ଆଡ଼ତାଳି

ଉଇକିଅଭିଧାନ‌ରୁ

ଓଡ଼ିଶୀ ସଙ୍ଗୀତର ଏକ ତାଳ - ୧୪ ମାତ୍ରା ବିଶିଷ୍ଟ । ଏହାର ଗତି ଆଡ଼ରେ ହୋଇଥିବାରୁ ଆଡ଼ତାଳି ନାମ ହୋଇଛି । ଏହାର ଛନ୍ଦ : ୪+୩+୪+୩ । ୧ମ, ୫ମ ଓ ୧୨ଶ ମାତ୍ରାରେ ତାଳି ପଡ଼େ ; ୮ମ ମାତ୍ରାରେ ଫାଙ୍କ ହୁଏ । ଏହି ତାଳ ପ୍ରବଳ 'ଝୁଙ୍କ' ବିଶିଷ୍ଟ ଥିବାରୁ ଓଡ଼ିଶୀ ସଙ୍ଗୀତର ଚରିତ୍ରଗତ ସ୍ୱାତନ୍ତ୍ର୍ୟ ଏଥିରେ ପ୍ରତିଫଳିତ ହୋଇଥାଏ ଏବଂ ଏହି ସଦୃଶ ତାଳ ଭାରତରେ ଅନ୍ୟତ୍ର ମିଳେ ନାହିଁ ।