ସମ୍ୱିଧାନ

ଉଇକିଅଭିଧାନ‌ରୁ

ସମ୍ୱିଧାନ-(ସଂ ସମ+ବିଧାନ)

୧.ବ୍ୟବସ୍ଥା । ପ୍ରବନ୍ଧ ।

୨.ରଚନା । ତିଆରି । (କାବ୍ୟଂ)କଥାବସ୍ତୁରେ ଘଟଣାଗୁଡିକର ବ୍ୟବସ୍ଥାକରିବା ।(ରାଜଂ)ସେହି ଲିଖିତ ନିୟମ ଯାହା ସାହାଯ୍ୟରେ କୌଣସି ରାଜ୍ୟର ବିବିଧ ଅଙ୍ଗଗୁଡିକୁ ସଂଗଠନ କରାଯାଏ ,ତାଙ୍କର ଶକ୍ତି ଓ ସେହି ଶକ୍ତିଗୁଡିକର ପ୍ରୟୋଗ କ୍ଷେତ୍ରର ସୀମା ନିର୍ଦ୍ଧାରିତ କରାଯାଇଥାଏ । ଯେପରି-ଭାରତୀୟ ସମ୍ୱିଧାନ ୨୬ ଜାନୁଆରି ,୧୯୫୦ରୁ ପ୍ରଚଳନ ହେଲା ; ବ୍ରିଟେନର ସମ୍ୱିଧାନ ଅଲିଖିତ ଅଟେ ।

  • ବିଶେଷ-ଲିଖିତ ସମ୍ୱିଧାନ ସହିତ ସାମ୍ୱିଧାନିକ ବ୍ୟବହାର ,ନ୍ୟାୟଳୟଦ୍ୱାରା ସମୟ ସମୟରେ କରାଯାଇଥିବା ସମସ୍ତ ବ୍ୟାଖ୍ୟା , ସାମାନ୍ୟ ନିୟମ ତଥା ପରମ୍ପରାଗୁଡିକ ମଧ୍ୟ ରାଜ୍ୟର ସାମ୍ବିଧାନିକ ପ୍ରଣାଳୀର ଅଙ୍ଗ ହୋଇଥାଏ ।