ଝିଅ
ଦେଖଣା
- କନ୍ୟା
- ବାଳିକା
- କନ୍ୟା ସ୍ଥାନୀୟା ବଳିକା
- ଅମୁକ ବଂଶ ଜାତା ବା ଅମୁକ ଜତୀୟା ସ୍ତ୍ରୀଝିଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପୁଅ—ବିପରୀତ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଦୁହିତା; ପ୍ରା. ଧୀଆ; ଧୀଦା; ସଂସ୍କୃତ - ଜାମି; ପ୍ରାଚୀନ ବଙ୍ଗଳା ଝିୟ; ପାଲୀ ଧୀ, ଧି, ଧୀତା)
[ସମ୍ପାଦନା]- ୧. କନ୍ୟା —୧. Daughter.
ଝିଅକୁ ମରି ବୋହୁକୁ ଶିଖାଇବା ନ୍ୟାୟ. ଢଗ
- ୨. ବାଳିକା —୨. Girl.
ଶରଣ ସମ୍ଭାଳ ଦୁଃଖୀ ଝିଅକୁ ମା ରଖ ଶ୍ରୀଚରଣ ତଳେ ରାଧାନାଥ, ପାର୍ବତୀ
- ୩. କନ୍ୟାସ୍ଥାନୀୟା ବାଳିକା —୩. A girl whom a person treats as his daughter.
[ଦ୍ରଷ୍ଟବ୍ୟ —ସାଧାରଣତଃ ଆପଣାଠାରୁ ବୟସରେ ଖୁବ୍ ସାନ ଅପରିଚିତା ସ୍ତ୍ରୀଲୋକ ବା ବାଳିକାକୁ ବାଟରେ ଭେଟିଲେ ତାକୁ କିଛି କଥା କହିବାର ଆବଶ୍ୟକ ହେଲେ ତାକୁ ଆଲୋ ଝିଅ ! ବୋଲି ସଂବୋଧନ କରାଯାଏ; ଆପଣାର ସମାନବୟସ୍କା ସ୍ତ୍ରୀଲୋକକୁ ଭଉଣୀ ! ଓ ଆପଣାଠାରୁ ବୟସରେ ବଡ଼ ସ୍ତ୍ରୀଲୋକଙ୍କୁ ମାଉସୀ ! ବୋଲି ସଂବୋଧନ କରାଯାଏ ଉକ୍ତସ୍ତ୍ରୀଲୋକ ସଙ୍ଗେ ଖୁବ୍ ଆଳାପ— ପରିଚୟ ଥିଲେ ଆପଣାଠାରୁ ବୟସରେ ସାନ ସ୍ତ୍ରୀ ଲୋକକୁ ମାଆ ବାଈ ! ସଂବୋଧନ କରାଯାଏ ଓ ବୟସରେ ବଡ଼ ସ୍ତ୍ରୀ ଲୋକଙ୍କୁ ମାଆ ବା ମାଉସୀ ! ବୋଲି ସଂବୋଧନ କରାଯାଏ ଏହିପରି ଆପଣାଠାରୁ ଅଳ୍ପବୟସ୍କ ଅପରିଚିତ ପୁରୁଷ ଲୋକକୁ ଆରେ ପୁଅ !, ସମ— ବୟସ୍କକୁ ଭାଇ ! ଓ ଊର୍ଦ୍ଧ୍ୱବୟସ୍କକୁ ମଉସା ! ବୋଲି ସଂବୋଧନ କରାଯାଏ ଏବଂ ପରିଚିତ ଅଳ୍ପବୟସ୍କ ପୁରୁଷକୁ ବାପ ! ବାପା! ବାବା
ଓ ବେଶି ବୟସର ପୁରୁଷକୁ ବାବା ! ମଉଷା ! ବୋଲି ସମ୍ୱୋଧନ କରାଯାଏ]
- ୩. ଅମୁକ ବଂଶ ଜାତା ବା ଅମୁକ ଜାତୀୟା ସ୍ତ୍ରୀ — ୩. A woman born of a particular caste or family.
(ଯଥା—ସେ ଗଉଡ଼ ଘର ଝିଅ)