁରାଣ ରେବାଖଣ୍ଡରେ ୪ଟି ଅଧ୍ୟାୟରେ ବର୍ଣ୍ଣିତ 'ସତ୍ୟନାରାୟଣ' ବ୍ରତ ଓ ପୂଜା ଏବଂ ଉକ୍ତ ବ୍ରତାଚାରୀ ବ୍ୟକ୍ତିଙ୍କ ବିବରଣୀ ବା ଗଳ୍ପ —୧. The story (four in number) of the effect of worshipping the Deity Satyanārāyaṇa as narrated in the Purāṇas.

[ଦ୍ରଷ୍ଟବ୍ୟ —ସ୍କନ୍ଦ ପୁରାଣରେ ଲିଖିତ ନିମ୍ନୋକ୍ତ କଥା ବା ଗଳ୍ପକୁ ସତ୍ୟ ନାରାୟଣଙ୍କ ପୂଜା ଶେଷରେ ଶ୍ରବଣ କରି ବନ୍ଧୁ ବାନ୍ଧବ କୁଟୁମ୍ୱ ପରିବାରଙ୍କ ସଙ୍ଗେ ପ୍ରାସାଦ ଭକ୍ଷଣ କଲେ ପୁଣ୍ୟଲାଭ ହୁଏ ଓ ମନୋବାଞ୍ଛାର ସିଦ୍ଧି ହୁଏ

୧. କାଶୀପୁରରେ ଗୋଟିଏ ଦରିଦ୍ର ଭିକ୍ଷୁକ ବ୍ରାହ୍ମଣ ଅତି କଷ୍ଟରେ ଦିନ ଯାପନ କରୁଥିଲେ ଦିନେ ସତ୍ୟ— ନାରାୟଣ ଦେବ ବୃଦ୍ଧ ବ୍ରାହ୍ମ ବେଶ ଧାରଣ କରି ଉକ୍ତ ବ୍ରାହ୍ମଣଙ୍କୁ ଦେଖା ଦେଇ ସତ୍ୟନାରାୟଣ ପୂଜା ଓ ବ୍ରତ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇ ଅନ୍ତର୍ଦ୍ଧାନ ହେଲେ ବ୍ରାହ୍ମଣ ତହିଁ ଆରଦିନ ସକାଳୁ ଉଠି ଭିକ୍ଷା କରିବାକୁ ଗଲେ;
ଓ ପ୍ରଭୁଙ୍କ ଦୟାରୁ ସେ ଦିନ ପ୍ରଚୁର ଧନ ଭିକ୍ଷା ପାଇ ଉକ୍ତ ବ୍ରତ ଆଚରଣ କରି ପ୍ରତି ମାସରେ ସତ୍ୟନାରାୟଣ ପୂଜା କଲେ ଏଥିର ଫଳରେ ତାହଙ୍କର ଦାରିଦ୍ର୍ୟ ନାଶ ହୋଇ ସେ ସର୍ବସମ୍ପତ୍ସମନ୍ନିତ ଓ ସର୍ବପାପମୁକ୍ତ ହୋଇ ଦେହାନ୍ତେ ମୋକ୍ଷ ଲାଭ କଲେ (ରେବାଖଣ୍ଡ) ସତ୍ୟନାରାୟଣ—ବିପ୍ର —ନାମକ—ପ୍ରଥମ ଅଧ୍ୟାୟ) 

୨. ଉକ୍ତ ବ୍ରାହ୍ମଣ ଆଉ ଦିନେ ଉକ୍ତ ବ୍ରତ ଉତ୍ସବ କରୁଥିବା ସମୟରେ ତାଙ୍କ ଘରେ 'କାଷ୍ଠକେତୁ' ନାମକ ଜଣେ କାଠୁରିଆ ଅତି କ୍ଷୁଧାର୍ତ୍ତ ଓ ତୁଷାର୍ତ୍ତ ହୋଇ ଆସି ପହଞ୍ଚି ସେଠାରେ ଜଳପାନ ଓ ପ୍ରସାଦ ସେବନ ପୂର୍ବକ ଏ ବ୍ରତର ବିଧାନ ଓ ଫଳ ବ୍ରାହ୍ମଣଠାରୁ ଶୁଣି କାଠ ବିକିବାକୁ ଗଲା ଓ ସେ ଦିନ କାଠ ବିକ୍ରି କରି ବହୁ ଧନ ପ୍ରାପ୍ତି ହୋଇ ବଜାରରୁ ପାଚିଲା କଦଳି, ଘିଅ, ଦୁଧ, ଗୁଡ଼ ଓ ଗହମ ଅଟା କିଣି ଆଣି 'ଅମୃତ କୁଣ୍ଡ' କରି ସତ୍ୟନାରାୟଣଙ୍କୁ ପୂଜା କଲା ଓ ବନ୍ଧୁ ବାନ୍ଧବମାନଙ୍କୁ ଡାକି ବ୍ରତ ଓ ଉତ୍ସବ କଲା ଏଥିରେ ଫଳରେ କାଠୁରିଆ ଧନପୁତ୍ର ସମନ୍ୱିତ ହୋଇ ଦେହାନ୍ତେ 'ସତ୍ୟପୁର'କୁ ଗଲା (୨ୟ ଅଧ୍ୟାୟ)
୩. ଉଲ୍ଲାମୁଖ ନାମରେ ଜଣେ ବଳବାନ୍ ରାଜା ତିଲେ ଓ ସେ ତାଙ୍କ ଭାର୍ଯ୍ୟା ସହିତ ସତ୍ୟନାରାୟଣ ବ୍ରତ ଆଚରଣ କରୁଥିଲେ ସେଠାରେ ଜଣେ ନିଃସନ୍ତାନ ବଣିକ ଉପସ୍ଥିତ ହୋଇ ରାଜାଙ୍କଠାରୁ ଶୁଣିଲା ଯେ, ଏ ବ୍ରତ କଲେ ସନ୍ତାନ ଲାଭ ହୁଏ ସାଧବ ନିଜ ଘରକୁ ଫେରି ଯାଇ ନିଜର ସ୍ତ୍ରୀ ଲୀଳାବତୀକୁ ଏ କଥା କହି ପ୍ରତିଜ୍ଞା କଲା, —ମୋର ସନ୍ତାନ ଲାଭ ହେଲେ ମୁଁ ଏ ବ୍ରତ କରିବି ସତକୁ ସତ କିଛିଦିନ ପରେ ସାଧବର କଲାବତୀନାମ୍ନୀ ଗୋଟିଏ କନ୍ୟା ଜାତ ହେଲା କିଛିଦିନ ପରେ ଲୀଳାବତୀ ସାଧବକୁ ପ୍ରତିଜ୍ଞାତ ବ୍ରତ କରିବାକୁ କହିବାରୁ ସାଧବ କହିଲା—ଏ କନ୍ୟାର ବିବାହ ସମୟରେ ବ୍ରତ କରିବି ଏହା କହି ବର ଖୋଜାଇ କାଞ୍ଚନ ନଗରବାସୀ ଗୋଟିଏ ସୁନ୍ଦର ଯୁବା ସଙ୍ଗେ କନ୍ୟାର ବିବାହ ଦେଲା, କିନ୍ତୁ ଦୈବ ଯୋଗୁଁ ସାଧବ ଏ ବ୍ରତ କଥା ଭୁଲିଗଲା ତତ୍ପରେ ଜାମାତା ସହିତ ସିନ୍ଧୁତୀରସ୍ଥ ରତ୍ନାସାର ପୁରକୁ ଯାଇ ସେଠାରେ ବାଣିଜ୍ୟ କରି ପୁର ନିର୍ମାଣ କରି ରହିଲା ସାଧବ ବ୍ରତ ନ କରିବାରୁ ସତ୍ୟନାରାୟଣ କୁପିତ ହୋଇ ତାକୁ ଅଭିଶାପ ଦେଲେ— ତୋର ମହାଦୁଃଖ ଉପସ୍ଥିତ ହେଉ ଦିନେ ଜଣେ ଚୋର ସେ ଦେଶର ରାଜା ଚନ୍ଦ୍ର କେତୁଙ୍କ ଘରୁ ଚୋରି କରି ଧନ ନେଇ ପଳାଇ ଯାଉ ଯାଉ ରାଜଦୂତମାନଙ୍କୁ ଦେଖି ଭୟରେ ଧନଯାକ ସାଧବ ଘରେ ପକାଇ ଦେଇଗଲା ରାଜଦୂତ— ମାନେ ସାଧବ ଘରେ ହୃତଧନକୁ ଦେଖି ସାଧବକୁ ଓ ତାହାର ଜାମାତାକୁ ଚୋର ବୋଲି ସ୍ଥିର କରି ରାଜାଙ୍କ ନିକଟକୁ ନେଲେ ଓ ରାଜାଜ୍ଞାରେ ସେ ଦୁହିଙ୍କୁ କାରାବଦ୍ଧ କଲେ ଓ ରାଜା ସାଧବର ସମସ୍ତ ଧନ ଗ୍ରହଣ କଲେ ଏଣେ ସାଧବର ନିଜ ଗ୍ରମରେ ଥିବା ସ୍ତ୍ରୀ ଓ କନ୍ୟାଙ୍କ ନିକଟରୁ ମଧ୍ୟ ଚୋରମାନେ ସମସ୍ତ ଧନ ଅପହରଣ କଲେ ଓ ସେମାନେ ଶେଷକୁ ରୋଗାର୍ତ୍ତ ହୋଇ ଭିକ୍ଷା କଲେ ଦିନେ ସାଧବକନ୍ୟା ଜଣେ ବ୍ରହ୍ମଣ ଘରକୁ ଯାଇ ସେଠାରେ ବ୍ରତ ହେଉଥିବା ଦେଖି ମାଆଙ୍କୁ ଆସି କହିବାରୁ ମାତା ଓ କନ୍ୟା ଦୁହେଁ ଉକ୍ତ ବ୍ରତ କରି, ସାଧବ ଓ ଜାମାତା ଫେରି ଆସନ୍ତୁ ବୋଲି ସତ୍ୟନାରାୟଣଙ୍କୁ ପ୍ରାର୍ଥନା କଲେ ସତ୍ୟନାରାୟଣ ଏଥିରେ ସନ୍ତୁଷ୍ଟ ହୋଇ ଚନ୍ଦ୍ର କେତୁ ରାଜାଙ୍କୁ ସ୍ୱପ୍ନରେ ଦେଖାଦେଇ, ସାଧବ ଓ ଜାମାତା ନିର୍ଦ୍ଦୋଷୀ ଅଟନ୍ତି ବୋଲି ଆଦେଶ ଦେବାରୁ ରାଜା ତହିଁଆର ଦିନ ସକାଳୁ ସାଧବକୁ ଓ ଜାମାତାଙ୍କୁ ବନ୍ଧନରୁ ମୁକ୍ତ କରି ତାଙ୍କୁ ଦ୍ୱିଗୁଣ ଧନ ଦେଇ ତାଙ୍କ ଦେଶକୁ ବିଦାୟ କଲେ ଏମାନେ ନୌକାରେ ଧନ ରତ୍ନ ବୋଝାଇ କରି ଘରକୁ ଆସୁ ଆସୁ ବାଟରେ ସତ୍ୟନାରାୟଣ ପ୍ରଭୁ ବୃଦ୍ଧ ଦଣ୍ଡୀ ଦେଶରେ ଦେଖାଦେଇ ସାଧବକୁ ପଚାରିଲେ;—ଏ ଡଙ୍ଗାରେ କଅଣ ଅଛି? ସାଧବ ଲୋଭପରବଶ ହୋଇ କହିଲା;—ହେ ଦଣ୍ଡି! ତୁମ୍ଭେ ମୋ ଡଙ୍ଗାର ଧନରତ୍ନ ନେବାକୁ ଲୋଭ କରି ମତେ ପଚାରୁଛ; ଏ ଡଙ୍ଗାରେ ଧନରତ୍ନ କିଛି ନାହିଁ, କେବଳ ଗୁଡ଼ିଏ ଲତାପତ୍ର ଅଥି ଏହା ଶୁଣି ଦଣ୍ଡୀ କହିଲେ—ତଥାସ୍ତୁ ସତକୁ ସତ ସାଧବ ଯାଇ ଡଙ୍ଗା ଦେଖିଲାବେଳକୁ ଧନରତ୍ନ କୁଆଡେ ଉଭେଇ ଯାଇଅଛି ଓ ଡଙ୍ଗାଟି ଯାକ ଲତାପତ୍ରରେ ପୂର୍ଣ୍ଣ ହୋଇଅଛି ସାଧବ ଏହା ଦେଖି କାନ୍ଦି ବୋବାଇ ଅସ୍ଥିର ହେଲା ଜାମାତା ସାଧବକୁ କହିଲା,—ତୁମ୍ଭେ ସେ ଦଣ୍ଡୀଙ୍କୁ ଅପମାନିତ କରିବାକୁ ତାଙ୍କ ଶାପରେ ଏପରି ହେଲା; ଚାଲ ତାଙ୍କର ଶରଣାପନ୍ନ ହେବା ଏହା କହି ଦୁହେଁ ଯାଇ ଦଣ୍ଡୀଙ୍କଠାରେ ଶରଣ ପଶିବାରୁ ଦଣ୍ଡୀ କହିଲେ,—ତୁ ସତ୍ୟନାରାୟଣ ବ୍ରତ କରିବା ପ୍ରତିଜ୍ଞା ଭଙ୍ଗ କରିବାରୁ ଦୁଃଖ ପାଉଛୁଁ ସାଧବ ପ୍ରତିଜ୍ଞା କଲା ଯେ, ଘରକୁ ଯାଇ ବ୍ରତ କରିବା ଦଣ୍ଡିରୂପଧାରୀ ଜନାର୍ଦ୍ଦନ ତା ଉପରେ ସନ୍ତୁଷ୍ଟ ହେଲେ ଓ ସାଧବ ଯାଇ ଦେଖିଲାବେଳକୁ ନୋକା ପୂର୍ବପରି ଧନରତ୍ନ ଭରା ହୋଇଅଛି ସାଧବ ଓ ଜାମାତା ଆପଣା ଗ୍ରମ ନିକଟରୁ ଖଣ୍ଡଦୂରରୁ ତାଙ୍କ ଆସିବା ଖବର ସ୍ତ୍ରୀ ଓ କନ୍ୟାଙ୍କ ନିକଟକୁ ପଠାଇବାରୁ ସ୍ତ୍ରୀ ସତ୍ୟ— ନାରାୟଣଙ୍କ ପୂଜାକରି ପ୍ରସାଦ ସେବା କରି ସ୍ୱାମୀଙ୍କ ନିକଟକୁ ଆସିଲା କିନ୍ତୁ ତାହାର କନ୍ୟା ନିଜର ପତିଙ୍କୁ ଦେଖିବା ଲୋଭରେ ସତ୍ୟନାରାୟଣଙ୍କ ପ୍ରସାଦ ଭୋଜନ ନକରି ନିଜ ପତିଙ୍କ ନିକଟକୁ ଆସିଲାବେଳକୁ ସତ୍ୟନାରାୟଣ ମାୟା କରି ନୌକାକୁ ଓ ତାର ସ୍ୱାମୀକୁ ପାଣିରେ ବୁଡ଼ାଇ ଦେଲେ ସାଧବ ଓ ତାର ସ୍ତ୍ରୀ ଏହା ଦେଖି ଅବାକ୍ ହେଲେ କନ୍ୟା କାନ୍ଦି କାନ୍ଦି ଅନୁମୃତା ହେବାକୁ ବସିଲା ସାଧବ ସତ୍ୟ— ନାରାୟଣଙ୍କ ପ୍ରାର୍ଥନା କରିବାରୁ ସତ୍ୟନାରାୟଣ ବୃଦ୍ଧବ୍ରାହ୍ମଣ ବେଶରେ ଦେଖା ଦେଇ କହିଲେ,—ତୋ କନ୍ୟା ମୋ ପ୍ରସାଦକୁ ଲଘଂନ କରି ସ୍ୱାମି—ଦର୍ଶନାର୍ଥ ଆସିବାରୁ ତାକୁ ଏ ଦଣ୍ଡ ହୋଇଅଛି; ସେ ଘରକୁ ଯାଇ ମୋ ପ୍ରସାଦକୁ ଖାଇ
ପୁଣି ଆସିଲେ ତା ପତିକୁ ପାଇବ ତଦନୁସାରେ କନ୍ୟା ଘରକୁ ଫେରିଯାଇ ସେଠାରେ ଛାଡ଼ି ଆସିଥିବା ପ୍ରସାଦକୁ ଖାଇ ଫେରି ଆସି ଦେଖେ ଯେ, ନଷ୍ଟସ୍ୱାମୀ ଓ ନଷ୍ଟନୌକା ମିଳି ଅଛନ୍ତି ସମସ୍ତେ ଆନନ୍ଦରେ ଘରକୁ ଗଲେ ସାଧବ ସତ୍ୟନାରାୟଣ ପୂଜା କଲା ଓ ପୂର୍ଣ୍ଣମୀରେ ଓ ସଂକ୍ରାନ୍ତିରେ ଯଥାବିଧି ଏ ବ୍ରତ କରି ଇହଲୋକରେ ସୁଖଭୋଗ କରି ଦେହାନ୍ତେ ସତ୍ୟଲୋକକୁ ଗଲା (୩ୟ ଅଧ୍ୟାୟ) 

୪. ବଂଶଧ୍ୱଜ ନାମକ ଜଣେ ରାଜା ଥିଲେ, ସେ ମୃଗାୟାରୁ ଫେରିଲାବେଳେ ବାଟରେ ଦେଖିଲା ଯେ, ଗୁଡ଼ିଏ ଗୋପାଳ ସବାନ୍ଧବ ସତ୍ୟନାରାୟଣ ପୂଜା କରୁଅଛନ୍ତି ରାଜା ଗର୍ବରେ ହାତୀରୁ ଓହ୍ଲାଇଲେ ନାହିଁ ଓ ଗଉଡ଼ମାନେ ରାଜାଙ୍କୁ ସତ୍ୟନାରାୟଣଙ୍କ ପ୍ରସାଦ ଯାଚିବାରୁ ରାଜା ତାହାକୁ ଲଙ୍ଘନ କରି ଚାଲି ଆସିଲେ ଏଥିପାଇଁ ପ୍ରଭୂ ସତ୍ୟାନାରାୟଣ ରାଜାଙ୍କ ଉପରେ କୃପିତ ହେବାରୁ ରାଜାଙ୍କର ଶତ ପୁତ୍ର ମଲେ ଓ ଧନ ସମ୍ପତ୍ତି ସମୁଦାୟ ନଷ୍ଟ ହେଲା ରାଜା ତାଙ୍କ ପୂଜାରେ ଯୋଗ ଦେଇ ତାଙ୍କଠାରୁ ପ୍ରସାଦ ଖାଇ ତେଣୁ ଆସି ନିଜେ ସତ୍ୟନାରାୟଣ ବ୍ରତ କଲେ ଓ ନଷ୍ଟପୁତ୍ର ଓ ଧନାଦି ପୁନଃପ୍ରାପ୍ତ ହୋଇ ପରକାଳରେ ସତ୍ୟଲୋକ ପ୍ରାପ୍ତ ହେଲେ (୪ ର୍ଥ ଅଧ୍ୟାୟ)

ସତ୍ୟନାରାୟଣଙ୍କୁ ପୂଜା କରି ବନ୍ଧୁବାନ୍ଧବମାନଙ୍କ ସହିତ ଏ କଥା ଶୁଣି ପ୍ରସାଦ ସେବନ କଲେ ଇହକାଳରେ ଧନ, ସମ୍ପତ୍ତି, ସନ୍ତାନଲାଭ, ଶତ୍ରୁନାଶ, ଜୟ, ବାଞ୍ଛିତଫଳସିଦ୍ଧି ଓ ପରକାଳରେ ମୋକ୍ଷଲାଭ ଓ ବିଷ୍ଣୁଲୋକ ବା ସତ୍ୟଲୋକ ପ୍ରାପ୍ତ ହୁଏ ବୋଲି ସ୍କନ୍ଦ ପୁରାଣରେ ଉକ୍ତ ଅଛି]

୨. ବଙ୍ଗ ଦେଶରେ ଏ ଯୁଗରେ ରଚିତ ଏବଂ ବଙ୍ଗ— ଦେଶରୁ ଓଡ଼ିଶାକୁ ଆନୀତ ଦରଖଣ୍ଡିଆ ବଙ୍ଗୋତ୍କଳ ଭାଷାରେ ବଙ୍ଗ ଭାଷାନଭିଜ୍ଞ ଓଡ଼ିଆଙ୍କଦ୍ୱାରା ପୋଥି ଧରି ବୋଲାଯିବା (ପୋଥିପୂଚ୍ଛା) ଓ ନୃତ୍ୟଗୀତାଦି ସହିତ ବୋଲାଯିବା (ଠିଆପୂଜା) ପଦ୍ୟାତ୍ମକ ୧୬:ଟି ଗଳ୍ପ ବା ପାଲା —୨. The stories of the effect of worshipping 'Satyapīra' as depicted in Bengalee rhymes and also sung in Oriya (in Bengalee mixed with Oriya language.) (The stories are ୧୬ in number).

[ଦ୍ରଷ୍ଟବ୍ୟ —ଆଧୁନିକ ବଙ୍ଗୀୟମାନେ ସତ୍ୟ— ନାରାୟଣ ବ୍ରତର ୪ ଗୋଟି କଥା ସ୍ଥାନରେ ୧୬: ଗୋଟି କଥା ସୃଷ୍ଟି କରିଅଛନ୍ତି ସେହି ୧୬:ଟି କଥା ମଧ୍ୟରୁ ଉକ୍ତ ୪ ଗୋଟି ପୁରାଣରେ ଅଛି, ଅନ୍ୟ ୧୨: ଗୋଟି ନାହିଁ ସେମାନଙ୍କର ନାମ ନିମ୍ନରେ ଦିଆଗଲା ଏ ସବୁ କବିକର୍ଣ୍ଣଙ୍କ କପୋଳକଳ୍ପିତ ରଚନା; ଏବଂ ପୀର, କୋରାନ, ଦରିଆ, ବାଦସାହା ଆଦି କେତେକ ଫାରସୀ ଶବ୍ଦର ପ୍ରୟୋଗ ଏ ସବୁ କଥାରେ ଅଛି ଏହାଙ୍କ ଦେଖାଦେଖି ବଙ୍ଗଳାରେ ଭୃଗୁରାମ ନାମକ ଜଣେ କବି ଓ ଓଡ଼ିଶାର କେତେକ ବ୍ୟକ୍ତି ବଙ୍ଗଳା ଛାନ୍ଦରେ ମଧ୍ୟ ପାଲା ରଚନା କରିଅଛନ୍ତି ସାଧାରଣତଃ କବକର୍ଣ୍ଣଙ୍କ ସରଚିତ ନିମ୍ନଲିଖିତ ୧୬:ଟି ଗଳ୍ପାତ୍ମକ ପଦ୍ୟକୁ ଷୋଳ ପାଲା ବୋଲାଯାଏ ଯଥା—

୧. ଜନ୍ମପାଲା—ଏକ ବାଦାଶାହକନ୍ୟାଙ୍କ ଗର୍ଭରେ ସତ୍ୟପୀରଙ୍କର, ଅବତାର ମୃତ ବାଳକର ପୂନର୍ଜୀବନଲାଭ
୨. ପଦ୍ନଲୋଚନ ପାଲା—ପଦ୍ମ ଲୋଚନ ନାମକ ଏକ ଅପୁତ୍ରକ ରାଜାଙ୍କର ସତ୍ୟନାରାୟଣଙ୍କ କୃପାରୁ ପୁତ୍ର— ଲାଭ
୩. ମର୍ଦ୍ଦଗାନି ଜନ୍ମ ପାଲା— ଅଭିମନ୍ୟୁ ସୁତ ଅପୁତ୍ରକ ପରୀକ୍ଷିତ ରାଜାଙ୍କର ଫାକୀରବେଶଧାରୀ ସତ୍ୟପୀରଙ୍କ କୃପାରୁ ପୁତ୍ରଲାଭ
୪. ମର୍ଦ୍ଦଗାଜି ବିଭା ପାଲା—ଗଜେନ୍ଦ୍ର ନାମକ ରାଜାଙ୍କର ଏକ ମାତ୍ର ପୁତ୍ର ମର୍ଦ୍ଦଗାଜିର ବିଦେଶ ଗମନ ଓ ବିବାହ
୫. ବିଦ୍ୟାଧର ପାଲା—ଭୈରବ ଦେଶର ନୃସିଂହ ରାଜାଙ୍କ ଗଳ୍ପ
୬. ମଦନସୁନ୍ଦର ପାଲା—ରତ୍ନାକର ନାମକ ରାଜାଙ୍କର ଓ ଦୁଇଟି ବଣିକ ସାନନ୍ଦ ଓ ବିନୋଦଙ୍କ ସାନ ଭାଇ ମଦନ ସୁନ୍ଦରତ ଗଳ୍ପ
୭. ସଦାନନ୍ଦ ସୌଦାଗର ପାଲା ବା ଧନୀ ସୌଦାଗର ପାଲା—ଉକ୍ତ ମନନ୍ଦ ସୁନ୍ଦରର ଗଳ୍ପ
୮. ଶ୍ୱେତ ବସନ୍ତ ପାଲା—ନୀଳଧ୍ୱଜ ରାଜାଙ୍କ ପୁତ୍ର ଶ୍ୱେତ ବସନ୍ତର ଗଳ୍ପ ବା ଫାସିଆରା ବା ମନୋହର ଫାସିଆରା ପାଲା—ଏକ ଡକାଇତ ହସ୍ତରୁ ରାଜପୁତ୍ରର ପ୍ରାଣରକ୍ଷା
୯. ଶବ୍ଦର ଗୁଡ଼ିଆ ପାଲା—କାଞ୍ଚିନପୁର ବାସୀ ଶଙ୍କର ନାମକ ଜଣେ ନାସ୍ତିକ ଗୁଡ଼ିଆର ଓ ତାହାର ଛଅ ପୁତ୍ରଙ୍କର ଗଳ୍ପ
୧. ଦୁର୍ଜନସିଂହ ପାଲା ବା ଚନ୍ଦ୍ରାଜିତ୍ ପାଲା— ଅମ୍ୱିକା ନଗରର ଦୁର୍ଜନ ନାମକ ନାସ୍ତିକ ରାଜାଙ୍କର ଗଳ୍ପ
୧୧. ହାରାଚାନ୍ଦ ପାଲା—ମାଣିକ ସହରର ଅପୁତ୍ରକ ରାଜା ସନାତନର ଗଳ୍ପ
୧୨. ହରି ଅର୍ଜୁନ ପାଲା—ସନାତନ ନାମକ ଜଣେ ଅପତ୍ରୂକ ରାଜା ଓ ତାଙ୍କର ଦୁଇରାଣୀଙ୍କ ଗଳ୍ପ ମୃତ କୁମାରର ପୁନ ର୍ଜୀବନ ଲାଭ ବା ଉଗ୍ରତାରା ପାଲା
୧୩. କାଠୁରିଆ ପାଲା—ସତ୍ୟ ନାରାୟଣ ପୂଜକ ଗୋଟିଏ ଗରିବ ବ୍ରାହ୍ମଣ କୃଷ୍ଣଦାସର ପୂଜା ଦେଖି ଜଣେ କାଠୁରିଆର ଉକ୍ତବ ତ ପାଳନ ଓ ବିଭବଲାଭ
୧୪. ଲକ୍ଷ୍ମଣକୁମାର ପାଲା—ବିନାୟକ ଦେଶର ଶିଲପ ରାଜାଙ୍କ ଗଳ୍ପ]


୧୫. ଅଭିନ୍ନମଦନ ପାଲା ବା ଚନ୍ଦ୍ରାଜିତ ପାଲା— ବୀରସିଂହ ନାମକ ଜଣେ ରାଜାଙ୍କ ଗଳ୍ପ
୧୬. ସ୍ୱର୍ଗାରୋଗଣ ପାଲା—ବରୁଣ ସହରର ରାଜା ପଦ୍ମଲୋଚନଙ୍କ ଗଳ୍ପ (ଏଥିରେ କବିକର୍ଣ୍ଣ ବିରଚିତ ୧୬:ଟି ପାଲାର ନାମ ଦିଆଯାଇ ଅଛି]