ଗଳିଆ

ଉଇକିଅଭିଧାନ‌ରୁ

ଗଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଳିତ)[ସମ୍ପାଦନା]

୧. ବିଲର ହିଡ଼ ବା ଜଳାଶୟର ବନ୍ଧ ଇତ୍ୟାଦିର ଯେଉଁ ଛିଦ୍ର ବା ଜଳାବାଟେ ପାଣି ବାହାରି ଯାଏ —୧. Breach; hole in a bandh of a water-reservoir or paddy-field through which water leaks.
୨. ଗଳେଇ (ଦେଖ) - ୨. Gaḻei (See)

ପ୍ରାଦେଶିକ - (କୁଜଙ୍ଗ) ବିଶେଷ୍ୟ -[ସମ୍ପାଦନା]

ଛୋଟ ନଦୀ —Rivulet; stream.

[ ଦ୍ର—କୁଜଙ୍ଗରେ ବଣ ଭିତରେ ମହାନଦୀର ଯେଉଁ କ୍ଷୁଦ୍ର ଶାଖା— ମାନ ପ୍ରବାହିତ ହେଉଅଛି ସେଗୁଡ଼ିକୁ 'ଗଳିଆ' ବୋଲାଯାଏ ଯଥା—ଭିତରଗଡ଼ ଗଳିଆ, ଆଠରବାଙ୍କ ଗଳିଆ, ତନ୍ତ ଗଳିଆ ଓ ଘଣି ଗଳିଆ ]

ଦେଶଜ - ବିଶେଷଣ -[ସମ୍ପାଦନା]

କ୍ଷୁଦ୍ର; ଅନୁଚ୍ଚ ଓ ସଂକୀର୍ଣ୍ଣ(ରାସ୍ତା); ଗଳିପରି ସଂକୀର୍ଣ୍ଣ (ବାଟ) —Very narrow and low (road).

ଯିବାବେଳେ କି କରିବି ବାଟ ତ ଗଳିଆ ଭିକାରି. ଗୀତଲହରୀ

[ ଦ୍ର—ଯେଉଁ ବାଟ ଏତେ ସଂକୀର୍ଣ୍ଣ ଯେ ସେଠାରେ ବଣବୁଦା ଆଦି ଭିତରେ ଦେଇ ଗଳି ଗଳି କରି ଯିବାକୁ ହୁଏ]