ତଡ଼ିନେବା
ଦେଖଣା
ତଡ଼ିନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତଡ଼ିନେବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. (କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ବା ସ୍ଥାନା— ନ୍ତରକୁ) ଦୁର କରି ନେବା; ବାହାର କରିନେବା — ୧. To drive away (from or to a place.)
- ୨. (କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ବା ସ୍ଥାନାନ୍ତରକୁ) ଠେଲି ନେବା; ପେଲି ନେବା; ଠେସିଁ ନେବା — ୨. To push from behind (from or to a place.)
- ୩. (ପଶୁଆଦିଙ୍କୁ) ଚଳାଇବା; ଅଡ଼ାଇବା; ଓଡ଼ାଇବା — ୩. To drive (cattle or carriage).
(ଯଥା—କଅଣ କହିବି ଆଉ, ସେ ବଳଦଙ୍କୁ ଇମିତି ବେଗରେ ତଡ଼ି ନେଲା ଯେ, ଗାଡ଼ିଟା ଯାଇଁ ଘଣ୍ଟାକେ ପୁରୀରେ ପହଞ୍ଚିଲା)
- ୪. ଯେନକେନ ପ୍ରକାରେ ବା କଷ୍ଟେମଷ୍ଟେ କାର୍ଯ୍ୟ ନିର୍ବାହ କରିନେବା —୪. To manage an affair with much diffculty or anyhow.
(ଯଥା—ମୋ ହାତରେ ଟଙ୍କା ପଚାଶଟା ପଡ଼ିଲେ ମୁଁ ଏ ବିଭାଗର କାମଟା ତଡ଼ିନେବି)
- ୫. (ଭିନ୍ନ ସମୟକୁ) ଘୁଞ୍ଚାଇ ନେବା; ପକାଇ ରଖିବା — ୫. To keep pending; to postpone a matter.
(ଯଥା—ବୁଝିବି ବୁଝିବୁ ବୋଲି ତ କଅଣ କଥାଟାକୁ କେତେ ଦିନ ତଡ଼ି ନେଲୁଣି, ଆଉ କେତେଦିନ ଯିବ?)