ବ୍ୟବହାରକାରୀ:Psubhashish/Kathabhidhana
ଦେଖଣା
କଥାଭିଧାନ ଓଡ଼ିଆ ଶବ୍ଦସବୁକୁ ରେକର୍ଡ଼ କରିବା ପାଇଁ ଏକ ଟୁଲ । ଏହା ଅଧୁନା କେବଳ ଲିନକ୍ସ ଓ ମ୍ୟାକରେ କାମ କରେ । ଏହା ଏକ କମାଣ୍ଡ-ଲାଇନ ଟୁଲ ଅର୍ଥାତ ଆପଣଙ୍କ କମ୍ପୁଟର ଟର୍ମିନାଲରେ କିଛି ଲେଖି ଏହାକୁ ଚଳାଇବାକୁ ପଡ଼ିବ । ତଳେ ସେ ବାବଦରେ ସବିଶେଷ ପଢ଼ିପାରିବେ ।
ଦରକାରୀ ଲିଙ୍କ
[ସମ୍ପାଦନା]ଆବଶ୍ୟକୀୟ ଉପକରଣ
[ସମ୍ପାଦନା]- ଏକ ଲିନକ୍ସ କିମ୍ବା ମ୍ୟାକ କମ୍ପୁଟର
- କଥାଭିଧାନ ଟୁଲ (Microsoft Windows ବ୍ୟବହାରକାରୀମାନେ Pronuncify ନାମକ ଏହି ଟୁଲଟି ବ୍ୟବହାର କରିପାରିବେ)
- ଏକ ଭଲ ମାଇକ୍ରୋଫୋନ (କମ୍ପୁଟରର ମାଇକ୍ରୋଫୋନରେ ସ୍ପଷ୍ଟ ରେକର୍ଡ଼ିଂ ହେଉଥିଲେ ବି ଚଳିବ)
- ଏକ ପପ-ଫିଲଟର (ଏହା ବଜାରରୁ କିଣି ପାରିବେ କିମ୍ବା ଏକ ପତଳା ଲୁଗା ନିଜ ମୁହଁ ଓ ମାଇକ୍ରୋଫୋନ ଭିତରେ ବାନ୍ଧି ରେକର୍ଡ଼ିଂ କରିପାରିବେ - ଡାହାଣ ପଟେ ଛବିଟି ଦେଖନ୍ତୁ)
ଭଲ ମାନର ରେକର୍ଡ଼ିଂ ପାଇଁ କିଛି ଜାଣିବା କଥା
[ସମ୍ପାଦନା]-
ପାରିଲେ ଏକ ପପ-ଫିଲଟର କିଣି ଆପଣଙ୍କ ଆଉ ମାଇକ୍ରୋଫୋନ ଭିତରେ ଲଗାନ୍ତୁ
-
ପପ-ଫିଲଟର ନ ଥିଲେ ଆପଣଙ୍କ ସମ୍ମୁଖରେ ଏକ ପତଳା କପଡ଼ା ବାନ୍ଧି ରେକର୍ଡ଼ିଂ କରନ୍ତୁ
- ଏକ ନିବୁଜ ଘରେ ରେକର୍ଡ଼ିଂ କରନ୍ତୁ । ଘରର ଝରକା କବାଟ ଆଦି ବନ୍ଦ ହୋଇଥିବ ଆଉ ପାରିଲେ ଝରକା ଫାଙ୍କରେ ସ୍ପଞ୍ଜ ଦେଇ ତାକୁ ଆହୁରି ନିବୁଜ କରନ୍ତୁ । ଘରଟି ଯେତେ ନିବୁଜ ହେବ ସେତେ ଭଲ ।
- ଘରର ପୂରା କୋଣରେ କି ପୂରା ମଝିରେ ରେକର୍ଡ଼ିଂ କରିବେ ନାହିଁ ବରଂ ଘରର ମଝି ଓ କୋଣ ଭିତରେ ଥିବା ଜାଗାଟିଏ ବାଛି ରେକର୍ଡ଼ିଂ କରିବେ ।
- ଠିଆ ହୋଇ ରେକର୍ଡ଼ିଂ କରିବାକୁ ଚେଷ୍ଟାକରନ୍ତୁ । ବସିକି ରେକର୍ଡ଼ିଂ କଲେ ସ୍ୱର ଭଲ ଶୁଭେ ନାହିଁ ।
- ପାଖରେ କିଛି ଉଷୁମ/ଅଳ୍ପ ଥଣ୍ଡା ପାଣି ରଖିଥିବେ । ରେକର୍ଡ଼ିଂ ମଝିରେ ଟିକେ ଟିକେ ପାଣି ପିଉଥିବେ
- ସିଧା ମାଇକ୍ରୋଫୋନକୁ ମୁହଁ କରି ନ କହି ମାଇକ୍ରୋଫୋନ ଉପରେ କହିବାକୁ ଚେଷ୍ଟା କରନ୍ତୁ । ପ୍ରାୟ ଲାପଟପଗୁଡ଼ିକରେ କିବୋର୍ଡ଼ ପାଖରେ ହିଁ ମାଇକ୍ରୋଫୋନ ଥାଏ ।
- ପ୍ରତିଟି ରେକର୍ଡ଼ିଂ ୪ ସେକେଣ୍ଡ ଭିତରେ । ତେଣୁ ସେଇ ୪ ସେକେଣ୍ଡ ଜୋରରେ ନିଶ୍ୱାସ ନେବେନାହିଁ ।
- ହାତରେ ଚୁଡ଼ି ବା ସେହିଭଳି ଆଉ କିଛି ଶବ୍ଦ କଲାଭଳି ଗହଣା ଥିଲେ ତାକୁ କାଢ଼ିଦେଇ ରେକର୍ଡ଼ିଂ କରିବେ
କିପରି କମନ୍ସରେ ଏକାଥରେ ୫୦ଟି ଲେଖାଏ ଶବ୍ଦର ରେକର୍ଡ଼ିଂ ଅପଲୋଡ଼ କରିବେ?
[ସମ୍ପାଦନା]- ଏହି ଲିଙ୍କରେ ଯାଇ ଆଗେ ଲଗ ଇନ କରନ୍ତୁ ଓ ତା'ପରେ
Select media files to share
ଉପରେ କ୍ଲିକ କରନ୍ତୁ - କ୍ଲିକ କରିବା ପରେ ଆପଣଙ୍କ କମ୍ପୁଟରରେ ସାଇତା ହୋଇଥିବା ରେକର୍ଡ଼ିଂ ଫାଇଲସବୁ ଉପରେ କ୍ଲିକ କରନ୍ତୁ । ଏକସଙ୍ଗେ ୫୦ଟି ଫାଇଲ ବାଛି ପାରିବେ । ଥରକେ ୫୦ଟି ଫାଇଲ ବାଛିବା ପାଇଁ
CTRL
କିମ୍ବାSHIFT
ଚାପିଧରି ବାଛିବେ । Continue
- This file is not my own work.
- Source ଘରେ {{own}} ଓ Author(s) ଘରେ [[User:USERNAME|NAME]]। USERNAME ବୋଇଲେ ଆପଣଙ୍କ ବ୍ୟବହାରକାରୀ ନାମ । ଲଗ ଇନ କରିଥିଲେ ଉପରେ ଡାହାଣପଟେ ଦେଖିପାରିବେ । NAME ଆପଣଙ୍କ ପ୍ରକୃତ ନାମ । ପ୍ରକୃତ ନାମଟି ଗୋପନ ରଖିବାକୁ ଚାହୁଁଥିଲେ କେବଳ [[User:USERNAME]] ଲେଖନ୍ତୁ ।
- Next
- ଏବେ ପ୍ରତିଟି ଫାଇଲରେ ନାମ ଜାଗାରେ କେବଳ ଶବ୍ଦଟିଏ ଥିବ । ତା' ଆଗରୁ Pronunciation of Odia word " ଓ ଶେଷରେ " ଦେବେ । ଅର୍ଥାତ ନାମଟି ଏମିତି ଦିଶିବ: Pronunciation of Odia word "ଘଅଡ଼ିବା"
- Description ରେ {{Kathabhidhana}} ଟାଇପ କରି Date work was created or first published ରେ ରେକର୍ଡ଼ିଂ କରିଥିବା ତାରିଖ ଦେବେ
- Copy information to all uploads following... ରେ କ୍ଲିକ କରି Copy title (with automatic numbering) କୁ ଛାଡ଼ି ବାକି ସବୁଥିରେ ଚେକ କରିବେ । ଏବେ Copy ଉପରେ କ୍ଲିକ କରିବେ ।
- ପ୍ରଥମ ଫାଇଲକୁ ଫେରି ଏବେ ତାହାର ନାମକୁ (ଯଥା Pronunciation of Odia word "ଘଅଡ଼ିବା") କପି କରିଆଣି Description ଘରେ ପେଷ୍ଟକରିବେ ।
- ଏହି ଏକା ଭଳି ପ୍ରତିଟି ଫାଇଲର Title ଓ Description ବଦଳାଇଚାଲିବେ
- ସବୁ ସରିଗଲେ ପୃଷ୍ଠାର ତଳେ ଥିବା Next ରେ କ୍ଲିକ କଲେ ରେକର୍ଡ଼ିଂଗୁଡ଼ିକ ଅପଲୋଡ଼ ହୋଇଯିବ
ରେକର୍ଡ଼ କରିବା ବେଳେ ଶୁଣି ପରଖିବା
[ସମ୍ପାଦନା]ରେକର୍ଡ଼ କରିବା ବେଳେ ଶୁଣି ପରଖିବା ଜରୁରୀ । କାରଣ ରେକର୍ଡ଼ କରୁଥିବା ଶବ୍ଦ ବାଦ ଆଉ କୌଣସି ଅଯଥା ଶବ୍ଦ ରେକର୍ଡ଼ ହେଲେ ଶୁଣିବା ଲୋକକୁ ବୁଝିବାରେ ଅସୁବିଧା ହେବ । ତେବେ ରେକର୍ଡ଼ କରି ଶୁଣିବା ଆଗରୁ ଆପଣଙ୍କୁ ଆଉ କିଛି କାମ କରିବାକୁ ହେବ ।
ଆପଣଙ୍କ ଲିନକ୍ସ/ମ୍ୟାକ ଟର୍ମିନାଲରେ ତଳ କମାଣ୍ଡ ରନ କରିବେ । ଏହା କେବଳ ପ୍ରଥମ ଥର ପାଇଁ ଥରୁଟେ କରିବାକୁ ପଡ଼ିବ ।
brew install ogg123
ଥରେ ଏ ଉପର କମାଣ୍ଡ ରନ ହୋଇଗଲା ପରେ ୨ୟ ଥରଠୁ ଆପଣଙ୍କୁ ଟର୍ମିନାଲରେ ପ୍ରଶ୍ନଟିଏ ଦିଶିବ:
Do you want to hear what you just recorded? Y/N
ଆପଣ ଶୁଣିବା ପାଇଁ Y ଆଉ ନାହିଁ ପର ଶବ୍ଦକୁ ଯିବା ପାଇଁ N ଟାଇପ କରି ଜବାବ ଦେଇପାରିବେ ।
ଖବରରେ
[ସମ୍ପାଦନା]- Rezwan. "A New Audio Uploading Tool for Crowdsourced Wiktionary Project in Odia Language". Global Voices (February 13, 2017)