ବୁଡ଼ିବା

ଉଇକିଅଭିଧାନ‌ରୁ

ବୁଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୁଡ଼ିଯିବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବୁଡ଼, ବ୍ରୁଡ଼ ଧାତୁ=ନିମଜ୍ଜନ; ବୁଲ୍ ଧାତୁ= Beams)[ସମ୍ପାଦନା]

୧. ଜଳରେ ଡୁବିବା; ନିମଜ୍ଜିତ ହେବା —୧. To dive in water to plunge in to water.

[ଉ— ଗଙ୍ଗେଇ ଚଢ଼େଇରେ ! ଗଙ୍ଗେଇ ଚଢ଼େଇ ! ମୋ ପାଇଁ ଥରେ ବୁଡ଼୍ ଶିଶୁଗୀତ]

୨. ଜଳରେ ମୁଣ୍ଡ ବୁଡ଼ାଇ ସ୍ନାନ କରିବା; ଗାଧୋଇବା; ବୁଡ଼ ପକାଇବା — ୨. To have a bath by immersion

(ଯଥା— ମୁଁ ଗାଆଁ ପୋଖରୀରେ ନିତି ଭୋର୍ରୁ ବୁଡ଼େଁ)

୩. ଜଳମଗ୍ନ ହେବା —୩. To sink under water.

[ଉ— ହରିବୋଲ ଭାଇ ! ଗୋବିନ୍ଦ ବୋଲ! ଭାସିଲା ପଥର ବୁଡ଼ିଲା ସୋଲ ଢଗ]

୪. (ଲକ୍ଷଣାର୍ଥ) ଲୋପ ପାଇବା; ଲୁପ୍ତ ହେବା — ୪. (figurtative) To be extinct; to disappear.
୫. ଅନ୍ୟ ବସ୍ତୁ ମଧ୍ୟରେ ଅନ୍ତର୍ହିତ ହେବା —୫. To merge in another thing.

[ଉ— ଅହମିକା ଗଲା ବିଶ୍ୱ ପ୍ରେମେ ବୁଡ଼ି ମଧୁସୂଦନ. କବିତା]

୬. (ଲକ୍ଷଣାର୍ଥ) ବିନଷ୍ଟ ହେବା; ଧ୍ୱଂସ ପ୍ରାପ୍ତ ହେବା; ଉତ୍ସନ୍ନ ହେବା —୬. (figurative) To be ruined

[ଉ— ଏ ଯେ ଆମ୍ଭର କର୍ଣ୍ଣ ବେନି; ଆମ୍ଭେ ବୁଡ଼ିଲୁ ଏହା ଘେନି ଭୂପତି ପ୍ରେମପ ଞ୍ଚମୃତ]

୭. (ସୂର୍ଯ୍ୟ ଚନ୍ଦ୍ରଆଦି) ଅସ୍ତ ହେବା —୭. (the sun, the moon etc) To sink; to set.

[ଉ— ବୁଡ଼ି ଗଲେ ଆଜି କି, ବାହୁଡ଼ିବେ କାଲିକି ଗଉରବ ତପନ ଭିକାରୀ ଗୀତଲହରୀ]

୮. ନିଷ୍ଫଳ ହେବା —୭. To be fruitless.

[ଉ— ସେ ଧର୍ମଯାକ ମୋର ସବୁ ତ ବୁଡ଼ୁଛି କୃଷ୍ଣସିଂହ. ମହାଭାରତ ବନ]

୯. ନଷ୍ଟ ହେବା; ଅପଚିତ ହେବା — ୯. To be spoiled.
୧୦. (ଲକ୍ଷଣର୍ଥ) ମଜ୍ଜିବା; ଏକାନ୍ତ ଅନୁରକ୍ତ ହେବା —୧୦. (figurative) To be devoted exclusively to; to be bent on.

[ଉ— ନିରତେ ଗୁଣି ପଦେ ପଦେ, ମନ ବୁଡ଼ିଲା କୃଷ୍ଣପାଦେ ଜଗନ୍ନାଥ. ଭାଗବତ

୧୧. କୌଣସି ବହତ୍ତର ପଦାର୍ଥଦ୍ୱାରା ଆବୃତ ହୋଇ ଅଦୃଶ୍ୟ ହେବା —୧୧. To be overclouded or overspread; to disapper under a bigger thing.

(ଯଥା— ଦିପହର ବେଳେ ସୂର୍ଯ୍ୟ ମେଘ— ଭିତରେ ବୁଡ଼ିଛନ୍ତି)]

୧୨. ଆଚ୍ଛନ୍ନ ହେବା —୧୨. To be covered by; to be overcast or enveloped.

(ଉ— ଅନ୍ଧକାରେ ବୁଡ଼ିଗଲା ଧରଣୀ ମଧୁସୂଦନ. ସନ୍ଧ୍ୟା)

୧୩. (କୁଳ, ବଂଶ, ଏକଜାତୀୟ) ଲୁପ୍ତ ହେବା —୧୩. To become extinct (said of a family or species)

(ଉ— କୁଳ ବୁଡ଼ିବାର ଏମନ୍ତ ରୀତୀଚ ଅଜା ଥାଉଁ ଥାଉଁ ମରଇ ନାତି ଢଗ)

୧୪. ଧନ ବା ପ୍ରାପ୍ୟ ପଦାର୍ଥ ଅନ୍ୟ ବ୍ୟକ୍ତିଠାରୁ ଆଦାୟ କରା ନ ଯାଇ ତମାଦି ବା ଆଦାୟର ଅଯୋଗ୍ୟ ହେବା —୧୪. To become unrealiseable or barred by limitation.

(ଯଥା— ମିଆଦି ମଧ୍ୟରେ ନାଲିସ୍ କରି ନ ପାରିବାରୁ ମୋର ଅନେକଗୁଡ଼ିଏ ଧନ ବୁଡିଗଲା)

୧୫. ବଂଶଧରମାନଙ୍କ କୁକ୍ରିୟାଦ୍ୱାରା କୁଳର ମର୍ଯ୍ୟାଦା ବା ଗୌରବ ନଷ୍ଟ ହେବା — ୧୫. To lose its prestige or glory on account of the evil acts of its members (said of a family).

(ଉ— କୁଳ ବୁଡ଼ିଲା ବେଳକୁ ଘୋଡ଼ାମୁହାଁ ପୁଅ ଜାତ ଢଗ)

୧୬. ବଦନାମ ହେବା — ୧୬. To become notorious; to lose the good name (said of family).

(ଉ— ବାହୁଡ଼ାଇଲେ ରାଘବ ସୂର୍ଯ୍ୟବଂଶ ବୁଡ଼ିଯିବ, ଶୁଣି ଉଠି ଯତିବେଶ ବହି ଯେ ଭଞ୍ଜ. ବୈଦୈହୀଶବିଳାସ)

୧୭. ପୂର୍ବରୁ ଚଳି ଆସୁଥିବା ପ୍ରଥା ବା ରୀତି ସ୍ଥଗିତ ହେବା —୧୭. To be discontinued (Said of any old or prevaling custom or practice

(ଯଥା— ଆମର ଦୋଳ ଦଶହରା ବିଦାକୀ ସେ ଘରୁ ଏଣିକି ବୁଡ଼ିଲାଣି)

୧୮. (ଆଶା, ନିଶ୍ୱାସ) ନିରସ୍ତ ହେବା; ଲୁପ୍ତ ହେବା —୧୮. To be blasted (said of one's hope).

(ଯଥା—ସେ ମରିଯିବା ଦିନଠାରୁ ସେ ଦୁଆରୁ ଯୋଗୀ ଭିକାରିଙ୍କ ଆଶା (ବା ନିଶ୍ୱାସ) ବୁଡ଼ିଲାଣି)

୧୯. କୌଣସି କାର୍ଯ୍ୟକୁ ଗୋପନ ପୂର୍ବକ କରିବା — ୧୯. To do a thing secretly .

(ଉ— ବୁଡ଼ି କରି ପାଣି ପିଇଲେ ମହାଦେବଙ୍କ ବାପା ମଧ୍ୟ ଜାଣି ପରିବେ ନାହିଁ ଢଗ)

୨୦. ବାହାରେ ଜଣା ନ ପଡ଼ିବା; ଗୁପ୍ତ ଭାବରେ ରହିବା —୨୦. To remain concealed; not to be apparent or patent.

(ଯଥା— ତା ଦେହରେ ଜର ବର୍ତ୍ତମାନ ବୁଡ଼ି କରି ଅଛି)

୨୧. (ମନ୍ଦ ଅର୍ଥ) (ଋଣ, ନିଶା, ଦୁଃଖ, ବିପଦ, ଚିନ୍ତା, ନିରାଶା ଆଦି ଦ୍ୱାରା) ବିପନ୍ନ ହେବା; ଜଡ଼ିତ ବା ଗ୍ରସ୍ତ ହେବା; ଅଭିଭୂତ ହେବା —୨୧. To be involved or overwhelmed (with debt, intoxication, sorrow, danger, anxiety, despair)

(ଉ— ତାହା ଜାଣି ବୁଡ଼ିଗଲେ ମୁଁ ଭୟ ଶୋକେ କୃଷ୍ଣସିଂହ. ମହାଭାରତ ବନ)

୨୨. ବିପଦ୍ଗ୍ରସ୍ତ ହେବା; ବିପନ୍ନ ହେବା —୨୨. To be afflicted with calamity; to be beset with danger.

(ଉ— ଆପେ ବୁଡ଼ିଲେ ଯୁଗବୁଡ଼ ଢଗ)

୨୩. ଜାତିଚ୍ୟୁତ ବା ସମାଜଚ୍ୟୁତ ହେବା —୨୩. To be outcasted or excommunicated.
୨୪. ଜଳାଦିଦ୍ୱାରା ପ୍ଳାହିତ ହେବା —୨୪. To be flooded or in undated.,

[ଉ—ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି; କଣା ବୋଲେ ମେଘ ଦୁଲୁକୁଛି ଢଗ]

୨୫. ଅତ୍ୟନ୍ତ ଆର୍ଦ୍ର ହେବା; ତିନ୍ତି ଯିବା; ଜୁଡ଼ୁବୁଡ଼ୁ ହେବା — ୨୫. To be besmeared; to be bedaubed; to be soaked

(ଉ—ଦୁଇ ସେନା ଯାକର ବସନ ରକତେ, ବୁଡ଼ନ୍ତେ ପାଟପରି ଦିଶିଲେ ସେ ନେତ୍ରେ କୃଷ୍ଣସିଂହ. ମହାଭାରତ ଦ୍ରୋଣ)

୨୬. କୌଣସି ବସ୍ତୁକୁ ବିଶେଷ ପରିମାଣରେ ପାଇବା ବା ଭୋଗ କରିବା —୨୬. To get or enjoy in profusion.

(ଯଥା— ମୋ ସାଆନ୍ତଙ୍କ ପାଖରେ ମୁଁ ଅୟସରେ ଓ ଆଦରରେ ବୁଡ଼ିଛି)

୨୭ : ବାହୁ କାଳ ଜଳରେ ନିମଜ୍ଜିତ ହୋଇ ସ୍ନାନ କରିବା —୨୭. To bathe in water for a long time

(ଯଥା— ଦୃଷ୍ଟ ପିଲାଗୁଡ଼ାକ ପୋଖରୀ ପାଣିରେ ବୁଡ଼ି ବୁଡ଼ି ପାଣିକି ସାତ ପରସ୍ତ ଗୋଳେଇ ସାରିଲେଣି)

୨୮. ମଜ୍ଜିବା; ମାତିଯିବା; ବ୍ୟସନାକ୍ତ ହେବା —୨୯. To be addicted to

(ଉ— ତୁମ୍ଭରତ ଅଧର୍ମେ ବୁଡ଼ିଲାଣି ବୁଦ୍ଧି କୃଷ୍ଣସିଂହ. ମହାଭାରତ ଉଦ୍ଗୋଗ)

୨୯. (ବେଳ) ସୂର୍ଯ୍ୟାସ୍ତର ସୀମାକୁ ଟପିବା; ଶେଷ ହେବା; ଅନ୍ତ ହେବା — ୨୯. To pass the time of sunset.

[ଉ— ବୁଡ଼ି ନାହିଁ ବେଳେ ଗୋଧୂଳି ଆକାଶେ ଭିକାରୀ. ଗୀତଲହରୀ]

[ଦ୍ରଷ୍ଟବ୍ୟ — ଏହି ଅର୍ଥରେ ଏହା ସନ୍ଧ୍ୟା ବୁଡ଼ିବା, ବେଳବୁଡ଼ିବା ଏହି ଦୁଇ ଶବ୍ଦରେ ବ୍ୟବହୃତ ହୁଏ]

୩. (ଯଥାକାଳରେ ଋଣର ପରିଶୋଧ ନ ହେବାରୁ ବନ୍ଧକ ଥିବା ବସ୍ତୁ ବା ସମ୍ପତ୍ତି) ମୁକୁଳାଇ ନ ହେବା —୩୦. To be foreclosed; to become unredeemable (said of a pledged article or mortgaged property, when the loan is not repaid in time).

(ଯଥା— ଟଙ୍କା ସଜିଲ୍ ନ ହେବାରୁ ମୋ ବନ୍ଧକି ଅଳଙ୍କାରଯାକ ମହାଜନ ଘରେ ବୁଡ଼ିଲା)

୩୧. ତୀର୍ଥରେ ସ୍ନାନ କରିବା —୩୧. To take a bath in any sacred water.
୩୨. ଜଳର ଗଭୀରତା ମଧ୍ୟରେ (ମନୁଷ୍ୟର, ଯଷ୍ଟିର ବା ଅନ୍ୟଜୀବର) ସମୁଦାୟ ଉଚ୍ଚତା ନିମଜ୍ଜିତ ହେବା; କୌଣସି ସ୍ଥାନର ଜଳର ଗଭୀରତା ଅପେକ୍ଷା ଉଚ୍ଚତାରେ କମ୍ ହେବା —୩୨. To sink.

(ଯଥା— ଏ କୂଅରେ ୧ ହାତର ଲାଗି ବୁଡ଼ିଗଲା ମହା— ନଦୀର ପାଣିରେ ହାତୀ ବୁଡ଼ିଯିବ)

[ଦ୍ରଷ୍ଟବ୍ୟ —ଏହି କ୍ରିୟାର ଅସମାପିକାରୂପେ ସଙ୍ଗେ ଯିବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ; ବୁଡ଼ିଯିବ]