ସତ୍ୟବତୀ

ଉଇକିଅଭିଧାନ‌ରୁ

ସତ୍ୟବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସତ୍ୟବତ୍+ସ୍ତ୍ରୀ. ଈ; ସତ୍ୟବତ୍ ଶବ୍ଦର ସ୍ତ୍ରୀ ଲିଙ୍ଗ)[ସମ୍ପାଦନା]

ସତ୍ୟବାଦିନୀ —The feminine of satyabat; Truthful (woman).

ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ବ୍ୟାସ ଜନନୀ; ଶାନ୍ତନୁଙ୍କର ଦ୍ୱିତୀୟା ପତ୍ନୀ — ୧. Name of the ୨nd wife of 'Ṡāntanu' and mother of sage 'Byāsa'.

[ଦ୍ରଷ୍ଟବ୍ୟ —ବ୍ୟାସଜନନୀଙ୍କର ବାକ୍ୟ ନାମ ମତ୍ସଗନ୍ଧା ଏ ବସୁରାଜଙ୍କ ଔରସରେ ମତ୍ସ୍ୟରୂପା ଅଦ୍ରିକା ନାମ୍ନୀ ଅପ୍ସରାଙ୍କ ଗର୍ଭରୁ ଜନ୍ମିଥିଲେ ମତ୍ସ୍ୟର ଗର୍ଭରୁ ଜନ୍ମି ଥିବାରୁ ଏହାଙ୍କ ଦେହରେ ମତ୍ସ୍ୟଗନ୍ଧ ଥିଲା (ସେଥିପାଇଁ ଏହାଙ୍କ ନାମ ମତ୍ସ୍ୟଗନ୍ଧା) ଜନ୍ମ ପରେ ବସୁରାଜ ଏହାଙ୍କୁ ଲାଳନପାଳନାର୍ଥ ଦାସରାଜ (କେଉଟ)ଙ୍କୁ ଅର୍ପଣ କରିଥିଲେ ଏ ବୟଃପ୍ରାପ୍ତ ହେଲାରୁ ଦାସରାଜ ଏହାଙ୍କୁ ଯମୁନା ନଦୀ ଘାଟର ଡଙ୍ଗା ପରିଚାଳନର କର୍ମରେ ରଖିଲେ ଏହି ଅବସ୍ଥାରେ ଦିନେ ପରାଶର ମୁନି ଯମୁନା ନଦୀ ପାର ହେବା ସମୟରେ ଏହାଙ୍କ ରୂପରେ ମୁଗ୍ଧ ହୋଇ ସଙ୍ଗମ ଲାଳସାରେ ଯୋଗ ମହିମା— ବଳରେ ଏହାଙ୍କ ଦେହରୁ ମତ୍ସ୍ୟଗନ୍ଧ ବିଦୂରିତ କରି ଏହାଙ୍କ ଦେହକୁ ପଦ୍ମଗନ୍ଧମୟ କଲେ ପରାଶଙ୍କର ଔରସରେ ଏହାଙ୍କ ଗର୍ଭରୁ ବ୍ୟାସଦେବ ଜନ୍ମ ହୋଇଥିଲେ ଏହା ସତ୍ୟବତୀଙ୍କ ଜୀବନର ପ୍ରଥମ ଅଧ୍ୟାୟ

କେତେ ଦିନ ପରେ ଗଙ୍ଗା ଦେବୀଙ୍କ ସ୍ୱାମୀ ଓ ଦେବବ୍ରତ (ପରବର୍ତ୍ତୀ ନାମ ଭୀଷ୍ମ)ଙ୍କ ପିତା ଶାନ୍ତନୁରାଜ ସତ୍ୟବତୀଙ୍କ ଦେହର ପଦଗନ୍ଧାଦ୍ୱାରା ଆକୃଷ୍ଟ ହୋଇ ଏହାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ କରି ଦାସରାଜଙ୍କ ନିକଟରେ ଉପସ୍ଥିତ ହେବାରୁ ଦାସରାଜ ଶାନ୍ତନୁଙ୍କୁ କହିଲେ—ଆପଣ ଯେବେ ଆପଣଙ୍କ ଔରସରେ ଏହି କନ୍ୟା ଗର୍ଭରୁ ଜାତ ସନ୍ତାନକୁ ଆପଣଙ୍କ ଅନ୍ତେ ସିଂହାସନର ଅଧିକାରୀ କରିବାକୁ ସତ୍ୟ କରିବେ ତେବେ ଏ କନ୍ୟାକୁ ଆପଣଙ୍କ ହସ୍ତରେ ଅର୍ପଣ କରିବି; କିନ୍ତୁ ପ୍ରଥମା ପତ୍ନୀ ଗଙ୍ଗାଙ୍କ ଗର୍ଭଜାତ 'ଦେବବ୍ରତ' ଥାଉଁ ଥାଉଁ ଶାନ୍ତନୁ ଏପରି ପ୍ରତିଜ୍ଞା କରିବାକୁ ଅସମର୍ଥ ହୋଇ ନିରାଶ ହୃଦୟରେ ରାଜ୍ୟକୁ ଫେରି ଆସିଲେ ଏଣେ ପିତୃଭକ୍ତ ଦେବବ୍ରତ ପିତାଙ୍କ ମନୋ— ଦୁଃଖର କାରଣ ଅନୁସନ୍ଧାନଦ୍ୱାରା ଜାଣି ପାରି ସ୍ୱୟଂ ଦାସରାଜଙ୍କ ନିକଟରେ ଉପସ୍ଥିତ ହୋଇ ଏହିପରି ପ୍ରତିଜ୍ଞା କଲେ ଯେ, ଦାସରାଜଙ୍କ ଅଭିଳାଷ ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ସେ ପିତାଙ୍କ ମୃତ୍ୟୁ ପରେ ନିଜେ ପିତୃ ସିଂହାସନ ଅଧିକାର ନ କରି ସତ୍ୟବତୀଙ୍କ ପୁତ୍ରମାନଙ୍କୁ ଉକ୍ତ ସିଂହାସନରେ ବସାଇବେ ଓ ସ୍ୱୟଂ ଚିରକୁମାର ରହିବେ ଦେବବ୍ରତ ଏହି 'ଭୀଷ୍ମ ପ୍ରତିଜ୍ଞା' କରି ତାହା ପାଳନ କରିଥିବାରୁ ତଦବଧି ତାଙ୍କ ନାମ ଭୀଷ୍ମ ହେଲା ଦାସରାଜ ଏ ପ୍ରତିଜ୍ଞା ଶୁଣି ସତ୍ୟବତୀଙ୍କୁ ଭୀଷ୍ମଙ୍କ ହସ୍ତରେ ପ୍ରଦାନ କଲେ ଓ ଭୀଷ୍ମ ସତ୍ୟବତୀଙ୍କୁ ଆଣି ପିତୃଦେବଙ୍କ ଚରଣରେ ଅର୍ପଣ କଲେ କାଳକ୍ରମେ ସତ୍ୟବତୀଙ୍କ ଗର୍ଭରୁ ଶାନ୍ତନୁଙ୍କ ଔରସରେ ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ନାମକ ଦୁଇଟି ପୁତ୍ର ଜନ୍ମ ହେଲେ ଶାନ୍ତନୁଙ୍କ ଅନ୍ତେ ଭୀଷ୍ମ ଚିତ୍ରାଙ୍ଗଦଙ୍କୁ ରାଜ— ପଦରେ ବସାଇଲେ, କିନ୍ତୁ ଚିତ୍ରାଙ୍ଗଦ ଅଳ୍ପଦିନ ପରେ ନିଃସନ୍ତାନ ହୋଇ ମୃତ ହେବାରୁ ଭୀଷ୍ମ ତାଙ୍କ କନିଷ୍ଠ ବିଚିତ୍ରବୀର୍ଯ୍ୟଙ୍କୁ ରାଜା କଲେ ପରେ କାଶୀରାଜାଙ୍କ କନ୍ୟା ଅମ୍ୱାଳିକାଙ୍କୁ ଓ ଅମ୍ୱିକାଙ୍କୁ ସ୍ୱୟମ୍ୱର ସଭାରୁ ହରଣ କରି ଆଣି ବିଚିତ୍ରବୀର୍ଯ୍ୟଙ୍କୁ ବିବାହ ଦେଲେ ଦୈବଗତ୍ୟା ବିଚିତ୍ରବୀର୍ଯ୍ୟ ମଧ୍ୟ ନିଃସନ୍ତାନ ହୋଇ ମୃତ ହେଲେ ଆପଣାର କୁଳ ଲୋପ ହେବା ଦେଖି ସତ୍ୟବତୀ ଅତି ଦୁଃଖିତା ହୋଇ ଭୀଷ୍ମଙ୍କ ପରାମର୍ଶରେ ସ୍ୱୀୟ କାଳୀନ ପୁତ୍ର

ବ୍ୟାସ ଦେବଙ୍କୁ ନିମନ୍ତ୍ରଣ କରି ତାଙ୍କ ସାହାଯ୍ୟରେ ନିୟୋଗ ବିଧିଦ୍ୱାରା ମୃତ ବିଚିତ୍ରବୀର୍ଯ୍ୟଙ୍କ କ୍ଷେତ୍ରରେ (ଅମ୍ୱିକା ଓ ଅମ୍ୱାଳିକାଙ୍କ ଗର୍ଭରେ) ଧୃତରାଷ୍ଟ୍ର ଓ ପାଣ୍ଡୁ ନାମକ କୁମାର— ଦ୍ୱୟଙ୍କୁ ଉତ୍ପାଦିତ କରାଇ ଶାନ୍ତନୁଙ୍କ କୁଳ ରକ୍ଷା କଲେ ପୌତ୍ରଦ୍ୱୟ ବୟଃପ୍ରାପ୍ତ ହେବା ପର୍ଯ୍ୟନ୍ତ ସତ୍ୟବତୀ ଭୀଷ୍ମଙ୍କ ଆଶ୍ରୟରେ ରହିଥିଲେ ଧୃତରାଷ୍ଟ୍ର ବଡ଼ ପୁଅ ଥିଲେହେଁ ଜନ୍ମାନ୍ଧ ଥିବାରୁ କନିଷ୍ଠ ପାଣ୍ଡୁ ରାଜା ହେଲେ, କିନ୍ତୁ ଦୈବ— ଗତ୍ୟା 'ଅକାଳକାଣ୍ଡ' କପାଳେ ବାଜିବାରୁ ପାଣ୍ଡୁ ଅଳ୍ପ ବୟସରେ ମୃତ ହେଲେ ପାଣ୍ଡୁଙ୍କ ମୃତ୍ୟୁ ପରେ ସତ୍ୟବତୀ ପୁତ୍ରବଧୂ ଦ୍ୱୟଙ୍କ ସହ ବନବାସ ଆଶ୍ରୟ କରି ତପଶ୍ଚରଣରେ ନିଯୁକ୍ତା ହୋଇ ଦେହ ତ୍ୟାଗ କଲେ] 

୨. ନାରଦ ମୁନିଙ୍କ ପତ୍ନୀ —୨. Name of the wife of sage 'Nārada'.
୩. ବିଶ୍ୱାମିତ୍ରଙ୍କ ଭଉଣୀ; ରୁଚିକ ଋଷିଙ୍କ ପତ୍ନୀ ଓ ଶୁନଃଶେଫ ରୁଷିଙ୍କ ମାତା —୩. The sister of Biswāmitra' and wife of sage 'Ruchika'.

[ଦ୍ରଷ୍ଟବ୍ୟ —ତପୋବଳରେ ଏ ଦେହାନ୍ତେ ସଶରୀର ସ୍ୱର୍ଗାରୋହଣ କରିବା ପରେ ପୃଥିବୀର ହିତା କାମନାରେ ସ୍ରୋତସ୍ୱତୀ ରୂପେ ହିମାଳୟରୁ ପ୍ରବାହିତ ହୋଇ 'କୌଶିକୀ' ନାମ ଧାରଣ କଲେ କୌଶିକୀ ହିମଳୟରୁ ପ୍ରବାହିତ ହେଉଥିବା ବିହାର ପ୍ରଦେଶାନ୍ତର୍ଗତ ନଦୀବିଶେଷ ଏହା ଭାଗଲପୁରର କିଛି ଦୂର ତଳେ ପୂର୍ବରେ ଗଙ୍ଗା ନଦୀ ସଙ୍ଗେ ମିଶି ଅଛି]