Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ଆଡ଼ତାଳି

ଉଇକିଅଭିଧାନ‌ରୁ

ଓଡ଼ିଶୀ ସଙ୍ଗୀତର ଏକ ତାଳ - ୧୪ ମାତ୍ରା ବିଶିଷ୍ଟ । ଏହାର ଗତି ଆଡ଼ରେ ହୋଇଥିବାରୁ ଆଡ଼ତାଳି ନାମ ହୋଇଛି । ଏହାର ଛନ୍ଦ : ୪+୩+୪+୩ । ୧ମ, ୫ମ ଓ ୧୨ଶ ମାତ୍ରାରେ ତାଳି ପଡ଼େ ; ୮ମ ମାତ୍ରାରେ ଫାଙ୍କ ହୁଏ । ଏହି ତାଳ ପ୍ରବଳ 'ଝୁଙ୍କ' ବିଶିଷ୍ଟ ଥିବାରୁ ଓଡ଼ିଶୀ ସଙ୍ଗୀତର ଚରିତ୍ରଗତ ସ୍ୱାତନ୍ତ୍ର୍ୟ ଏଥିରେ ପ୍ରତିଫଳିତ ହୋଇଥାଏ ଏବଂ ଏହି ସଦୃଶ ତାଳ ଭାରତରେ ଅନ୍ୟତ୍ର ମିଳେ ନାହିଁ ।