ଧୋକା

ଉଇକିଅଭିଧାନ‌ରୁ

ଧୋକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଃଖ; କିମ୍ୱା ଧୂକ୍ଷ ଧାତୁ= କ୍ଳେଶନ; ତୁଳ ସଂସ୍କୃତ - ଧୂର୍ତ୍ତତା)[ସମ୍ପାଦନା]

୧. ସନ୍ଦେହ —୧. Doubt.
୨. ଦୋଘାଇ; ବିଷମ ସମସ୍ୟା — ୨. Dilemma.
୩. ଛାତିର ଦକ; ଛାତି ଦକଦକ ହେବା — ୩. Palpitation of the heart; state of nervousness or consternation
୪. ବିପଦର ଆଶଙ୍କା — ୪. Apprehension of danger.
୫. ଭବିଷ୍ୟତ ଭୟ—ଜନିତ ଚିନ୍ତା — ୫. Anxiety due to fear.

ସାଆନ୍ତାଣୀଙ୍କ ମନକୁ ଟିକିଏ କିମିତିକା ଧୋକା ଛୁଇଁଲା ଫକୀରମୋହନ. ଗଳ୍ପସ୍ୱଳ୍ପ

୬. ମୋହ; ଭ୍ରାନ୍ତି; ଭ୍ରମ — ୬. Error; illusion; delusion.
୭. ଦହସତ୍; ଭୟ —୭. Fear; fright.
୮. ଭୁଲ୍ ବୁଝିବା —୮. Misconception; misunderstanding.
୯. ଦୁଃଖ —୯. Sorrow; trouble.
୧. କ୍ଷତି —୧୦. Damage; injury.
୧୧. ବିପଦ —୧୧. Danger.
୧୨. କୌଣସି ବ୍ୟକ୍ତିର ଧୂର୍ତ୍ତତା ଜନିତ ଅନ୍ୟର ଭ୍ରମ ବା ବିପଦ — ୧୨. Error or danger resulting from the wicked conduct of another person.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ପିଷ୍ଟକବିଶେଷ — A kindd of cake.

[ଦ୍ରଷ୍ଟବ୍ୟ —ବୁଟକୁ ବାଟି ସେଥିରେ ଲଙ୍କାମରିଚ ଓ ପିଆଜ ପକାଇ ତାହାକୁ ବରା ପିଠା କରି ଘିଅ ବା ତେଲରେ ଛାଣିବାକୁ ହୁଏ ଏହା ଖାଲି ଖିଆଯାଏ ବା ତରକାରୀ ଆଦିରେ ମଧ୍ୟ ପଡ଼େ ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଧୋକା]