ଧୋକା
ଦେଖଣା
ଧୋକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଃଖ; କିମ୍ୱା ଧୂକ୍ଷ ଧାତୁ= କ୍ଳେଶନ; ତୁଳ ସଂସ୍କୃତ - ଧୂର୍ତ୍ତତା)
[ସମ୍ପାଦନା]- ୧. ସନ୍ଦେହ —୧. Doubt.
- ୨. ଦୋଘାଇ; ବିଷମ ସମସ୍ୟା — ୨. Dilemma.
- ୩. ଛାତିର ଦକ; ଛାତି ଦକଦକ ହେବା — ୩. Palpitation of the heart; state of nervousness or consternation
- ୪. ବିପଦର ଆଶଙ୍କା — ୪. Apprehension of danger.
- ୫. ଭବିଷ୍ୟତ ଭୟ—ଜନିତ ଚିନ୍ତା — ୫. Anxiety due to fear.
ସାଆନ୍ତାଣୀଙ୍କ ମନକୁ ଟିକିଏ କିମିତିକା ଧୋକା ଛୁଇଁଲା ଫକୀରମୋହନ. ଗଳ୍ପସ୍ୱଳ୍ପ
- ୬. ମୋହ; ଭ୍ରାନ୍ତି; ଭ୍ରମ — ୬. Error; illusion; delusion.
- ୭. ଦହସତ୍; ଭୟ —୭. Fear; fright.
- ୮. ଭୁଲ୍ ବୁଝିବା —୮. Misconception; misunderstanding.
- ୯. ଦୁଃଖ —୯. Sorrow; trouble.
- ୧. କ୍ଷତି —୧୦. Damage; injury.
- ୧୧. ବିପଦ —୧୧. Danger.
- ୧୨. କୌଣସି ବ୍ୟକ୍ତିର ଧୂର୍ତ୍ତତା ଜନିତ ଅନ୍ୟର ଭ୍ରମ ବା ବିପଦ — ୧୨. Error or danger resulting from the wicked conduct of another person.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ପିଷ୍ଟକବିଶେଷ — A kindd of cake.
[ଦ୍ରଷ୍ଟବ୍ୟ —ବୁଟକୁ ବାଟି ସେଥିରେ ଲଙ୍କାମରିଚ ଓ ପିଆଜ ପକାଇ ତାହାକୁ ବରା ପିଠା କରି ଘିଅ ବା ତେଲରେ ଛାଣିବାକୁ ହୁଏ ଏହା ଖାଲି ଖିଆଯାଏ ବା ତରକାରୀ ଆଦିରେ ମଧ୍ୟ ପଡ଼େ ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଧୋକା]