ଦେବା

ଉଇକିଅଭିଧାନ‌ରୁ

ଦେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ନେବା—ବିପରୀତ)

(ଦିଆଇବା—ଣିଜନ୍ତ)

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦେବୃ ଶବ୍ଦ; ଦିବ୍ ଧାତୁ କ୍ରୀଡ଼ା କରିବା+ଋ ସଂଜ୍ଞାର୍ଥେ)[ସମ୍ପାଦନା]

୧. ଦେବର; ଦିଅର — ୧. Husband's younger brother.
୨. ରଣ୍ଡାପତି; ରାଣ୍ଡୀ ସ୍ତ୍ରୀର ସ୍ୱାମୀ; ଠାୟାଁ — ୨. The husband of a remarried widow.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. ପଥଚାରିଣୀ (ପ୍ରକୃତିବାଦ) — ୧. Name of of a plant.
୨. ଅଶନପର୍ଣ୍ଣା (ପ୍ରକୃତିବାଦ) — ୨. Name of a plant.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦେବ)[ସମ୍ପାଦନା]

୧. ଦେବତା —୧. Deity.
୨. (ସଂସ୍କୃତ - ଦେବ ଶବ୍ଦର ୧ମା. ବହୁବଚନ ଦେବାଃ)— ଦେବତାମାନେ —୨. The Gods.

ଡମରୁଧର ଯାକୁ ସେବା, ଡରେ ଖଟନ୍ତି ସର୍ବ ଦେବା କମଳଲୋଚନଚଉତିଶା

ଦେଶଜ - କ୍ରି.—(ସଂସ୍କୃତ - ଦା ଧାତୁ; ଓଦେଶଜ - ଧାତୁ)[ସମ୍ପାଦନା]

୧. ଉପହାର ଦେବା —୧. To present.
୨. ପ୍ରଦାନ କରିବା; ଦାନ କରିବା — ୨. To give; to donate.

ଦେବ ଦ୍ୟାଇବ ଦେପଦ ବୋଲିବ ଚକୁଳିଆ ପଣ୍ଡାଙ୍କ ଗୀତ

୩. (ସମୟ ବା ଅବସର ବା ଛୁଟି ବା ଅନୁମତି) ମଞ୍ଜୁର କରିବା —. ୩. To grant (time or opportunity or leave or permission).
୪. ଅନ୍ୟର ହସ୍ତରେ ଅର୍ପଣ କରିବା — ୪. To handover; to make over.

ଖଣ୍ଟକରେ ଧନ ଦେଇ ପଦେ ନ କହିଲୁରେ କବି ସୂର୍ଯ୍ୟ, କିଶୋରୀ,ଚମ୍ପୁ.ଖ, ଗୀତ

୫. ଯୋଗାଇବା —୫. To supply.
୬. ଅନ୍ୟଠାରେ ଭାର ବ୍ୟସ୍ତ —୬. To entrust something to somebody.

ଘର ଦେଇ ପରହାତେ ପଳାଇଲେ ନିଜ ପ୍ରାଣ ଘେନି ଭିକାରୀ, କଟକବିଜୟ

୭. କୌଣସି କାର୍ଯ୍ୟ କରିବାରୁ ଅନ୍ୟକୁ ସମର୍ଥ କରିବା — ୭. To make or allow a person to do something.

(ଯଥା— ସେ ମୋତେ ପଦେ କଥା କୁହାଇ ଦେଲା ନାହିଁ ପିଲାମାନେ ଗୋଳମାଳ କରି ମୋତେ ଶୁଆଇ ଦେଲେ ନାହିଁ)

୮. (ପୁସ୍ତକାଦିରେ ବା ଅଙ୍ଗରେ ବା ବସ୍ତୁରେ) ସନ୍ନିବେଶିତ କରିବା; ସ୍ଥାପନ କରିବା —୮, To place; to put.

[ଯଥା— ଶୀତଦିନେ ଦେହରେ ଲୁଗା ଦିଅ]

୯. (ନିମନ୍ତ୍ରଣାଦି) ପଠାଇବା; ପ୍ରେରଣ କରିବା — ୯. To send (invitation, letters, news).

ସମସ୍ତ ରାଜାମାନଙ୍କ ଦିଅ ନିମନ୍ତ୍ରଣ—ବିଶ୍ୱନାଥ. ବିଚିତ୍ରରାମାୟଣ

୧. ଘଟାଇବା; ଅନୁଭୂତ କରାଇବା; ଭୋଗ କରାଇବା — ୧୦. To cause; to cause to experience; to. cause to undergo.

ମନେ ଦିଏ ଘୋର ଖେଦ—ନନ୍ଦ କିଶୋର, ନିର୍ଝରିଣୀ

୧୧. ଉତ୍ପାଦନ କରିବା —୧୧. To produce.

ତାହାର ପ୍ରଜା ସୁଖ ପାଇଁ ବହୁତ ଶସ୍ୟ ଦେଲା ମହୀ ଜଗନ୍ନାଥ. ଭାଗବତ

୧୨. (ଅନ୍ୟ କ୍ରିୟାର ଅସମାପିକା ରୂପ ସଙ୍ଗେ ଯୁକ୍ତ ହେଲେ) ଅମୁକ କ୍ରିୟା କରିବା —୧୨. To do a certain act (indicated by the verb used before it).

(ଯଥା—ଲେଖି ଦେବା; କହିଦେବା; ଘଷିଦେବା)

୧୩. (କବାଟ; ଦ୍ୱାର) ବନ୍ଦ କରିବା —୧୩. To shut (the door).

(ଯଥା— ଦୁଆର ଦେବା; ବୋତଲରେ ଠିପି ଦେବା)

୧୪. (ପାଣି) ଛାଡ଼ିଦେବା —୧୪. To discharge (Water)

(ଯଥା— ଆମ କୋଠାର ଛାତ ପାଣି ଦେଉଛି)

୧୫. (ଅନ୍ୟର ଦେହରେ ହଳଦି ଆଦି) ଲଗାଇବା; ବୋଳିବା — ୧୫. To apply; to besmear; to anoint.

(ଯଥା—ଆଈ ପିଲାଙ୍କୁ ହଳଦି ଦଉଛି)

୧୬. (ମାତା ପିଲାକୁ ସ୍ତନ୍ୟ) ପାନ କରାଇବା — ୧୬. To give a suckling (to a child).

(ଯଥା— ମାଆ ପିଲାକୁ ଦୁଧ ଦଉଛନ୍ତି)

୧୭. (ଅନ୍ୟକୁ ପ୍ରହାରିତ) କରିବା — ୧୭. To administer (blows,rebuke), to deal.

(ଯଥା—ମାଡ଼ ଦେବା, ଗାଳିଦେବା)

[ଦ୍ରଷ୍ଟବ୍ୟ —୧ 'ଦେବା' ଅନ୍ୟ କେତେକ କ୍ରିୟାର ଅସମାପିକା ରୂପ ସହିତ ଲାଗିଲେ ଉକ୍ତ କ୍ରିୟାଉପରେ ଜୋର୍ (emphasis), କ୍ରିୟାର ସମାପ୍ତି ବା କ୍ରିୟାର ଶୀଘ୍ରତା ବୁଝାଏଯଥା—ଖାଇ ଦେବା= ଖାଇ ସାରିବା; ପିଇ ଦେବା=ପାନ କାର୍ଯ୍ୟ ଶେଷ କରିବା; ଦେଇ ଦେବା=ଦେବା କାର୍ଯ୍ୟ ସମାପ୍ତ କରିବା; ବୁଣି ଦେବା

ହାଣି ଦେବା, ଶୁଣି ଦେବା, ଲେଖି ଦୋବା, ଶୁଙ୍ଘିଦେବା, ଖୋଜି ଦେବା, ମାରି ଦେବା, କରି ଦେବା ଇତ୍ୟାଦିରେ ତତ୍ତତ୍ କ୍ରିୟା ଉପରେ ଜୋର୍ ଦିଆଯାଏ; କହିଦେବା ଆଦିରେ କ୍ରିୟାର ଶୀଘ୍ରତା ବୁଝାଏ; ଉଦାହରଣ ଯଥା ===

ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ—କବିସୂର୍ଯ୍ୟ. ଚମ୍ପୁ ଖ. ଗୀତ

୨. ଣିଜନ୍ତ ବା ପ୍ରୟୋଜକ କ୍ରିୟାରେ ମଧ୍ୟ ଦେବା କ୍ରିୟା ଯୋଗ ହୁଏ, ଯଥା—ଖୁଆଇ ଦେବା; ଶୁଆଇ ଦେବା ପକାଇ ଦେବା ଇତ୍ୟାଦି
୩. ଅନ୍ୟ ବ୍ୟକ୍ତିକୁ ପ୍ରହାର କରିବା ଓ ଗାଳିଦେବା ଅର୍ଥରେ ଆଘାତର ପ୍ରକାର ସଙ୍ଗେ ଦେବା କ୍ରିୟା ବ୍ୟବହୃତ ହୁଏ ଯଥା— ମାଡ଼ ଦେବା; ବେତ ଦେବା, ଅଭିଶାପ ଦେବା ଇତ୍ୟାଦି
୪. ଏହି କ୍ରିୟାର ଅନୁଜ୍ଞାରୂପ 'ଦେବା' ଆକାର ଧାରଣ କରେ
୫. ଦେବା କ୍ରିୟାର ଅନୁଜ୍ଞାରୂପ 'ଦେ' 'ଦିଅ' 'ଦିଅନ୍ତୁ' କଥିତ ବ୍ୟକ୍ତିକୁ କୌଣସି କର୍ମ ଶୀଘ୍ର କରିବାକୁ ଅନୁରୋଧ ସ୍ଥଳରେ ଏରୂପମାନ ବ୍ୟବହୃତ ହୁଏ ଯଥା—ଦିଅ, ଦିଅ, ଚଞ୍ଚଳ ଖାଅ କଚିରିକୁ ଯିବା ]
୬. ଏହି କ୍ରିୟାର ଅସମାପିକା ସଙ୍ଗେ ପକାଇବା, ଦେବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ