ବୁଡ଼ିବା
ବୁଡ଼ିବା
ଉଚ୍ଚାରଣ
[ସମ୍ପାଦନା](ବୁଡ଼ିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରି. (ସଂସ୍କୃତ - ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams)
[ସମ୍ପାଦନା]- ୧. ଜଳରେ ଡୁବିବା; ନିମଜ୍ଜିତ ହେବା —୧. To dive in water to plunge in to water.
[ଉ— ଗଙ୍ଗେଇ ଚଢ଼େଇରେ ! ଗଙ୍ଗେଇ ଚଢ଼େଇ ! ମୋ ପାଇଁ ଥରେ ବୁଡ଼୍ ଶିଶୁଗୀତ]
- ୨. ଜଳରେ ମୁଣ୍ଡ ବୁଡ଼ାଇ ସ୍ନାନ କରିବା; ଗାଧୋଇବା; ବୁଡ଼ ପକାଇବା — ୨. To have a bath by immersion
(ଯଥା— ମୁଁ ଗାଆଁ ପୋଖରୀରେ ନିତି ଭୋର୍ରୁ ବୁଡ଼େଁ)
- ୩. ଜଳମଗ୍ନ ହେବା —୩. To sink under water.
[ଉ— ହରିବୋଲ ଭାଇ ! ଗୋବିନ୍ଦ ବୋଲ! ଭାସିଲା ପଥର ବୁଡ଼ିଲା ସୋଲ ଢଗ]
- ୪. (ଲକ୍ଷଣାର୍ଥ) ଲୋପ ପାଇବା; ଲୁପ୍ତ ହେବା — ୪. (figurtative) To be extinct; to disappear.
- ୫. ଅନ୍ୟ ବସ୍ତୁ ମଧ୍ୟରେ ଅନ୍ତର୍ହିତ ହେବା —୫. To merge in another thing.
[ଉ— ଅହମିକା ଗଲା ବିଶ୍ୱ ପ୍ରେମେ ବୁଡ଼ି ମଧୁସୂଦନ. କବିତା]
- ୬. (ଲକ୍ଷଣାର୍ଥ) ବିନଷ୍ଟ ହେବା; ଧ୍ୱଂସ ପ୍ରାପ୍ତ ହେବା; ଉତ୍ସନ୍ନ ହେବା —୬. (figurative) To be ruined
[ଉ— ଏ ଯେ ଆମ୍ଭର କର୍ଣ୍ଣ ବେନି; ଆମ୍ଭେ ବୁଡ଼ିଲୁ ଏହା ଘେନି ଭୂପତି ପ୍ରେମପ ଞ୍ଚମୃତ]
- ୭. (ସୂର୍ଯ୍ୟ ଚନ୍ଦ୍ରଆଦି) ଅସ୍ତ ହେବା —୭. (the sun, the moon etc) To sink; to set.
[ଉ— ବୁଡ଼ି ଗଲେ ଆଜି କି, ବାହୁଡ଼ିବେ କାଲିକି ଗଉରବ ତପନ ଭିକାରୀ ଗୀତଲହରୀ]
- ୮. ନିଷ୍ଫଳ ହେବା —୭. To be fruitless.
[ଉ— ସେ ଧର୍ମଯାକ ମୋର ସବୁ ତ ବୁଡ଼ୁଛି କୃଷ୍ଣସିଂହ. ମହାଭାରତ ବନ]
- ୯. ନଷ୍ଟ ହେବା; ଅପଚିତ ହେବା — ୯. To be spoiled.
- ୧୦. (ଲକ୍ଷଣର୍ଥ) ମଜ୍ଜିବା; ଏକାନ୍ତ ଅନୁରକ୍ତ ହେବା —୧୦. (figurative) To be devoted exclusively to; to be bent on.
[ଉ— ନିରତେ ଗୁଣି ପଦେ ପଦେ, ମନ ବୁଡ଼ିଲା କୃଷ୍ଣପାଦେ ଜଗନ୍ନାଥ. ଭାଗବତ
- ୧୧. କୌଣସି ବହତ୍ତର ପଦାର୍ଥଦ୍ୱାରା ଆବୃତ ହୋଇ ଅଦୃଶ୍ୟ ହେବା —୧୧. To be overclouded or overspread; to disapper under a bigger thing.
(ଯଥା— ଦିପହର ବେଳେ ସୂର୍ଯ୍ୟ ମେଘ— ଭିତରେ ବୁଡ଼ିଛନ୍ତି)]
- ୧୨. ଆଚ୍ଛନ୍ନ ହେବା —୧୨. To be covered by; to be overcast or enveloped.
(ଉ— ଅନ୍ଧକାରେ ବୁଡ଼ିଗଲା ଧରଣୀ ମଧୁସୂଦନ. ସନ୍ଧ୍ୟା)
- ୧୩. (କୁଳ, ବଂଶ, ଏକଜାତୀୟ) ଲୁପ୍ତ ହେବା —୧୩. To become extinct (said of a family or species)
(ଉ— କୁଳ ବୁଡ଼ିବାର ଏମନ୍ତ ରୀତୀଚ ଅଜା ଥାଉଁ ଥାଉଁ ମରଇ ନାତି ଢଗ)
- ୧୪. ଧନ ବା ପ୍ରାପ୍ୟ ପଦାର୍ଥ ଅନ୍ୟ ବ୍ୟକ୍ତିଠାରୁ ଆଦାୟ କରା ନ ଯାଇ ତମାଦି ବା ଆଦାୟର ଅଯୋଗ୍ୟ ହେବା —୧୪. To become unrealiseable or barred by limitation.
(ଯଥା— ମିଆଦି ମଧ୍ୟରେ ନାଲିସ୍ କରି ନ ପାରିବାରୁ ମୋର ଅନେକଗୁଡ଼ିଏ ଧନ ବୁଡିଗଲା)
- ୧୫. ବଂଶଧରମାନଙ୍କ କୁକ୍ରିୟାଦ୍ୱାରା କୁଳର ମର୍ଯ୍ୟାଦା ବା ଗୌରବ ନଷ୍ଟ ହେବା — ୧୫. To lose its prestige or glory on account of the evil acts of its members (said of a family).
(ଉ— କୁଳ ବୁଡ଼ିଲା ବେଳକୁ ଘୋଡ଼ାମୁହାଁ ପୁଅ ଜାତ ଢଗ)
- ୧୬. ବଦନାମ ହେବା — ୧୬. To become notorious; to lose the good name (said of family).
(ଉ— ବାହୁଡ଼ାଇଲେ ରାଘବ ସୂର୍ଯ୍ୟବଂଶ ବୁଡ଼ିଯିବ, ଶୁଣି ଉଠି ଯତିବେଶ ବହି ଯେ ଭଞ୍ଜ. ବୈଦୈହୀଶବିଳାସ)
- ୧୭. ପୂର୍ବରୁ ଚଳି ଆସୁଥିବା ପ୍ରଥା ବା ରୀତି ସ୍ଥଗିତ ହେବା —୧୭. To be discontinued (Said of any old or prevaling custom or practice
(ଯଥା— ଆମର ଦୋଳ ଦଶହରା ବିଦାକୀ ସେ ଘରୁ ଏଣିକି ବୁଡ଼ିଲାଣି)
- ୧୮. (ଆଶା, ନିଶ୍ୱାସ) ନିରସ୍ତ ହେବା; ଲୁପ୍ତ ହେବା —୧୮. To be blasted (said of one's hope).
(ଯଥା—ସେ ମରିଯିବା ଦିନଠାରୁ ସେ ଦୁଆରୁ ଯୋଗୀ ଭିକାରିଙ୍କ ଆଶା (ବା ନିଶ୍ୱାସ) ବୁଡ଼ିଲାଣି)
- ୧୯. କୌଣସି କାର୍ଯ୍ୟକୁ ଗୋପନ ପୂର୍ବକ କରିବା — ୧୯. To do a thing secretly .
(ଉ— ବୁଡ଼ି କରି ପାଣି ପିଇଲେ ମହାଦେବଙ୍କ ବାପା ମଧ୍ୟ ଜାଣି ପରିବେ ନାହିଁ ଢଗ)
- ୨୦. ବାହାରେ ଜଣା ନ ପଡ଼ିବା; ଗୁପ୍ତ ଭାବରେ ରହିବା —୨୦. To remain concealed; not to be apparent or patent.
(ଯଥା— ତା ଦେହରେ ଜର ବର୍ତ୍ତମାନ ବୁଡ଼ି କରି ଅଛି)
- ୨୧. (ମନ୍ଦ ଅର୍ଥ) (ଋଣ, ନିଶା, ଦୁଃଖ, ବିପଦ, ଚିନ୍ତା, ନିରାଶା ଆଦି ଦ୍ୱାରା) ବିପନ୍ନ ହେବା; ଜଡ଼ିତ ବା ଗ୍ରସ୍ତ ହେବା; ଅଭିଭୂତ ହେବା —୨୧. To be involved or overwhelmed (with debt, intoxication, sorrow, danger, anxiety, despair)
(ଉ— ତାହା ଜାଣି ବୁଡ଼ିଗଲେ ମୁଁ ଭୟ ଶୋକେ କୃଷ୍ଣସିଂହ. ମହାଭାରତ ବନ)
- ୨୨. ବିପଦ୍ଗ୍ରସ୍ତ ହେବା; ବିପନ୍ନ ହେବା —୨୨. To be afflicted with calamity; to be beset with danger.
(ଉ— ଆପେ ବୁଡ଼ିଲେ ଯୁଗବୁଡ଼ ଢଗ)
- ୨୩. ଜାତିଚ୍ୟୁତ ବା ସମାଜଚ୍ୟୁତ ହେବା —୨୩. To be outcasted or excommunicated.
- ୨୪. ଜଳାଦିଦ୍ୱାରା ପ୍ଳାହିତ ହେବା —୨୪. To be flooded or in undated.,
[ଉ—ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି; କଣା ବୋଲେ ମେଘ ଦୁଲୁକୁଛି ଢଗ]
- ୨୫. ଅତ୍ୟନ୍ତ ଆର୍ଦ୍ର ହେବା; ତିନ୍ତି ଯିବା; ଜୁଡ଼ୁବୁଡ଼ୁ ହେବା — ୨୫. To be besmeared; to be bedaubed; to be soaked
(ଉ—ଦୁଇ ସେନା ଯାକର ବସନ ରକତେ, ବୁଡ଼ନ୍ତେ ପାଟପରି ଦିଶିଲେ ସେ ନେତ୍ରେ କୃଷ୍ଣସିଂହ. ମହାଭାରତ ଦ୍ରୋଣ)
- ୨୬. କୌଣସି ବସ୍ତୁକୁ ବିଶେଷ ପରିମାଣରେ ପାଇବା ବା ଭୋଗ କରିବା —୨୬. To get or enjoy in profusion.
(ଯଥା— ମୋ ସାଆନ୍ତଙ୍କ ପାଖରେ ମୁଁ ଅୟସରେ ଓ ଆଦରରେ ବୁଡ଼ିଛି)
୨୭ : ବାହୁ କାଳ ଜଳରେ ନିମଜ୍ଜିତ ହୋଇ ସ୍ନାନ କରିବା —୨୭. To bathe in water for a long time
(ଯଥା— ଦୃଷ୍ଟ ପିଲାଗୁଡ଼ାକ ପୋଖରୀ ପାଣିରେ ବୁଡ଼ି ବୁଡ଼ି ପାଣିକି ସାତ ପରସ୍ତ ଗୋଳେଇ ସାରିଲେଣି)
- ୨୮. ମଜ୍ଜିବା; ମାତିଯିବା; ବ୍ୟସନାକ୍ତ ହେବା —୨୯. To be addicted to
(ଉ— ତୁମ୍ଭରତ ଅଧର୍ମେ ବୁଡ଼ିଲାଣି ବୁଦ୍ଧି କୃଷ୍ଣସିଂହ. ମହାଭାରତ ଉଦ୍ଗୋଗ)
- ୨୯. (ବେଳ) ସୂର୍ଯ୍ୟାସ୍ତର ସୀମାକୁ ଟପିବା; ଶେଷ ହେବା; ଅନ୍ତ ହେବା — ୨୯. To pass the time of sunset.
[ଉ— ବୁଡ଼ି ନାହିଁ ବେଳେ ଗୋଧୂଳି ଆକାଶେ ଭିକାରୀ. ଗୀତଲହରୀ]
[ଦ୍ରଷ୍ଟବ୍ୟ — ଏହି ଅର୍ଥରେ ଏହା ସନ୍ଧ୍ୟା ବୁଡ଼ିବା, ବେଳବୁଡ଼ିବା ଏହି ଦୁଇ ଶବ୍ଦରେ ବ୍ୟବହୃତ ହୁଏ]
- ୩. (ଯଥାକାଳରେ ଋଣର ପରିଶୋଧ ନ ହେବାରୁ ବନ୍ଧକ ଥିବା ବସ୍ତୁ ବା ସମ୍ପତ୍ତି) ମୁକୁଳାଇ ନ ହେବା —୩୦. To be foreclosed; to become unredeemable (said of a pledged article or mortgaged property, when the loan is not repaid in time).
(ଯଥା— ଟଙ୍କା ସଜିଲ୍ ନ ହେବାରୁ ମୋ ବନ୍ଧକି ଅଳଙ୍କାରଯାକ ମହାଜନ ଘରେ ବୁଡ଼ିଲା)
- ୩୧. ତୀର୍ଥରେ ସ୍ନାନ କରିବା —୩୧. To take a bath in any sacred water.
- ୩୨. ଜଳର ଗଭୀରତା ମଧ୍ୟରେ (ମନୁଷ୍ୟର, ଯଷ୍ଟିର ବା ଅନ୍ୟଜୀବର) ସମୁଦାୟ ଉଚ୍ଚତା ନିମଜ୍ଜିତ ହେବା; କୌଣସି ସ୍ଥାନର ଜଳର ଗଭୀରତା ଅପେକ୍ଷା ଉଚ୍ଚତାରେ କମ୍ ହେବା —୩୨. To sink.
(ଯଥା— ଏ କୂଅରେ ୧ ହାତର ଲାଗି ବୁଡ଼ିଗଲା ମହା— ନଦୀର ପାଣିରେ ହାତୀ ବୁଡ଼ିଯିବ)
[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପେ ସଙ୍ଗେ ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ; ବୁଡ଼ିଯିବ]