ବିଦ୍ୟା
ବିଦ୍ ଧାତୁ (ଜାଣିବା) + କରଣ ଯ+ ସ୍ତ୍ରୀ. ଆ
- ଜ୍ଞାନ (ହିନ୍ଦୁ ଶାସ୍ତ୍ର ମତରେ ବିଦ୍ୟାର ସଂଖ୍ୟା ଅଠର, ଯଥା : ଚାରି ବେଦ (ଋକ୍, ଯଯୁଃ, ସାମ, ଅଥର୍ବ), ଛଅ ବେଦାଂଗ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଛଂଦ, ଜ୍ୟୋତିଷ) ମୀମାଂଶା, ନ୍ୟାୟ, ଧର୍ମଶାସ୍ତ୍ର ବା ସ୍ମୃତି, ପୁରାଣ, ଆୟୁର୍ବେଦ, ଗାନ୍ଧର୍ବ ବେଦ ଓ ଅର୍ଥଶାସ୍ତ୍ର
ଅମର କୋଷ ମତରେ ବିଦ୍ୟା ଚଉଦଟି ଯଥା :ଚାରି ବେଦ, ଛଅ ବେଦାଂଗ, ମୀମାଂସା, ନ୍ୟାୟ, ପୁରାଣ ଓ ଧର୍ମଶାସ୍ତ୍ର)
- ଅଧ୍ୟୟନାଦି ଜନିତ ବୋଧ
- ପାଠ
- ପାଣ୍ଡିତ୍ୟ
- ଦର୍ଶନଶାସ୍ତ୍ର
- ତତ୍ଵଜ୍ଞାନ, ଦୁଇ ପ୍ରକାରର ବିଦ୍ୟା - ପରା ବିଦ୍ୟା (ଯଦ୍ଵାରା ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଏ) ଅପରା ବିଦ୍ୟା (ସାଂସାରିକ ବସ୍ତୁ ସକଳ ସମ୍ବଧିତ)
- ଦେହାତ୍ମବୋଧ
- ବିଜ୍ଞାନ
- ଦୁର୍ଗା
- ସରସ୍ଵତୀ
- ଧର୍ମଶାସ୍ତ୍ର
- ମନ୍ତ୍ର
- ଅଗବଥୁ (ଏକ ଗଛ)
- ସୀତାଙ୍କର ଏକ ସଖି
- ସଂସ୍କୃତ ଭାଷାରେ ଆର୍ଯ୍ୟା ଛନ୍ଦର ଏକ ଭେଦ
ବିଦ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିଦ୍ ଧାତୁ= ଜାଣିବା+କରଣ ଯ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଜ୍ଞାନ (ଯାହାଦ୍ୱାରା ବ୍ରହ୍ମଠାରୁ ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ଯାବତୀୟ ବିଷୟର ସତ୍ୟଜ୍ଞାନ ଲାଭ କରାଯାଏ) — ୧. Knowledge.
[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ରମତରେ ବିଦ୍ୟାର ସଂଖ୍ୟା ୧୮: ଯଥା—ଚାରି ବେଦ, ଛଅ ବେଦାଙ୍ଗ (ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତି, ଛନ୍ଦଃ ଓ ଜ୍ୟୋତିଷ); ମୀମାଂସା, ନ୍ୟାୟ, ଧର୍ମଶାସ୍ତ୍ର ବା ସ୍ମୃତି, ପୁରାଣ, ଆୟୁର୍ବେଦ, ଧନୁର୍ବେଦ, ଗାନ୍ଧର୍ବବେଦ ଓ ଅର୍ଥଶାସ୍ତ୍ର—ହିନ୍ଦୀ - ଶ. ଅମର— କୋଷ ମତରେ ବିଦ୍ୟା ଚତୁର୍ଦ୍ଦଶ, ଯଥା—ଚାରି ବେଦ, ଛଅ ବେଦାଙ୍ଗ, ମୀମାଂସା, ନ୍ୟାୟ, ପୁରାଣ ଓ ଧର୍ମଶାସ୍ତ୍ର ]
- ୨. ଅଧ୍ୟୟନାଦି ଜନିତ ବୋଧ —୨. Understanding derived from reading; learning.
- ୩. ପାଠ —୩. Reading; study.
- ୪. ପାଣ୍ଡିତ୍ୟ — ୪. Learning.
- ୫. ଦର୍ଶନ ଶାସ୍ତ୍ର —୫. Philosophy.
- ୬. ତତ୍ତ୍ୱଜ୍ଞାନ —୬. Knowledge of fundamental principles or realities.
[ଦ୍ରଷ୍ଟବ୍ୟ —ବିଦ୍ୟ ଦୁଇ ପ୍ରକାର:—ପରା ଓ ଅପରା; ଯଦ୍ଦ୍ୱାରା ବ୍ରହ୍ମଜ୍ଞାନ ହୁଏ ତାହା ପରା ଓ ଏତଦତିରିକ୍ତ ଅନ୍ୟ ଲୌକିକ ବା ପଦାର୍ଥ ବିଷୟକ ଜ୍ଞାନ ଯଦ୍ଦ୍ୱାର ହୁଏ ତାକୁ ଅପରା ବୋଲାଯାଏ— (ହିନ୍ଦୀ - ଶ) ]
- ୭. ଦେହତ୍ମବୋଧ —୭. Knowledge regarding the body and soul.
- ୮. ବିଜ୍ଞାନ, ବିଶେଷ ବିଷୟ ସମ୍ୱନ୍ଧୀୟ ଜ୍ଞାନ ସମ୍ୱଳିତ ବୋଧଶାସ୍ତ୍ର — ୮. Science.
[ଦ୍ରଷ୍ଟବ୍ୟ —ବିଜ୍ଞାନର ଭିନ୍ନ ଭିନ୍ନ ଶାଖା ଭିନ୍ନ ଭିନ୍ନ ବିଦ୍ୟା ନାମରେ ପରିଚିତ ; ଯଥା—ପଦାର୍ଥବିଦ୍ୟା ବା ଜଡ଼ବିଜ୍ଞାନ, ଉଦ୍ଭିଦବିଦ୍ୟା, ପ୍ରାଣିବିଦ୍ୟା, ଗଣିତବିଦ୍ୟା; ସୁପ୍ରଜନନବିଦ୍ୟା, ଭୂଗୋଳବିଦ୍ୟା, ଭୂତତ୍ତ୍ୱବିଦ୍ୟା, ଗାନ୍ଧର୍ବ ବିଦ୍ୟା, ଜୀବବିଦ୍ୟା, ଭୈଷଜ୍ୟ ବିଦ୍ୟା, ପ୍ରତ୍ନବିଦ୍ୟା, ସାମାଜନୀତି— ବିଦ୍ୟା ଇତ୍ୟାଦି ]
- ୯. କଳାବିଦ୍ୟା —୯. An art; fine art.
- ୧. ଦୁର୍ଗା —୧୦. Durgā.
- ୧୧. ସରସ୍ୱତୀ — ୧୧. Goddess of learning.
- ୧୨. ଧର୍ମ ଶାସ୍ତ୍ର — ୧୨. Scripture.
- ୧୩. ଇନ୍ଦ୍ରଜାଲ —୧୩. Magic.
- ୧୪. ମନ୍ତ୍ର —୧୪. A vedic text.
- ୧୫. ଅଗବଥୁ (ହିନ୍ଦୀ - ଶ) —୧୫. Premna Integrifolia tree.
- ୧୬. ସୀତାଙ୍କର ଏକ ସଖୀ (ହିନ୍ଦୀ - ଶ) — ୧୬. Name of a female companion of Sītā.
- ୧୭. ଆର୍ଯ୍ୟ ଛନ୍ଦର ଏକ ଭେଦ —୧୮. One of the Sanscrit vedic metres.
(ଦ୍ର—ଏଥିରେ ୨୩: ଗୁରୁ ଓ ୧୧: ଲଘୁ ମାତ୍ରା ରହେ (ହିନ୍ଦୀ - ଶ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପୁଂ)—ବିଦ୍ୟାକର, ବିଦ୍ୟାସୁନ୍ଦର, ବିଦ୍ୟାଧରର ଡାକ ନାମ —A name for calling males named Bidyākara etc.
- ୨. (ସ୍ତ୍ରୀ)—
ବିଦ୍ୟାଧରୀ, ବିଦ୍ୟାସୁନ୍ଦରୀ ଆଦିଙ୍କ ଡାକ ନାମ —୨. A name for calling females named Bidyādharī etc.