ରାମ

ଉଇକିଅଭିଧାନ‌ରୁ

ରାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ରମ୍ ଧାତୁ ଣିଚ ରମି ଧାତୁ=କ୍ରୣଡ଼ା କରାଇବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଶ୍ରୀରାମଚନ୍ଦ୍ର; ବିଷ୍ଣୁଙ୍କର ତ୍ରେତାଯୁଗରେ ଅଯୋଧ୍ୟାରେ ଦଶରଥଙ୍କ ଜ୍ୟେଷ୍ଠ ପୁତ୍ରରୂପେ ଜନ୍ମଗ୍ରହଣ କରିଥିବା ଅବତାର ବିଷ୍ଣୁଙ୍କର ୧ ଅବତାର ମଧ୍ୟରୁ ୭ମ —୧. The ୭th incarnation of Bishṇu; the eldest son of Daṡaratha, king of a Ajodhyā-
୨. ପରଶୁରାମ, ବିଷ୍ଣୁଙ୍କର ୬ଷ୍ଠ ଅବତାର; ଜମଦଗ୍ନି— ନାମକ ବ୍ରହ୍ମଣ ଋଷିଙ୍କ ପୁତ୍ର (ଏ ୨୧: ଥର ପୃଥିବୀକୁ ନିଃକ୍ଷତ୍ରିୟ କରିଥିଲେ ଓ ଶେଷରେ ରାମଚନ୍ଦ୍ରଙ୍କଦ୍ୱାରା ପରାଜିତ ହୋଇଥିଲେ) —The ୬th incarnation of Bishṇu, the son of Jamadagni.
୩. ଦ୍ୱାପର ଯୁଗରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କର ୮ମ ଅବତାର —୩. The ୮th incarnation of Bishṇu bnorn as the elder step-brother of Srīkṛushṇa.
୪. ହରିଣ ବିଶେଷ — ୪. A sort of deer.

(ଉ—ବାଜି ବାଜିବାରେ ତ୍ରାହି ଲକ୍ଷ୍ମଣ ଶବଦ ବିରଚନେ ରାମ ରାମ ହୋଇଲେ ସ୍ତବଧ ଭଞ୍ଜ. ବୈଦେହୀଶବିଳାସ)

୫. ବରୁଣ —୫. The God of Ocean.
୬. ଘୋଟକ —୬. Horse.
୭. ଭଗବାନ୍; ବିଷ୍ଣୁ; ଈଶ୍ୱର — ୭. Bishṇu; god.
୮. ତିନି ସଂଖ୍ୟା (ହିନ୍ଦୀ - ଶ) —୮. The number three.
୯. ଏକ ମାତ୍ରିକ ଛନ୍ଦ (ହିନ୍ଦୀ - ଶ) — ୯. Name of a Syllabic metre.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରତ୍ୟେକ ଚରଣରେ ପ୍ରଥମାର୍ଦ୍ଧ ନଅ ମାତ୍ରା ଓ ଦ୍ୱିତୀୟାର୍ଦ୍ଧରେ ଆଠ ମାତ୍ରା ଥାଏ, ଓ ପ୍ରତି ଚରଣରେ ଶେଷ ୩ ଅକ୍ଷର ଯଗଣ—ହିନ୍ଦୀ - ଶ]

୧. ଅଶୋକ ବୃକ୍ଷ (ହିନ୍ଦୀ - ଶ) — ୧୦. The Aṡoka tree.
୧୧. ରତି; ରମଣ (ହିନ୍ଦୀ - ଶ) —୧୧. Copulation.
୧୨. ବଥୁଅଶାଗ (ହିନ୍ଦୀ - ଶ) — ୧୨. Chenopodum Album; the goose foot (potherb).
୧୨. ତେଜ ପତ୍ର (ହିନ୍ଦୀ - ଶ) —୧୨.
folia malabathe (leaf); Cassia leaf.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ପୁଂ) ଲୋକଙ୍କ ନାମ —A name given to males.
୨. ସୌନ୍ଦର୍ଯ୍ୟ —୨. Beauty.

[ଉ—ବାନ୍ଧବୀ ଏହି ସେ ରାମର ରାମର ନିକେତନ କି ସଂଶୟ ଯେ—ଭଞ୍ଜ. ବୈଦେହୀଶ ବିଳାସ]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ରମଣୀୟ; ମନୋହର —୧. Graceful; charming; pleasant.

[ଉ—ବିଧାବା ନାରୀ ସମାନ ଦିଶେ ସେ ଲକ୍ଷ୍ମଣହୀନ ରାମ ରଙ୍ଗ ହୋଇବାରୁ ଦୂର—ଭଞ୍ଜ. ବୈଦେହୀଶବିଳାସ]

୨. ଶୁଭ୍ର —୨. White.
୩. କୃଷ୍ଣ; କଳା —୩. Black.
୪. ନୀଳବର୍ଣ୍ଣ ବିଶିଷ୍ଟ —୪. Blue.

(ଦ୍ର—ପଣ୍ଡିତମାନେ ରାମ ଶବ୍ଦର ନାନାଦି ବ୍ୟୁତ୍ପତ୍ତି ନିର୍ଣ୍ଣୟ କରିଅଛନ୍ତି—୧ ରା=ବିଶ୍ୱ+ମ=(ବିଶ୍ୱର) ଈଶ୍ୱର; ୨ ରମ୍ ବା ରମିଧାତୁ=ରମଣ କରିବା+କର୍ତ୍ତୃ. ଅ; ଯେ ରମାଙ୍କ ସହିତ ରମଣ କରନ୍ତି ୩ ରମା+ଅ=ରମା ବା ଲକ୍ଷ୍ମୀଙ୍କର ଏ ଅଟନ୍ତି ୪ ରମ୍ ଧାତୁ=ରତ ହେବା+ଅଧିକରଣ ଅ, ଏହାଙ୍କଠାରେ ସମସ୍ତେ ଅନୁରକ୍ତ ହୁଅନ୍ତି ସାଧାରଣତଃ 'ରାମ' କହିଲେ ଅଯୋଧ୍ୟାପତି ରଘୁକୁଳତିଳକ ରାମଚନ୍ଦ୍ରଙ୍କୁ ବୁଝାଏ)