Jump to content

ସଦର ଆଲା

ଉଇକିଅଭିଧାନ‌ରୁ

ସଦର ଆଲା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ସଦରାଲା(ଲ୍ଲା)—ଅନ୍ୟରୂପ]

ବୈଦେଶିକ - ବି—(ଆରବୀ - ସଦର ଓ ଫାରାସୀ - ଆଲ୍ଲା)

[ସମ୍ପାଦନା]

ଜିଲ୍ଲାର ସଦରରେ ବା କେନ୍ଦ୍ରରେ ନିଯୁକ୍ତ ଦେବାନୀ ବିଚାରର ସର୍ବୋଚ୍ଚ ହାକିମ — The highest Civil Judge at the District headquarters under the Moghals.

(ଦ୍ର—ବଙ୍ଗ, ବିହାର, ଓଡ଼ିଶାର 'ଦେବାନୀ'କୁ ଇଂରାଜ— ମାନେ ମୋଗଲ ସମ୍ରାଟଙ୍କଠାରୁ ପ୍ରଥମେ ଇଯାରା ନେବ ସମୟରେ ଏ ରାଜ୍ୟର ଖଜଣା ଅସୁଲର ଭାରପ୍ରାପ୍ତ କର୍ମଚାରୀଙ୍କୁ ଇଂରେଜମାନେ ନିଯୁକ୍ତ କରୁଥିଲେ ଉକ୍ତ କର୍ମଚାରୀଙ୍କ ନାମ 'କଲେକ୍ଟର୍' ବା ତହସିଲଦାର ଥିଲା ବର୍ତ୍ତମାନର 'କଲେକ୍ଟର'ମାନେ ସେହି ତହସିଲଦାର— ମାନଙ୍କ ସ୍ଥଳାଭିଷିକ୍ତ ଅଟନ୍ତି ସେମାନେ ଖଜଣା ଅସୁଲ କରୁଥିଲେ ଓ ଖଜଣା (ମାଲ୍ =Revenue) ସଂକ୍ରାନ୍ତ ବିଷୟମାନ କଲେକ୍ଟରମାନେ ବୁଝୁଥିଲେ ସେ ସମୟରେ ମୋଗଲ ବାଦସାହାଙ୍କ ନିଯୁକ୍ତ ବିଚାରକମାନେ ଦେବାନୀ (Civil) ଓ ଫଉଜଦାରୀ (Criminal) ମକଦମା ବୁଝୁଥୁଲେ ମଫସଲରେ ସ୍ଥାନେ ସ୍ଥାନେ ଯେଉଁ ବିଚାରକମାନେ ରହୁଥିଲେ ସେମାନଙ୍କୁ 'କାଜୀ', ସହରର ଛୋଟ ହାକିମଙ୍କୁ ସଦର ଅମିନ୍ ଓ ଜିଲ୍ଲାର ସଦରରେ ଯେଉଁ ପ୍ରଧାନ ବିଚାରପତି ରହୁଥିଲେ ତାଙ୍କୁ ସଦର ଆଲ୍ଲା ବୋଲାଯାଉଥିଲା ଓ ସର୍ବୋପରି କଲିକତାରେ ସଦର ଦେବାନୀ ଅଦାଲତ ଥିଲା କ୍ରମଶଃ ବଙ୍ଗବିହାର ଓଡ଼ିଶାର ଅନ୍ୟାନ୍ୟ ଶାସନ ଓ ବିଚାର ବିଭାଗକୁ ଇଂରେଜ— ମାନେ ହସ୍ତଗତ କରି ଦିନାକେତେ ବିଚାରକମାନଙ୍କର ପୂର୍ବ ଉପାଧି ରଖିଥିଲେ ଓ ପରେ ସେ ବିଚାରକମାନଙ୍କର ଉପାଧି ପରିବର୍ତ୍ତନ କଲେ ସାବକର ସଦର ଅମୀନମାନେ ବର୍ତ୍ତମାନ ମୁନସଫ; ସାବକର 'ସଦର ଆଲ୍ଲା'ମାନେ ବର୍ତ୍ତମାନ 'ସବଜଜ୍' ଅଟନ୍ତି ଓ ସାବକର ସଦର 'ଦେବନୀ ଅଦାଲତ' ବର୍ତ୍ତମାନ 'ହାଇକୋଟ' ଅଟେ ସାବକର 'କାଜୀ' (village munsiff) ପ୍ରଥା ବର୍ତ୍ତାମାନ ବଙ୍ଗ ଜିଲ୍ଲାର ଓଡ଼ିଶାରୁ ଉଠିଯାଇଅଛି]