Jump to content

ସତ୍ୟଭାମା

ଉଇକିଅଭିଧାନ‌ରୁ

ସତ୍ୟଭାମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ସତ୍ୟ+ଭାମ=ସୁନ୍ଦର+ଆ)[ସମ୍ପାଦନା]

ସତ୍ରାଜିତ୍ ରାଜାଙ୍କର କନ୍ୟା ଶ୍ରୀକୃଷ୍ଣଙ୍କର ୮ଜଣ ମହିଷୀଙ୍କ ମଧ୍ୟରୁ ଏକତମ —Name of one of the eight Ranees of Srīkṛushṇa and daughter of king Satrājit.

[ଦ୍ରଷ୍ଟବ୍ୟ —ଏହାଙ୍କ ଅନୁରୋଧ ପୂରଣ କରିବା ପାଇଁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରି ସ୍ୱର୍ଗରୁ ଇନ୍ଦ୍ରଙ୍କ ନନ୍ଦନକାନନରୁ ପାରିଜାତ ବୃକ୍ଷକୁ ଆଣି ଏହାଙ୍କୁ ଉପହାର ଦେଇଥିଲେ ଏ ପୁଣ୍ୟକ ବ୍ରତ ଅନୁଷ୍ଠାନ କରି ଶ୍ରୀକୃଷ୍ଣଙ୍କୁ ପାରିଜାତ ବୃକ୍ଷରେ ବନ୍ଧନ କରିଥିଲେ ଏହାଙ୍କ ଗର୍ଭରେ ଶ୍ରୀକୃଷ୍ଣଙ୍କ ଔରସରେ ଭାନୁଆଦି ସାତପୁତ୍ର ଜାତ ହୋଇଥିଲେ ଯଦୁବଂଶର ଧ୍ୱଂସ ଓ ଶ୍ରୀକୃଷ୍ଣଙ୍କ ଦେହତ୍ୟାଗ ପରେ ଯଦୁବଂଶୀୟ ଅନ୍ୟ ମହିଳାମାନଙ୍କ ସଙ୍ଗେ ଅର୍ଜୁନ ଏହାଙ୍କୁ ଦ୍ୱାରକାରୁ ହସ୍ତିନାପୁରକୁ ନେଇ ଯାଇଥିଲେ ପରେ ଏ ବନବାସିନୀ ହୋଇ ତପଶ୍ଚରଣପୂର୍ବକ ଜୀବନର ଶେଷ ଅଂଶ ଅତିବାହିତ କଲେ

ଶ୍ରୀକୃଷ୍ଣଙ୍କ ଅଷ୍ଟ ପଟ୍ଟମହିଷୀଙ୍କ ନାମ ଯଥା—୧ ରୁକ୍ମିଣୀ, ୨ ସତ୍ୟଭାମା; ୩ କାଳିନ୍ଦୀ, ୪ ଶୁଚିସ୍ମିତା, ୫ ମିତ୍ରବିନ୍ଦା, ୬ ଜାମ୍ୱବତୀ, ୭ ନାଗ୍ନଜିତୀ; ୮ ସୁଲକ୍ଷଣା]