ସତ୍ୟବାଦୀ ଗୋପୀନାଥ

ଉଇକିଅଭିଧାନ‌ରୁ

ସତ୍ୟବାଦୀ ଗୋପୀନାଥ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସତ୍ୟବାଦୀ ଗୋପୀନାଥ ଜୀଉ (ଜୀ), ସତ୍ୟବାଦୀ ଗୋପୀନାଥ ଦେବଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ସତ୍ୟବାଦୀରେ ବିରାଜିତ 'ସାକ୍ଷୀ— ଗୋପାଳ' ବା 'ଗୋପାଳଜୀ' ନାମକ ଶୀକୃଷ୍ଣଙ୍କ ବିଗ୍ରହ — The Deity Gopīnātha at Sākhigopāl.

(ଦ୍ର—ଏ କଳାମୁଗୁନି ପଥରରେ ନିର୍ମିତ ମନୁଷ୍ୟପ୍ରମାଣ ମୂର୍ତ୍ତି ଅଟନ୍ତି ଏହାଙ୍କ ବାମ ପାର୍ଶ୍ୱରେ ସମକୋଣ ସୃଷ୍ଟି କରି ପିତ୍ତଳପ୍ରଧାନ ଧାତୁମୟ ରାଧିକା ବା ଠାକୁରାଣୀ ମୂର୍ତ୍ତି ଚିରାଜିତା କିମ୍ୱଦନ୍ତୀ ଅଛି ଯେ, ଏ ମୂର୍ତ୍ତି ପ୍ରଥମେ ବୃନ୍ଦାବନରେ ଥିଲେ ସେଠାକୁ ଦାକ୍ଷିଣାତ୍ୟରେ ଗୋଟିଏ ବୃଦ୍ଧ ବ୍ରାହ୍ମଣ ଓ ଗୋଟିଏ ଯୁବକ ତୀର୍ଥ କରିବାକୁ ଯାଇ— ଥିଲେ ସେମାନେ ଏହି ମୂର୍ତ୍ତିଙ୍କୁ ମନ୍ଦିରରେ ଦର୍ଶନ କରୁଥିବାବେଳେ ବୃଦ୍ଧ ବ୍ରାହ୍ମଣ ଆପଣା କନ୍ୟାକୁ ଯୁବକଙ୍କୁ ବିବାହ ଦେବାପାଇଁ 'ସତ୍ୟ' କରିଥିଲେ ଏହି ଅଙ୍ଗୀକାରକୁ କେବଳ ଗୋପୀନାଥ ମୂର୍ତ୍ତିଙ୍କ ଛଡ଼ା ଅନ୍ୟ କେହି ଶୁଣି ନ ଥିଲେ କାଳକ୍ରମେ ବ୍ରାହ୍ମଣଦ୍ୱୟ ସ୍ୱଦେଶକୁ ଫେରି ଆସିବାପରେ କେତେକ କାରଣରୁ ବୃଦ୍ଧ ଆପଣାର ସତ୍ୟ ରକ୍ଷା ନ କରିବାକୁ ଯୁବକ ପଞ୍ଚାଏତଙ୍କ ନିକଟରେ ଫେରାଦ ହେଲେ; ପଞ୍ଚାଏତ ଯୁବକଙ୍କୁ ସାକ୍ଷୀ ତଲବ କଲେ ଯୁବକଙ୍କର ଅନ୍ୟ କେହି ସାକ୍ଷୀ ନ ଥିବାରୁ ବୃନ୍ଦାବନର ଗୋପୀନାଥ ମୂର୍ତ୍ତି ତାହାଙ୍କ ସାକ୍ଷୀଥିବା କଥା କହି ଓ ଦୃଢ଼ ବିଶ୍ୱାସରେ ପ୍ରଣୋଦିତ ହୋଇ ତାଙ୍କୁ ବୃନ୍ଦାବନରୁ ଏଠାକୁ ସଶରୀରରେ ଆଣିବାପାଇଁ ଯୁବକ ବୃନ୍ଦାବନ ଗଲେ

ଦେବମୂର୍ତ୍ତିଙ୍କୁ ସ୍ୱଗ୍ରାମକୁ ଆଣିବା ପାଇଁ ଯୁବକ ଅନାହାରରେ ମନ୍ଦିରରେ ଅଧ୍ୟା ପଡ଼ି ଯେତେବେଳେ ମୃତପ୍ରାପ୍ତ ହୋଇ ଗଲେ, ସେତେବେଳେ ଶ୍ରୀଗୋପାଳ ଆଉ ସହି ନ ପାରି କହିଲେ, —ମୁଁ ତୋ ପାଇଁ ସାକ୍ଷ୍ୟ ଦେବାକୁ ତୋ ପଛେ ପଛେ ତୋ ଗ୍ରାମକୁ ଯିବି; ତୁ ଆଗେ ଆଗେ ଯାଉଥିବୁ ଓ ମୋ ଝୁମୁକି କଠାଉର ଝୁମୁଝୁମୁ ଶବ୍ଦ ତୋ କାନକୁ ଶୁଭୁଥିବ ସେହି ଶବ୍ଦରୁ ତୁ ଠଉରାଉଥିବୁ ଯେ, ମୁଁ ତୋ ପଛେ ପଛେ ଯାଉଅଛି; ତୁ ବାଟରେ ପଛ ଆଡ଼କୁ ଫେରି ଯଦି ଚାହିଁବୁ, ତେବେ ମୁଁ ସେହି ସ୍ଥାନରେ ପାଷାଣ ପାଲଟି ଯାଇ ଅଚଳ ହୋଇଯିବି ଯୁବକଙ୍କୁ ଗୋପୀନାଥ ଏତେ ପ୍ରକାର ସାବଧାନ କରାଇଥିଲେହେଁ ସେ ଆସୁ ଆସୁ କାବେରୀ ନଦୀ ବାଲିରେ ଗୋପୀନାଥଙ୍କ ଝୁମୁକି କଠାଉ ବାଲିରେ ପୋତି ହୋଇ ଯାଇ ଝୁମଝୁମଶବ୍ଦ ନ ଶୁଭିବାରୁ ଧୈର୍ଯ୍ୟ ଧରି ନ ପାରି ଯୁବକ ପଛ ଆଡ଼କୁ ମୁହ ବୁଲାଇ ଚାହିଁ ଦେଲେ ଦେଖିଲାବେଳକୁ ସେହିଠାରେ ଶ୍ରୀଗୋପୀନାଥ ସତକୁସତ ପାଷାଣମୟ ଅଚଳ ବିଗ୍ରହ ପାଲଟି ଗଲେ ଓ ଆଉ ସେହି ସ୍ଥାନରୁ ଚଳିଲେ

ନାହିଁ ଯୁବକ ଏହା ଦେଖି ନିଜର ଭାଗ୍ୟକୁ ନିନ୍ଦା କରି ରହିଲେ ଶ୍ରୀଗୋପୀନାଥ ଦେବ ବ୍ରାହ୍ମଣ ଯୁବକ ପାଇଁ ସାକ୍ଷ୍ୟ ଦେବାକୁ ବୃନ୍ଦାବନରୁ ଆସିବାରୁ ତଦବଧି ତାଙ୍କ ନାମ 'ସାକ୍ଷୀଗୋପାଳ' ବା 'ସାକ୍ଷୀ ଗୋପୀନାଥ' ହେଲା ଏ ବିଗ୍ରହ ପୂର୍ବେ କାଞ୍ଚି ରାଜ୍ୟରେ ଥିଲେ, ପରେ କାଞ୍ଚି ବିଜୟ ସମୟରେ କାଞ୍ଚିରୁ ରାଜା ପୁରୁଷୋତ୍ତମଦେବଙ୍କଦ୍ୱାରା କଟକକୁ, ସେଠାରେ ଖୋରଧାର ରଥିପୁରକୁ, ପରେ କନ୍ତଳବାଇକୁ ସ୍ଥାନାନ୍ତରିତ ହୋଇ ବାବା ବ୍ରହ୍ମଚାରୀଙ୍କଦ୍ୱାରା ଆନୀତ ହୋଇ ବର୍ତ୍ତମାନ ପୁରୀଜିଲ୍ଲା, ରାହାଙ୍ଗ ପ୍ରଗନ୍ନା, ସତ୍ୟବାଦୀ ମଉଜା 'ଫୁଲ ଅଳସା' ବଉଳ ତୋଟାରେ ପ୍ରତିଷ୍ଠିତ ହୋଇ ପୂଜା ପାଉଅଛନ୍ତି ଏଠାରେ ପ୍ରତିଷ୍ଠିତ ଗୋପୀନାଥ 'ସତ୍ୟବାଦୀ' ଥିବାରୁ ଏ ସ୍ଥାନର ନାମ 'ସତ୍ୟବାଦୀ' ହୋଇଅଛି ଏହାଙ୍କ ମନ୍ଦିର ପୁରାତନ ନୁହେଁ ଏହାକୁ ପ୍ରାୟ ୧ ବର୍ଷ ହେଲା ବାବା ବ୍ରହ୍ମଚାରୀ ନିର୍ମାଣ କରାଇଥିଲେ ଏହାର ଚାରି ପାଖରେ ୯ ବାଟି ୯ ମାଣ ୯ ଗୁଣ୍ଠ ଓ ୯ ବିଶ୍ୱା ପରିମିତ ଗୋଟିଏ ବକୁଳବନ (ବଉଳ ତୋଟା) ଅଛି ଏ ତୋଟାଟି ବଉଳ ଓ ଛୁରିଅନା ଗଛରେ ପରିପୂର୍ଣ୍ଣ ଏହି ତୋଟା ମଧ୍ୟରେ ଗୋପୀନାଥଙ୍କ ବେଢ଼ାର ପଶ୍ଚିମ ପଟ ପଛରେ 'ସତ୍ୟବାଦୀ ସ୍କୁଲ' ପ୍ରିତିଷ୍ଟିତ ହୋଇ— ଅଛି ଏ ବିଗ୍ରହ ମୁଗୁନି ପଥରରେ ତିୟାରି, କିନ୍ତୁ ଏହାଙ୍କ ନିକଟରେ ସ୍ଥାପିତ ଶ୍ରୀରାଧିକାଙ୍କ ବିଗ୍ରହ ଧାତୁ ନିର୍ମିତ କଥିତ ଅଛି ଯେ, ଏ ବିଗ୍ରହ କେତେକ ଦିନ ଏଠାରେ ଏକାକୀ ରହିବାପରେ ନିଶାଯୋଗେ ମନୁଷ୍ୟ ରୂପଧରି ଗୋଟିଏ ଅସାଧାରଣ ରୂପବତୀ ବ୍ରାହ୍ମଣ—ସେବକ—ବାଳିକା ନିକଟକୁ ଯିବା ଆସିବା କଲେ ଉକ୍ତ ବ୍ରାହ୍ମଣ କନ୍ୟା ନିକଟକୁ କୌଣସି ପୁରୁଷ ନିଶାଯୋଗେ ଯିବା ଆସିବା କରୁଥିବାକଥା ରାଷ୍ଟ୍ର ହେବାରୁ ଓ ସକାଳୁ କନ୍ୟାର ଶେଯରେ ଶ୍ରୀଜୀଉଙ୍କ ପରିହିତ ଫୁଲ ମାଳ ଓ ବଂଶୀ ପଡ଼ିଥିବା ଦେଖା— ଯିବାରୁ, ଗୋପୀନାଥଦେବ ସ୍ୱପ୍ନରେ ତତ୍କାଳୀନ ରାଜ— ବିରାଦରଙ୍କୁ ଦେଖାଦେଇ ତାଙ୍କ ନିକଟରେ ରାଧାଙ୍କର ବିଗ୍ରହ ନ ଥିବାରୁ ଏପରି ଲୀଳା ଘଟୁଥିବା ବିଷୟ ନିଜେ ସ୍ୱପ୍ନାଦେଶ କଲେ ରାଧାଙ୍କର ଧାତୁମୟୀ ପ୍ରତିମା ନିର୍ମିତ ହୋଇ ଗୋପୀନାଥଙ୍କ ବିଗ୍ରହର ବାମ ପାର୍ଶ୍ୱରେ ପ୍ରତିଷ୍ଠିତ ହେଲେ, ଏବଂ ଏହି ଧାତୁ ପ୍ରତିମଙ୍କଠାରେ ମନ୍ତ୍ରଦ୍ୱାରା ଜୀବନ୍ୟାସ କରାଯିବା ମୁହୂର୍ତ୍ତିରେ ପୂର୍ବୋକ୍ତା ବ୍ରାହ୍ମଣ କନ୍ୟାଟି ସ୍ୱତଃ ଦେହତ୍ୟାଗ କଲେ 

କଥିତ ଅଛି ଯେ, ଏହି 'ଫୁଲଅଳସା' ନାମକ ବକୁଳବନ ରାଧାକୃଷ୍ଣଙ୍କର ଲୀଳାଭୂମି ଥିବାରୁ ରାତ୍ରିରେ ଏହି ସୀମା ମଧ୍ୟରେ କୌଣସି ଜନପ୍ରାଣୀଙ୍କୁ ରଖାଯାଉ ନ ଥିଲା ଏମନ୍ତ କି, ରାତିରେ ଏହି ଚକଡ଼ା ମଧ୍ୟରେ ବାନର ଓ ପକ୍ଷୀଆଦି ରହିବେ ନାହିଁ ବୋଲି ସନ୍ଧ୍ୟାବେଳୁ ସେମାନଙ୍କୁ ଏହି ତୋଟାରୁ ହୁରୁଡ଼ାଇ ତଡ଼ିଦେବା ପାଇଁ ଜାରିରିଖିଆ ଲୋକ (ଚାକର) ଥିଲେ ବର୍ତ୍ତମାନ ଏହି ତୋଟା ମଧ୍ୟରେ ଦୋକାନ ବଜାର, ସ୍କୁଲ, ଅଫିସ୍ ଆଦି ନିର୍ମିତ ହୋଇଅଛି

ଏ ଦେବତାଙ୍କ ନିକଟରେ କୌଣସି ସଙ୍ଖୁଡ଼ି—ଭୋଗ (ଅନ୍ନ ବ୍ୟଞ୍ଜନ) ଲାଗେ ନାହିଁ; ଖଇ, ଖଇଚୂନା, ଗହମ ଚୂନାରେ ତିଆରି କାକରା, ଚୂଡ଼ା ପଖାଳ, ଡାଳିମ୍ୱ, ସରପୁଳି, ସର ଲବଣୀ, ଦୁଧ, କଦଳୀ ଆଦି ଭୋଗ କରାଯାଏ କେବଳ କାଙ୍କଡ଼, କଦଳୀ ଓ ଦେଶୀ ଆଳୁର ଭଜା ଏଥି ସଙ୍ଗେ ଭୋଗ ଲାଗେ