ସଦ୍ୟଃ ଶୌଚ

ଉଇକିଅଭିଧାନ‌ରୁ

ସଦ୍ୟଃ ଶୌଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ତତ୍କ୍ଷଣାତ୍ ଶୁଦ୍ଧି; ଅଶୁଦ୍ଧ ହେବାର ପର କ୍ଷଣରେ ଶୁଦ୍ଧ ହେବା —Purification immediately after the attainment of impurity.

[ଦ୍ରଷ୍ଟବ୍ୟ —ଯତି ମୃତ ହେଲେ ବା ବାଳକ ଦୋଶାନ୍ତରରେ ମୃତ ହେଲେ ତନ୍ନିକଟିସ୍ଥ ବ୍ୟକ୍ତିମାନେ ସ୍ନାନଦ୍ୱାରା ସଦ୍ୟଃ ଶୌଚ ହେବେ—ଗରୁଡ଼ ପୁରାଣ, ୧୭: ଅଧ୍ୟାୟ]

ଦେଶଜ - ବିଶେଷଣ -[ସମ୍ପାଦନା]

ଯାହାର ଶୁଦ୍ଧି ଲାଭ କରିବା ପାଇଁ ବିଳମ୍ୱ ଘଟେ ନାହିଁ; ଯେ ଅଶୁତି ହେବା ମାତ୍ରକେ ଶୁଦ୍ଧିଲାଭ କରେ —One who becomes purified immediately after he becomes impure.

[ଦ୍ରଷ୍ଟବ୍ୟ —ଶିଳ୍ପୀ, କାରୁ (ଅର୍ଥାତ୍ ସୂପକାରାଦି), ବୈଦ୍ୟ, ଦାସୀ, ଦାସ, ଭୃତ୍ୟ, ଅଗ୍ନିମାନ୍, ଶୋକ୍ରିୟ, ନାପିତ, ରାଜା, ଏମାନେ ସଦ୍ୟଃଶୌଚ ଅଟନ୍ତି ଏମାନେ ଅଶୁଚି ହେବା ମାତ୍ରେ ସ୍ନାନାଦିଦ୍ୱାରା ଶୁଦ୍ଧିଲାଭ କରନ୍ତି—ଗୁରୁଡ଼ ପୁରାଣ, ୧୭: ଅଧ୍ୟାୟ

ବିବାହ; ଶ୍ରାଦ୍ଧ ଓ ଯଜ୍ଞ ଆରମ୍ଭ କରିଥିବା ବ୍ୟକ୍ତିମାନେ, ବ୍ରତଧାରୀ ବ୍ୟକ୍ତିମାନେ, ହୋମାରମ୍ଭକାରୀ ବ୍ୟକ୍ତିମାନେ ସଦ୍ୟଃଶୌଚ ଅଟନ୍ତି—ବିଷ୍ଣୁ ପୁରାଣ

ଦୁର୍ଭିକ୍ଷ, ରାଷ୍ଟ୍ରବିପ୍ଳବ, ଅପଘାତଦ୍ୱାରା ବହୁ ଲୋକଙ୍କ ମୃତ୍ୟୁ ଘଟିବା କାଳରେ ଲୋକେ ସଦ୍ୟଃଶୌଚ ହୁଅନ୍ତି କୂର୍ମ ପୁରାଣ

ଆମ୍ଭମାନଙ୍କ ଦେଶରେ ମଧ୍ୟ ଦେଖାଯାଏ ଯେ, ରାଜାଙ୍କ ମୃତ୍ୟୁ ଘଟିବା ପରେ ଉତ୍ତରାଧିକାରୀ ସଦ୍ୟଃଶୌଚ ବ୍ୟକ୍ତି

ବିବେଚିତ ହୋଇ ରାଜ୍ୟାଭିଷେକ ଆଦି କର୍ମ କରନ୍ତି ମୃତ ରାଜାଙ୍କ ପାଇଁ ପୂର୍ବରୁ ନିଯୁକ୍ତି 'ପୁଅ ବ୍ରାହ୍ମଣ' ଅଶୌଚ ଓ ଶ୍ରାଦ୍ଧାଦି ପାଳନ କରନ୍ତି]