ଦେବା
ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନେବା—ବିପରୀତ)
(ଦିଆଇବା—ଣିଜନ୍ତ)
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦେବୃ ଶବ୍ଦ; ଦିବ୍ ଧାତୁ କ୍ରୀଡ଼ା କରିବା+ଋ ସଂଜ୍ଞାର୍ଥେ)
[ସମ୍ପାଦନା]- ୧. ଦେବର; ଦିଅର — ୧. Husband's younger brother.
- ୨. ରଣ୍ଡାପତି; ରାଣ୍ଡୀ ସ୍ତ୍ରୀର ସ୍ୱାମୀ; ଠାୟାଁ — ୨. The husband of a remarried widow.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ପଥଚାରିଣୀ (ପ୍ରକୃତିବାଦ) — ୧. Name of of a plant.
- ୨. ଅଶନପର୍ଣ୍ଣା (ପ୍ରକୃତିବାଦ) — ୨. Name of a plant.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ)
[ସମ୍ପାଦନା]- ୧. ଦେବତା —୧. Deity.
- ୨. (ସଂସ୍କୃତ - ଦେବ ଶବ୍ଦର ୧ମା. ବହୁବଚନ ଦେବାଃ)— ଦେବତାମାନେ —୨. The Gods.
ଡମରୁଧର ଯାକୁ ସେବା, ଡରେ ଖଟନ୍ତି ସର୍ବ ଦେବା କମଳଲୋଚନଚଉତିଶା
ଦେଶଜ - କ୍ରି.—(ସଂସ୍କୃତ - ଦା ଧାତୁ; ଓଦେଶଜ - ଧାତୁ)
[ସମ୍ପାଦନା]- ୧. ଉପହାର ଦେବା —୧. To present.
- ୨. ପ୍ରଦାନ କରିବା; ଦାନ କରିବା — ୨. To give; to donate.
ଦେବ ଦ୍ୟାଇବ ଦେପଦ ବୋଲିବ ଚକୁଳିଆ ପଣ୍ଡାଙ୍କ ଗୀତ
- ୩. (ସମୟ ବା ଅବସର ବା ଛୁଟି ବା ଅନୁମତି) ମଞ୍ଜୁର କରିବା —. ୩. To grant (time or opportunity or leave or permission).
- ୪. ଅନ୍ୟର ହସ୍ତରେ ଅର୍ପଣ କରିବା — ୪. To handover; to make over.
ଖଣ୍ଟକରେ ଧନ ଦେଇ ପଦେ ନ କହିଲୁରେ କବି ସୂର୍ଯ୍ୟ, କିଶୋରୀ,ଚମ୍ପୁ.ଖ, ଗୀତ
- ୫. ଯୋଗାଇବା —୫. To supply.
- ୬. ଅନ୍ୟଠାରେ ଭାର ବ୍ୟସ୍ତ —୬. To entrust something to somebody.
ଘର ଦେଇ ପରହାତେ ପଳାଇଲେ ନିଜ ପ୍ରାଣ ଘେନି ଭିକାରୀ, କଟକବିଜୟ
- ୭. କୌଣସି କାର୍ଯ୍ୟ କରିବାରୁ ଅନ୍ୟକୁ ସମର୍ଥ କରିବା — ୭. To make or allow a person to do something.
(ଯଥା— ସେ ମୋତେ ପଦେ କଥା କୁହାଇ ଦେଲା ନାହିଁ ପିଲାମାନେ ଗୋଳମାଳ କରି ମୋତେ ଶୁଆଇ ଦେଲେ ନାହିଁ)
- ୮. (ପୁସ୍ତକାଦିରେ ବା ଅଙ୍ଗରେ ବା ବସ୍ତୁରେ) ସନ୍ନିବେଶିତ କରିବା; ସ୍ଥାପନ କରିବା —୮, To place; to put.
[ଯଥା— ଶୀତଦିନେ ଦେହରେ ଲୁଗା ଦିଅ]
- ୯. (ନିମନ୍ତ୍ରଣାଦି) ପଠାଇବା; ପ୍ରେରଣ କରିବା — ୯. To send (invitation, letters, news).
ସମସ୍ତ ରାଜାମାନଙ୍କ ଦିଅ ନିମନ୍ତ୍ରଣ—ବିଶ୍ୱନାଥ. ବିଚିତ୍ରରାମାୟଣ
- ୧. ଘଟାଇବା; ଅନୁଭୂତ କରାଇବା; ଭୋଗ କରାଇବା — ୧୦. To cause; to cause to experience; to. cause to undergo.
ମନେ ଦିଏ ଘୋର ଖେଦ—ନନ୍ଦ କିଶୋର, ନିର୍ଝରିଣୀ
- ୧୧. ଉତ୍ପାଦନ କରିବା —୧୧. To produce.
ତାହାର ପ୍ରଜା ସୁଖ ପାଇଁ ବହୁତ ଶସ୍ୟ ଦେଲା ମହୀ ଜଗନ୍ନାଥ. ଭାଗବତ
- ୧୨. (ଅନ୍ୟ କ୍ରିୟାର ଅସମାପିକା ରୂପ ସଙ୍ଗେ ଯୁକ୍ତ ହେଲେ) ଅମୁକ କ୍ରିୟା କରିବା —୧୨. To do a certain act (indicated by the verb used before it).
(ଯଥା—ଲେଖି ଦେବା; କହିଦେବା; ଘଷିଦେବା)
- ୧୩. (କବାଟ; ଦ୍ୱାର) ବନ୍ଦ କରିବା —୧୩. To shut (the door).
(ଯଥା— ଦୁଆର ଦେବା; ବୋତଲରେ ଠିପି ଦେବା)
- ୧୪. (ପାଣି) ଛାଡ଼ିଦେବା —୧୪. To discharge (Water)
(ଯଥା— ଆମ କୋଠାର ଛାତ ପାଣି ଦେଉଛି)
- ୧୫. (ଅନ୍ୟର ଦେହରେ ହଳଦି ଆଦି) ଲଗାଇବା; ବୋଳିବା — ୧୫. To apply; to besmear; to anoint.
(ଯଥା—ଆଈ ପିଲାଙ୍କୁ ହଳଦି ଦଉଛି)
- ୧୬. (ମାତା ପିଲାକୁ ସ୍ତନ୍ୟ) ପାନ କରାଇବା — ୧୬. To give a suckling (to a child).
(ଯଥା— ମାଆ ପିଲାକୁ ଦୁଧ ଦଉଛନ୍ତି)
- ୧୭. (ଅନ୍ୟକୁ ପ୍ରହାରିତ) କରିବା — ୧୭. To administer (blows,rebuke), to deal.
(ଯଥା—ମାଡ଼ ଦେବା, ଗାଳିଦେବା)
[ଦ୍ରଷ୍ଟବ୍ୟ —୧ 'ଦେବା' ଅନ୍ୟ କେତେକ କ୍ରିୟାର ଅସମାପିକା ରୂପ ସହିତ ଲାଗିଲେ ଉକ୍ତ କ୍ରିୟାଉପରେ ଜୋର୍ (emphasis), କ୍ରିୟାର ସମାପ୍ତି ବା କ୍ରିୟାର ଶୀଘ୍ରତା ବୁଝାଏଯଥା—ଖାଇ ଦେବା= ଖାଇ ସାରିବା; ପିଇ ଦେବା=ପାନ କାର୍ଯ୍ୟ ଶେଷ କରିବା; ଦେଇ ଦେବା=ଦେବା କାର୍ଯ୍ୟ ସମାପ୍ତ କରିବା; ବୁଣି ଦେବା
ହାଣି ଦେବା, ଶୁଣି ଦେବା, ଲେଖି ଦୋବା, ଶୁଙ୍ଘିଦେବା, ଖୋଜି ଦେବା, ମାରି ଦେବା, କରି ଦେବା ଇତ୍ୟାଦିରେ ତତ୍ତତ୍ କ୍ରିୟା ଉପରେ ଜୋର୍ ଦିଆଯାଏ; କହିଦେବା ଆଦିରେ କ୍ରିୟାର ଶୀଘ୍ରତା ବୁଝାଏ; ଉଦାହରଣ ଯଥା ===
ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ—କବିସୂର୍ଯ୍ୟ. ଚମ୍ପୁ ଖ. ଗୀତ
- ୨. ଣିଜନ୍ତ ବା ପ୍ରୟୋଜକ କ୍ରିୟାରେ ମଧ୍ୟ ଦେବା କ୍ରିୟା ଯୋଗ ହୁଏ, ଯଥା—ଖୁଆଇ ଦେବା; ଶୁଆଇ ଦେବା ପକାଇ ଦେବା ଇତ୍ୟାଦି
- ୩. ଅନ୍ୟ ବ୍ୟକ୍ତିକୁ ପ୍ରହାର କରିବା ଓ ଗାଳିଦେବା ଅର୍ଥରେ ଆଘାତର ପ୍ରକାର ସଙ୍ଗେ ଦେବା କ୍ରିୟା ବ୍ୟବହୃତ ହୁଏ ଯଥା— ମାଡ଼ ଦେବା; ବେତ ଦେବା, ଅଭିଶାପ ଦେବା ଇତ୍ୟାଦି
- ୪. ଏହି କ୍ରିୟାର ଅନୁଜ୍ଞାରୂପ 'ଦେବା' ଆକାର ଧାରଣ କରେ
- ୫. ଦେବା କ୍ରିୟାର ଅନୁଜ୍ଞାରୂପ 'ଦେ' 'ଦିଅ' 'ଦିଅନ୍ତୁ' କଥିତ ବ୍ୟକ୍ତିକୁ କୌଣସି କର୍ମ ଶୀଘ୍ର କରିବାକୁ ଅନୁରୋଧ ସ୍ଥଳରେ ଏରୂପମାନ ବ୍ୟବହୃତ ହୁଏ ଯଥା—ଦିଅ, ଦିଅ, ଚଞ୍ଚଳ ଖାଅ କଚିରିକୁ ଯିବା ]
- ୬. ଏହି କ୍ରିୟାର ଅସମାପିକା ସଙ୍ଗେ ପକାଇବା, ଦେବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ