ରାମ
ଦେଖଣା
ରାମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ରମ୍ ଧାତୁ ଣିଚ ରମି ଧାତୁ=କ୍ରୣଡ଼ା କରାଇବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଶ୍ରୀରାମଚନ୍ଦ୍ର; ବିଷ୍ଣୁଙ୍କର ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କ ଜ୍ୟେଷ୍ଠ ପୁତ୍ରରୂପେ ଜନ୍ମଗ୍ରହଣ କରିଥିବା ଅବତାର ବିଷ୍ଣୁଙ୍କର ୧ ଅବତାର ମଧ୍ୟରୁ ୭ମ —୧. The ୭th incarnation of Bishṇu; the eldest son of Daṡaratha, king of a Ajodhyā-
- ୨. ପରଶୁରାମ, ବିଷ୍ଣୁଙ୍କର ୬ଷ୍ଠ ଅବତାର; ଜମଦଗ୍ନି— ନାମକ ବ୍ରହ୍ମଣ ଋଷିଙ୍କ ପୁତ୍ର (ଏ ୨୧: ଥର ପୃଥିବୀକୁ ନିଃକ୍ଷତ୍ରିୟ କରିଥିଲେ ଓ ଶେଷରେ ରାମଚନ୍ଦ୍ରଙ୍କଦ୍ୱାରା ପରାଜିତ ହୋଇଥିଲେ) —The ୬th incarnation of Bishṇu, the son of Jamadagni.
- ୩. ଦ୍ୱାପର ଯୁଗରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କର ୮ମ ଅବତାର —୩. The ୮th incarnation of Bishṇu bnorn as the elder step-brother of Srīkṛushṇa.
- ୪. ହରିଣ ବିଶେଷ — ୪. A sort of deer.
(ଉ—ବାଜି ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ ବିରଚନେ ରାମ ରାମ ହୋଇଲେ ସ୍ତବଧ ଭଞ୍ଜ. ବୈଦେହୀଶବିଳାସ)
- ୫. ବରୁଣ —୫. The God of Ocean.
- ୬. ଘୋଟକ —୬. Horse.
- ୭. ଭଗବାନ୍; ବିଷ୍ଣୁ; ଈଶ୍ୱର — ୭. Bishṇu; god.
- ୮. ତିନି ସଂଖ୍ୟା (ହିନ୍ଦୀ - ଶ) —୮. The number three.
- ୯. ଏକ ମାତ୍ରିକ ଛନ୍ଦ (ହିନ୍ଦୀ - ଶ) — ୯. Name of a Syllabic metre.
[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ପ୍ରଥମାର୍ଦ୍ଧ ନଅ ମାତ୍ରା ଓ ଦ୍ୱିତୀୟାର୍ଦ୍ଧରେ ଆଠ ମାତ୍ରା ଥାଏ, ଓ ପ୍ରତି ଚରଣରେ ଶେଷ ୩ ଅକ୍ଷର ଯଗଣ—ହିନ୍ଦୀ - ଶ]
- ୧. ଅଶୋକ ବୃକ୍ଷ (ହିନ୍ଦୀ - ଶ) — ୧୦. The Aṡoka tree.
- ୧୧. ରତି; ରମଣ (ହିନ୍ଦୀ - ଶ) —୧୧. Copulation.
- ୧୨. ବଥୁଅଶାଗ (ହିନ୍ଦୀ - ଶ) — ୧୨. Chenopodum Album; the goose foot (potherb).
- ୧୨. ତେଜ ପତ୍ର (ହିନ୍ଦୀ - ଶ) —୧୨.
folia malabathe (leaf); Cassia leaf.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପୁଂ) ଲୋକଙ୍କ ନାମ —A name given to males.
- ୨. ସୌନ୍ଦର୍ଯ୍ୟ —୨. Beauty.
[ଉ—ବାନ୍ଧବୀ ଏହି ସେ ରାମର ରାମର ନିକେତନ କି ସଂଶୟ ଯେ—ଭଞ୍ଜ. ବୈଦେହୀଶ ବିଳାସ]
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ରମଣୀୟ; ମନୋହର —୧. Graceful; charming; pleasant.
[ଉ—ବିଧାବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣହୀନ ରାମ ରଙ୍ଗ ହୋଇବାରୁ ଦୂର—ଭଞ୍ଜ. ବୈଦେହୀଶବିଳାସ]
- ୨. ଶୁଭ୍ର —୨. White.
- ୩. କୃଷ୍ଣ; କଳା —୩. Black.
- ୪. ନୀଳବର୍ଣ୍ଣ ବିଶିଷ୍ଟ —୪. Blue.
(ଦ୍ର—ପଣ୍ଡିତମାନେ ରାମ ଶବ୍ଦର ନାନାଦି ବ୍ୟୁତ୍ପତ୍ତି ନିର୍ଣ୍ଣୟ କରିଅଛନ୍ତି—୧ ରା=ବିଶ୍ୱ+ମ=(ବିଶ୍ୱର) ଈଶ୍ୱର; ୨ ରମ୍ ବା ରମିଧାତୁ=ରମଣ କରିବା+କର୍ତ୍ତୃ. ଅ; ଯେ ରମାଙ୍କ ସହିତ ରମଣ କରନ୍ତି ୩ ରମା+ଅ=ରମା ବା ଲକ୍ଷ୍ମୀଙ୍କର ଏ ଅଟନ୍ତି ୪ ରମ୍ ଧାତୁ=ରତ ହେବା+ଅଧିକରଣ ଅ, ଏହାଙ୍କଠାରେ ସମସ୍ତେ ଅନୁରକ୍ତ ହୁଅନ୍ତି ସାଧାରଣତଃ 'ରାମ' କହିଲେ ଅଯୋଧ୍ୟାପତି ରଘୁକୁଳତିଳକ ରାମଚନ୍ଦ୍ରଙ୍କୁ ବୁଝାଏ)