ଜୀବ
ଦେଖଣା
- ଜନ୍ତୁ; ପ୍ରାଣୀ; ଚେତନ ପଦର୍ଥ; ଦେହୀ
- ପ୍ରଣବାୟୁ
- ଜୀବନ; ପ୍ରାଣ
- ବୈଦିକ ମରୁତ୍ ଦେବତାମାନଙ୍କ ମଧ୍ୟରୁ ଏକତମ
- ଜୀବାତ୍ମା
- ଜୀବନଶକ୍ତି
- ଚୈତନ୍ୟ
- ପ୍ରବୃତ୍ତ; ଇଛା
- ପେଷା; ଜୀବନୋପାୟ; ଜୀବିକା; ବୃତ୍ତ
- ପୁଷ୍ୟାନକ୍ଷତ୍ର
- ଜୀବଦ୍ଦଶା; ଜୀବନକାଳ; ଆୟୁ
- ବିଷ୍ଣୁ
- ବୃହସ୍ପତି
- ବୃହସ୍ପତିଙ୍କ ଦଶାରେ ୩ୟ ଅନ୍ତର୍ଦଶା
- କାର୍ଯ୍ୟକାରଣ ସମ୍ବନ୍ଧ
- ଜୀବିତଜୀବ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଜୀବ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଜନ୍ତୁ; ପ୍ରାଣୀ; ଚେତନ ପଦାର୍ଥ; ଦେହୀ —୧. Living being; animal; a being; creature; sentient being.
- ୨. ପ୍ରାଣବାୟୁ —୨. The breath of life.
- ୩. (+ଭାବ. ଅ) ଜୀବନ; ପ୍ରାଣ — ୩. Life; existence.
- ୪. ବୈଦିକ ମରୁତ୍ ଦେବତାମାନଙ୍କ ମଧ୍ୟରୁ ଏକତମ — ୪. One of the vedic wind-Deities.
- ୫. ଜୀବାତ୍ମା —୫. Animal soul; the soul.
ଜୀବ ପରମ ବେନି ଅଂଶ, ଏ ରବ ମୁକ୍ତିରେ ପ୍ରବେଶ ଜଗନ୍ନାଥ, ଭାଗବତ
- ୬. ଜୀବନୀଶକ୍ତି —୬. Vitality.
- ୭. ଚୈତନ୍ୟ —୭. Sense; sensation.
- ୮. ପ୍ରବୃତ୍ତି; ଇଚ୍ଛା —୮. Desire; inclination.
- ୯. ପେଷା; ଜୀବନୋପାୟ; ଜୀବିକା; ବୃତ୍ତ — ୯. Livelihood. profession.
- ୧. (ଜ୍ୟୋତିଷ) ପୁଷ୍ୟାନକ୍ଷତ୍ର — ୧୦. The ୮th lunar mansion (constellation).
- ୧୧. ଜୀବଦ୍ଦଶା; ଜୀବନକାଳ; ଆୟୁ — ୧୧. Lifetime; term of life.
- ୧୨. ବିଷ୍ଣୁ —୧୨. A name of Bishṇu.
- ୧୩. ବୃହସ୍ପତି (ଗ୍ରହ) —୧୩. Jupitar (planet).
- ୧୪. (ଜ୍ୟୋତିଷ) ବୃହସ୍ପତିଙ୍କ ଦଶାରେ ୩ୟ ଅନ୍ତର୍ଦଶା — ୧୪. (astrology) The ୩rd lustrum in the cycle of Jupiter (Apte).
- ୧୫. (ନ୍ୟାୟ) କାର୍ଯ୍ୟକରଣ ସମ୍ୱନ୍ଧ — ୧୫. (logic) The association of cause and effect (Apte).
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଜୀବିତ —Alive.
(ଯଥା—ଜୀବପତି=ଜୀବିତପତି)
ସଂସ୍କୃତ - କ୍ରିୟାପଦ - (ସଂସ୍କୃତ - ଜୀବ୍ ଧାତୁର ଲୋଟ୍ ୨ୟ ପୁରୁଷ ଏକବଚନ)
[ସମ୍ପାଦନା]ବଞ୍ଚିରହ; ଜୀଆଁ; ଜୀଇଁଥାଅ — Live; may you live long.
(ଯଥା—ଚିରଂଜୀବ; ସତ୍ୟଂଜୀବ)
[ଦ୍ରଷ୍ଟବ୍ୟ —କୌଣସି ବ୍ୟକ୍ତି ବିଶେଷତଃ ବାଳକ ବା ବାଳିକା ଛିଙ୍କିଲେ— ପାଖରେ ଥିବା ଅନ୍ୟ ବ୍ୟକ୍ତି ଛିଙ୍କିବା ଲୋକର ଅମଙ୍ଗଳ ହେବା ବୋଲି ଆଶଙ୍କା କରି ସେହି ଭଜୀ ଅମଙ୍ଗଳ ନିବାରଣାର୍ଥ ଆଶୀର୍ବାଦସୂଚକ 'ଜୀବ', 'ସତ୍ୟ ଜୀବ' ଓ 'ଚିରଂଜୀବ' ଆଦି ବାକ୍ୟ ଉଚ୍ଚାରଣ କରନ୍ତି]