ପେଚା

ଉଇକିଅଭିଧାନ‌ରୁ

ପେଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପେଚ—ଅନ୍ୟରୂପ)

[ପେଚୀ—ସ୍ତ୍ରୀ]
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ପେଚକ)[ସମ୍ପାଦନା]

ପେଚକ; ଉଲୁକ — The owl.

[ ଦ୍ର—ଏ ଶବ୍ଦକୁ ଇତରା ଲୋକମାନେ ଚେପା ବୋଲି ଉଚ୍ଚାରଣ କରିଥାଆନ୍ତି]

ଏହା ରାତ୍ରିଚର ପ୍ରସହବର୍ଗ ପକ୍ଷିବିଶେଷ ଏହାର ଆଖି ଡିବାଡିବା ଅର୍ଥାତ୍ ଗୋଲ; ମୁହଁ ଚକା, ଅର୍ଥାତ୍ ମନୁଷ୍ୟର ମୁହଁ ପରି ଗୋଲ ଓ ଚଟକା; ଥଣ୍ଟ ଛୋଟ, ଓ ଉପର ଥଣ୍ଟର ଅଗ ବଙ୍କା; ଗୋ଼ଡ଼ରେ ଦାଢୁଆ ନଖ ଅଛି; ଏହାର ଆଖି ଚାରିପାଖରେ ପର ବେଢ଼ି ଥିବାରୁ ଏହାର ମୁହଁ ଗମ୍ଭୀର ଦେଖାଯାଏ ଏହାର ଡେଣା ଖଇରା ବା ପାଉଁସିଆ ଏବଂ ଧଳା ଟୋପିଟୋପିକିଆ ଏ ରାତ୍ରିଚର ପକ୍ଷୀ ଏହାକୁ ଦିନରେ ଦେଖାଯାଏ ନାହିଁ ପେଚା ଦିନଯାକ ଅନ୍ଧାରରେ ବା ଗଛକୋରଡ଼ରେ ଲୁଚିଥାଏ ରାତି ହେଲାରୁ ଉଡ଼ି କରି ଛୋଟ ଛୋଟ ପକ୍ଷୀମାନଙ୍କୁ ବସାରେ ଆକ୍ରମଣ କରି ଖାଏ ଏ ଦୀର୍ଘ ହୁଁ ହୁଁ ରାବ କରେ ଓ ଏହାର ଶବ୍ଦ ଭୟ ବ୍ୟଞ୍ଜକ ସାଧାରଣତଃ ପେଚା ୧୬୧୭: ଆଙ୍ଗୁଳ ଲମ୍ୱ ହୁଏ ଏହାର ଗୋଡ଼ ଛୋଟ ଥିବାରୁ ଏ ବସିଲା ବେଳେ ଏହାର ଗୋଡ଼ ପେଟର ପକ୍ଷତଳେ ଲୁଚିଯାଏ ଓ ଏହା ମେଞ୍ଚାଏ ମାଉଁସ ଭଳି ଦେଖାଯାଏ ଏ ପକ୍ଷୀ ଲକ୍ଷ୍ମୀଙ୍କର ବାହନ କିନ୍ତୁ ଏହାକୁ ଲୋକେ ଅଶୁଭର ଶକୂନ ବୋଲି ବିଶ୍ୱାସ କରନ୍ତି ରାତିରେ ଏ ପକ୍ଷୀ ଯାହାର ଚାଳ ଉପରେ ବା ବାଡ଼ିରେ ରାବ କରେ

ତାହାର ଆସନ୍ନ ବିପଦ ଘଟିବ ବୋଲି ଲୋକେ ବିଶ୍ୱାସ କରନ୍ତି ଓ ଏଥିର ପ୍ରତିକାର ପାଇଁ ଗୃହ ପ୍ରତିଷ୍ଠା ଓ ହୋମାଦି କରନ୍ତି ଯେଉଁ ସ୍ତ୍ରୀ ସୁନା ଚୋରି କରେ (ମତାନ୍ତରରେ ଲୁହା ଚୋରି କରେ) କିମ୍ୱା ଦେଢ଼ଶୁରର ଅଇଣ୍ଠା ଖାଏ ସେ ପରଜନ୍ନରେ ପେଚା ହୋଇ ଜନ୍ମ ହୁଏ ବୋଲି ସ୍ତ୍ରୀଲୋକଙ୍କ ମଧ୍ୟରେ ପ୍ରବାଦ ଅଛି 

ରଙ୍ଗ ଭେଦରେ, ସ୍ୱର ଭେଦରେ, ଆକାର ଭେଦରେ ନାନା— ଜାତିର ପେଚା ଅଛନ୍ତି; କିନ୍ତୁ ଆମ ଦେଶରେ ସେମାନଙ୍କର ପୃଥକ୍ ନାମ ନାହିଁ ବଙ୍ଗଳା ଓ ଇଂରାଜୀରେ ସେମାନଙ୍କର ପୃଥକ୍୨ ନାମ ଅଛି ଯଥା —* ବଙ୍ଗାଳୀ: কালপেঁচা —Hawk owl (Ninox Scutulatei);* ବଙ୍ଗାଳୀ: কোটপেঁচা —Jungle owlet (Glancidium Radiatum);* ବଙ୍ଗାଳୀ: কোটরিয়া পেঁচা —Spotted owlet (Athene Brama);* ବଙ୍ଗାଳୀ: লম্ফীপেঁচা —Barn owl (Stryx Flammia);* ବଙ୍ଗାଳୀ: লতুম্পেঁচা —Browmn fish-owl (Ketupa Ceylomensis) ଇଂରାଜୀରେ ଏହା ଛଡ଼ା —Spotted owl, barred owl, eared owl, flammulated owl,horned owl, screched owl, snowy owl,burrowing owl, ଭିନ୍ନ ଭିନ୍ନ ଜାତୀୟ ପେଚାଙ୍କର ନାମ ଅଛି କାହାର ଆସନ୍ନ ବିପଦ ଘଟିବାର ସୂଚିତ ହେଲେ ଲୋକେ କହିଥାନ୍ତି ତା ମୁଣ୍ଡରେ ପେଚା ବସିଲାଣି ବା ତା ଉପରେ ପେଚା ଉଡ଼ିଲାଣି

ପେଚା ବସିବାବେଳେ ମାଉଁସ ମେଞ୍ଚା ପରି ଦେଖା ଯିବାରୁ ଯେଉଁ ଲୋକେ ହାତ ଗୋଡ଼ ଯାକିଯୁକି ହୋଇ ବସିଥାଏ ତାକୁ କହନ୍ତି ସେ ପେଚାଟି ପରି ବସିଛି

ଯେଉଁ ପୁରୁଷର ବା ସ୍ତ୍ରୀର ମୁହଁ ପେଚାପରି ଗୋଲ ଓ ଚେପ୍ଟା (ଅତଏବ ଅସୁନ୍ଦର) ତାକୁ ପେଚାମୁହାଁ ବା ପେଚାମୁହୀଁ କହନ୍ତି

ଯେଉଁ ଲୋକ ଦିନଯାକ କୌଣସି ସ୍ଥାନରେ ଘରଭିତରେ ରହିଥାଏ ଓ ବାହାରକୁ ନ ଆସେ, ଲୋକେ କହନ୍ତି 'ପେଚା କୋରଡ଼ରେ ପଶିଲା ଭଳି ସେ ଘର ଭିତରେ ପଶିଛି'

ବାଇବଳ୍ରେ ପେଚା ଅଶୁଭ—ସୂଚକ ଓ ଦେଶକ୍ଷୟର ଶକୂନ ଥିବାର କଥିତ ହୋଇଅଛି ପାଶ୍ଚାତ୍ୟ କବି ଓ ଗଳ୍ପାକାରମାନେ ପେଚାକୁ ଅଶୁଭ ଶକୂନ ମଧ୍ୟରେ ପରିଗଣିତ କରନ୍ତି

ପ୍ରାଚୀନ ଗ୍ରୀକ ଓ ରୋମକମାନେ ଏ ପକ୍ଷୀକୁ ମୀନର୍ଭା (ସରସ୍ୱତୀ) ଙ୍କର ବାହାନ ଓ ଜ୍ଞାନର ଚିହ୍ନ ସ୍ୱରୂପ ବିବେଚନା କରୁଥିଲେ ]

ବିଶେଷଣ -[ସମ୍ପାଦନା]

ପେଚକ (ଦେଖ) - —Pechakā (See)