ତଡ଼ିନେବା

ଉଇକିଅଭିଧାନ‌ରୁ

ତଡ଼ିନେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.[ସମ୍ପାଦନା]

୧. (କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ବା ସ୍ଥାନା— ନ୍ତରକୁ) ଦୁର କରି ନେବା; ବାହାର କରିନେବା — ୧. To drive away (from or to a place.)
୨. (କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ବା ସ୍ଥାନାନ୍ତରକୁ) ଠେଲି ନେବା; ପେଲି ନେବା; ଠେସିଁ ନେବା — ୨. To push from behind (from or to a place.)
୩. (ପଶୁଆଦିଙ୍କୁ) ଚଳାଇବା; ଅଡ଼ାଇବା; ଓଡ଼ାଇବା — ୩. To drive (cattle or carriage).

(ଯଥା—କଅଣ କହିବି ଆଉ, ସେ ବଳଦଙ୍କୁ ଇମିତି ବେଗରେ ତଡ଼ି ନେଲା ଯେ, ଗାଡ଼ିଟା ଯାଇଁ ଘଣ୍ଟାକେ ପୁରୀରେ ପହଞ୍ଚିଲା)

୪. ଯେନକେନ ପ୍ରକାରେ ବା କଷ୍ଟେମଷ୍ଟେ କାର୍ଯ୍ୟ ନିର୍ବାହ କରିନେବା —୪. To manage an affair with much diffculty or anyhow.

(ଯଥା—ମୋ ହାତରେ ଟଙ୍କା ପଚାଶଟା ପଡ଼ିଲେ ମୁଁ ଏ ବିଭାଗର କାମଟା ତଡ଼ିନେବି)

୫. (ଭିନ୍ନ ସମୟକୁ) ଘୁଞ୍ଚାଇ ନେବା; ପକାଇ ରଖିବା — ୫. To keep pending; to postpone a matter.

(ଯଥା—ବୁଝିବି ବୁଝିବୁ ବୋଲି ତ କଅଣ କଥାଟାକୁ କେତେ ଦିନ ତଡ଼ି ନେଲୁଣି, ଆଉ କେତେଦିନ ଯିବ?)