ପଣା
Appearance
ପଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରପାନକ)
[ସମ୍ପାଦନା]- ୧. ଗୁଡ଼ ବା ନବାତ ମିଶ୍ରିତ ପାନୀୟ; ସରବତ୍ — ୧. Sherbat; syrup; solution of sugar.
ଏହା କହି ପଣା ପଇଡ଼ ନାନା ଖଜା ଖୁଆଇଲା ହରି ନେବାରୁ ତାଙ୍କ ମଜ୍ଜା—କୃଷ୍ଣସିଂହ. ମହାଭାରତ. ବନ
[ଅନେକ ପ୍ରକାରର ପଣା ହୁଏ; ଯଥା— ଛେନାପଣା, ଗୁଡ଼ପଣା, କନ୍ଦପଣା, ଚିନିପଣା, ପଇଡ଼ପଣା, ଦୁଧ ପଣା ଇତ୍ୟାଦି ଜଗନ୍ନାଥଙ୍କ ଭୋଗ ହେବା ପ୍ରପାନକକୁ ଅଧରପଣା କହନ୍ତି]
- ୨. ପେୟ ଦ୍ରବ୍ୟ —୨. A drink.
- ୩. ପଣିବା (ଦେଖ) - —୩. Paṇibā (See)
- ୪. ପଣା ସଂକ୍ରାନ୍ତି (ଦେଖ) - — ୪. Paṇā saṁkrānti (See)
ପଣା! ଆମ୍ୱ ପାଚେ ବଶା ଢଗ
ଦେଶଜ - ବିଶେଷଣ -
[ସମ୍ପାଦନା]କୁଟିବା ନିମନ୍ତେ ଢିଙ୍କିମୁଣ୍ଡା ଗାତରେ ଭରା ହୋଇଥିବା —Filled in the pounding receptacle of a Ḍhiṅki.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଆଖୁ ଦୋରୁଅ — Juice pressed from sugarcane.