ସତ୍ୟପ୍ରସନ୍ନ ସିଂହ

ଉଇକିଅଭିଧାନ‌ରୁ

ସତ୍ୟପ୍ରସନ୍ନ ସିଂହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ସ୍ୱର୍ଗତ ମାନ୍ୟବର ଲର୍ଡ ଏସ୍. ପି. ସିଂହ ବା ଲର୍ଡ ସିନ୍ହା —The late Lord S. P. Sinha of Raipur.

[ଦ୍ରଷ୍ଟବ୍ୟ —ଏ ବଙ୍ଗ ପ୍ରଦେଶରେ ବୀରଭୂମି ଜିଲ୍ଲାର ରାଏପୁର ଗ୍ରାମରେ ବଙ୍ଗୀୟ କାୟସ୍ଥ ବଂଶରେ ୧୮୬୩: ସାଲରେ ଜନ୍ମଗ୍ରହଣ କରି ଏଫ. ଏ. ପାଶ୍ କରି ବିଲାତ ଯାଇ ସେଠାରେ ଲିନ୍କଲ୍ନ୍ସ୍ ଇନ୍ (Lincoln's Inn) ନାମକ ବାରିଷ୍ଟରୀ ଶିକ୍ଷ— ଭବନରୁ ୧୮୮୬:ରେ ବାରିଷ୍ଟରୀ ପାଶ୍ କରି କଲିକତା ହାଇକୋଟରେ ବାରିଷ୍ଟର ବ୍ୟବସାୟ କରେ, ଓ ୧୯୪: ସାଲରେ ହାଇକୋଟରେ ପ୍ରଥମ Standing Council (ସରକାରୀ ପରାମର୍ଶ ଦାତା) ଓ ତତ୍ପରେ Advocate General (ପ୍ରାଦେଶିକ ସରକାରଙ୍କ ପ୍ରଧାନତମ ବାରିଷ୍ଟର) କାର୍ଯ୍ୟରେ ନିଯୁକ୍ତି ହୋଇ ୧୯୬: ସାଲରେ ବଡ଼ଲାଟଙ୍କ ଶାସନ ସଭା (Executive Council)ର (Law member) ଆଇନ୍ ସଚୀବ ରୂପେ ନିଯୁକ୍ତ ହେଲେ ଭାରତୀୟମାନଙ୍କ ମଧ୍ୟରେ ଏ ପ୍ରଥମେ ଏହି ଉଚ୍ଚ ପଦ ଲାଭ କରିଥିଲେ ତତ୍ପରେ ବିଲାତର ପାର୍ଲିଆମେଣ୍ଟ ସଭାରେ ଭାରତର ସହକାରୀ ସଚୀବ (under Secretary) ରୂପେ କାର୍ଯ୍ୟ କରି ସେଠାରେ ସମ୍ରାଟଙ୍କଠାରୁ (Lord Sinha of Raipur) ଲର୍ଡ ଉପାଧି ପାଇ ଭାରତକୁ ଆସି ବିହାର ଓଡ଼ିଶାର ଲାଟ୍ (Governor) ହେଲେ ଏ ତିନୋଟି ପଦବୀ ମଧ୍ୟ ଭାରତବାସୀଙ୍କ ମଧ୍ୟରୁ ଏ ପ୍ରଥମ ପାଇଥିଲେ ଓ ଅଦ୍ୟାବଧି ଅନ୍ୟ କେହି ଭାରତୀୟ ଏ ଲର୍ଡ ପଦବୀ ପାଇ ନାହାନ୍ତି ତତ୍ପରେ ଶାରୀରିକ ଅସୁସ୍ଥତା ବଶତଃ ଲାଟ ପଦରୁ ଅବସର ନେଇ କେତେକ ଦିନ ବଙ୍ଗଦେଶରେ ଓ କେତେକ ଦିନ ବିଲାତରେ ଏ ରହି— ଥିଲେ ଏ ବାରିଷ୍ଟରୀ କରିବା ସମୟରେ ଭାରତର ଜାତୀୟ ମହାସଭା କଂଗ୍ରେସ (Indian National Congres)ର ସଭାପତି ରୂପେ ଭାରତବାସୀଙ୍କୁ ରାଜକୀୟ ଓ ସାମରିକ ବିଭାଗର ଉଚ୍ଚ ପଦରେ ନିଯୁକ୍ତ କରିବା ପାଇଁ ମତ ପ୍ରକାଶ କରିଥିଲେ ଏ ମଧ୍ୟ ଇଉରୋପର ଅନ୍ତର୍ଜାତୀୟ ସଂଙ୍ଘ (League of Nations)ରେ ଭାରତୀୟ ଜନସାଧାରଣ (The people of India) ଙ୍କର ପ୍ରତିନିଧି ରୂପେ ବଡ଼ଲାଟଙ୍କଦ୍ୱାରା ପ୍ରେରିତ ହୋଇ— ଥିଲେ ଲର୍ଡ ମର୍ଲି ଓ ମିଣ୍ଟୋଙ୍କ ଅମଳରେ ଭାରତକୁ ଯେଉଁ ଶାସନ—ସଂସ୍କାରମାନ ବିଲାତ ପାର୍ଲାଆମେଣ୍ଟ୍ ପ୍ରଦାନ କରିଥିଲେ, ତତ୍ସମ୍ୱନ୍ଧେ ଏ ବହୁତ ଆୟୋଜନ କରି— ଥିଲେ ଓ ଉକ୍ତ ସଂସ୍କାର ସମ୍ୱନ୍ଧୀୟ ଆଇନକୁ ବିଲାତର ପାର୍ଲିଆମେଣ୍ଟର ଲର୍ଡସଭା (House of Lords)ରେ ଏ ପେଶ୍ କରିଥିଲେ ପାର୍ଲିଆମେଣ୍ଟର ଲର୍ଡସଭା (House of Lords)ର ସଭ୍ୟରୂପେ ଏହାକୁ ସମ୍ରାଟ ଗ୍ରହଣ କରିଥିଲେ

ତତ୍ପରେ ଏ ବିଲାତର ପ୍ରିଭିକାଉନ୍ସିଲ୍ ବା ଉଚ୍ଚ— ତମ ବିଚାରାଳୟର ବିଚାରପତି ରୂପେ ସମ୍ରାଟଙ୍କଦ୍ୱାରା ନିଯୁକ୍ତ ହୋଇଥିଲେ

ଏହାଙ୍କର ଭାଇ ମେଜର୍ ଏନ. ପି. ସିନ୍ହା ବିଲାତରୁ ଚିକିତ୍ସା ବିଭାଗୀୟ ଉଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିଭିଲ୍ ସର୍ଜନ୍ (Civil Surgeon) ବା ଉକ୍ତର ସାହେବ କାର୍ଯ୍ୟ କରି ଅବସର ଗ୍ରହଣ କରି ଅଛନ୍ତି ଏହାଙ୍କ ପୁତ୍ର ଲର୍ଡ ସିଂହ ଉପାଧି ପାଇଅଛନ୍ତି]