ଛିଦ୍ର
ଦେଖଣା
ଛିଦ୍ର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଛିଦ୍ ଧାତୁ+କର୍ମ. ର)
[ସମ୍ପାଦନା]- ୧. କଣା; ଗାତ — ୧. Hole; aperture; gap; opening.
- ୨. ଗହ୍ୱର; ବିବର —୨. Pit; den; cave.
- ୩. ଛୁଞ୍ଚିର କଣା — ୩. The eye of a needle.
- ୪. ଦୋଷ —୪. Fault; weak point.
ଏ ଛିଦ୍ର ତାହାର ଜାଣି ଶତ୍ରୁମାନେ କୃଷ୍ଣସିଂହ. ମହାଭାରତ ସଭା
- ୫. ତ୍ରୁଟି —୫. Defect; flaw.
ଛିଦ୍ର କରି ପୂଜିଲେ ଯେ ସାତ କୋଟି ପାପ ପ୍ରାଚୀ, ଶ୍ରୀଗୁରୁଭକ୍ତି ଗୀତା
- ୬. ଅପକର୍ଷ; ନ୍ୟୁନତା — ୬. Inferiority; shortcoming.
- ୭. ଅବକାଶ; ଅବସର — ୭. Leisure; opportunity; fit occasion.
- ୮. ବିପକ୍ଷର ତ୍ରୁଟି ବା ଅସାବଧାନତା ଯୋଗୁଁ ଘଟିବା ସୁଯୋଗ — ୮. Opportunity arising from the slackness or negligence of one's opponent.
ଅଣୁ ମାତ୍ରେ ଛିଦ୍ର ପାଇଲେ ଦ୍ରୋଣ ଗୁରୁ ନେବେ ବାନ୍ଧି ଯୁଧିଷ୍ଠିରଙ୍କୁ ନୋହି ଭୀରୁ କୃଷ୍ଣସିଂହ, ମହାଭାରତ, ଦ୍ରୋଣ
- ୯. (ଫଳିତ ଜ୍ୟୋତିଷ) ଲଗ୍ନର ଅଷ୍ଟମ ସ୍ଥାନ — ୯. (astrology) The eight place from one's natal sign.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ୍ର ବା କ୍ଷୁଦ୍ର)
[ସମ୍ପାଦନା]- ୧. ପରନିନ୍ଦା —୧. Slander.
- ୨. ଗୃହଚ୍ଛିଦ୍ର —୨. Family-secrets.
- ୩. ଅତି ସାମାନ୍ୟ ଦୋଷ —୩. Minute fault or blemish; petty defect.
- ୪. ଗୁପ୍ତ ଦୋଷ —୪. Secret fault.
- ୫. ଘରଭଙ୍ଗା କଥା — ୫. Petty matters which cause rapture or dissension among friends or relatives.
ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]- ୧. ଛିଦ୍ରଯୁକ୍ତ —୧. Having holes.
ଏ ଛିଦ୍ର ଜଳଘଟ ପ୍ରାୟ ନିତି ପତନ ଏହି କାୟ ଜଗନ୍ନାଥ. ଭାଗବତ
- ୨. (ସଂସ୍କୃତ - କ୍ଷୁଦ୍ର) କ୍ଷୁଦ୍ର; ଛୋଟ — ୨. Small; petty.