କୁଦିବା
ଦେଖଣା
କୁଦିବା —
ଉଚ୍ଚାରଣ: Kudibā
কুদা
कुदना
ଦେ. କ୍ରି—(ସଂ.ଗୁର୍ଦ୍ଦ, କୁର୍ଦ୍ଦ ଧାତୁ; ତା—କୁଦ୍=ଡେଇଁବା) —
୧: କୁଦାମାରିବା; ଡେଇଁବା — ୧. To spring or jump up; to leap.
କୁରନ୍ତି କାକନ୍ତି ଆଉ କରନ୍ତ କୁଦନ୍ତି ସାରଳା ମହାଭାରତ. ମଧ୍ୟମପର୍ବ
୨: କୌଣସି ପଦାର୍ଥକୁ ଗୋଡ଼ରେ ଦଳିବା — ୨. To tread on a thing by the heels; to trample down.
କୁଦିଗଲେ ନରଙ୍କୁ ସେ ବନର ନାଗ—କୃଷ୍ଣସିଂହ ମହାଭାରତ.ଆଦିପର୍ବ
୩: ନାଚିବା —୩. To dance.
ପ୍ରାଦେ. (ଗଞ୍ଜାମ) ବି —
ଗୋଡ଼ରେ ପିନ୍ଧିବା — To put on on the leg.
(ଯଥା—ଗୋଡ଼ରେ ପିନ୍ଧିବା)
ପ୍ରାଦେ. (ସମ୍ବଲପୁର) କ୍ରି —
୧: ଦଉଡ଼ିବା —୧. To run.
୨: ଗାଳିଦେବା —୨. To abuse.
(ଯଥା—ଭଣ୍ଡ କୁଦିବା)