ବ୍ୟବହାରକାରୀ:Psubhashish/Kathabhidhana

ଉଇକିଅଭିଧାନ‌ରୁ

କଥାଭିଧାନ ଓଡ଼ିଆ ଶବ୍ଦସବୁକୁ ରେକର୍ଡ଼ କରିବା ପାଇଁ ଏକ ଟୁଲ । ଏହା ଅଧୁନା କେବଳ ଲିନକ୍ସ ଓ ମ୍ୟାକରେ କାମ କରେ । ଏହା ଏକ କମାଣ୍ଡ-ଲାଇନ ଟୁଲ ଅର୍ଥାତ ଆପଣଙ୍କ କମ୍ପୁଟର ଟର୍ମିନାଲରେ କିଛି ଲେଖି ଏହାକୁ ଚଳାଇବାକୁ ପଡ଼ିବ । ତଳେ ସେ ବାବଦରେ ସବିଶେଷ ପଢ଼ିପାରିବେ ।

ଦରକାରୀ ଲିଙ୍କ[ସମ୍ପାଦନା]

ଆବଶ୍ୟକୀୟ ଉପକରଣ[ସମ୍ପାଦନା]

  • ଏକ ଲିନକ୍ସ କିମ୍ବା ମ୍ୟାକ କମ୍ପୁଟର
  • କଥାଭିଧାନ ଟୁଲ (Microsoft Windows ବ୍ୟବହାରକାରୀମାନେ Pronuncify ନାମକ ଏହି ଟୁଲଟି ବ୍ୟବହାର କରିପାରିବେ)
  • ଏକ ଭଲ ମାଇକ୍ରୋଫୋନ (କମ୍ପୁଟରର ମାଇକ୍ରୋଫୋନରେ ସ୍ପଷ୍ଟ ରେକର୍ଡ଼ିଂ ହେଉଥିଲେ ବି ଚଳିବ)
  • ଏକ ପପ-ଫିଲଟର (ଏହା ବଜାରରୁ କିଣି ପାରିବେ କିମ୍ବା ଏକ ପତଳା ଲୁଗା ନିଜ ମୁହଁ ଓ ମାଇକ୍ରୋଫୋନ ଭିତରେ ବାନ୍ଧି ରେକର୍ଡ଼ିଂ କରିପାରିବେ - ଡାହାଣ ପଟେ ଛବିଟି ଦେଖନ୍ତୁ)

ଭଲ ମାନର ରେକର୍ଡ଼ିଂ ପାଇଁ କିଛି ଜାଣିବା କଥା[ସମ୍ପାଦନା]

  • ଏକ ନିବୁଜ ଘରେ ରେକର୍ଡ଼ିଂ କରନ୍ତୁ । ଘରର ଝରକା କବାଟ ଆଦି ବନ୍ଦ ହୋଇଥିବ ଆଉ ପାରିଲେ ଝରକା ଫାଙ୍କରେ ସ୍ପଞ୍ଜ ଦେଇ ତାକୁ ଆହୁରି ନିବୁଜ କରନ୍ତୁ । ଘରଟି ଯେତେ ନିବୁଜ ହେବ ସେତେ ଭଲ ।
  • ଘରର ପୂରା କୋଣରେ କି ପୂରା ମଝିରେ ରେକର୍ଡ଼ିଂ କରିବେ ନାହିଁ ବରଂ ଘରର ମଝି ଓ କୋଣ ଭିତରେ ଥିବା ଜାଗାଟିଏ ବାଛି ରେକର୍ଡ଼ିଂ କରିବେ ।
  • ଠିଆ ହୋଇ ରେକର୍ଡ଼ିଂ କରିବାକୁ ଚେଷ୍ଟାକରନ୍ତୁ । ବସିକି ରେକର୍ଡ଼ିଂ କଲେ ସ୍ୱର ଭଲ ଶୁଭେ ନାହିଁ ।
  • ପାଖରେ କିଛି ଉଷୁମ/ଅଳ୍ପ ଥଣ୍ଡା ପାଣି ରଖିଥିବେ । ରେକର୍ଡ଼ିଂ ମଝିରେ ଟିକେ ଟିକେ ପାଣି ପିଉଥିବେ
  • ସିଧା ମାଇକ୍ରୋଫୋନକୁ ମୁହଁ କରି ନ କହି ମାଇକ୍ରୋଫୋନ ଉପରେ କହିବାକୁ ଚେଷ୍ଟା କରନ୍ତୁ । ପ୍ରାୟ ଲାପଟପଗୁଡ଼ିକରେ କିବୋର୍ଡ଼ ପାଖରେ ହିଁ ମାଇକ୍ରୋଫୋନ ଥାଏ ।
  • ପ୍ରତିଟି ରେକର୍ଡ଼ିଂ ୪ ସେକେଣ୍ଡ ଭିତରେ । ତେଣୁ ସେଇ ୪ ସେକେଣ୍ଡ ଜୋରରେ ନିଶ୍ୱାସ ନେବେନାହିଁ ।
  • ହାତରେ ଚୁଡ଼ି ବା ସେହିଭଳି ଆଉ କିଛି ଶବ୍ଦ କଲାଭଳି ଗହଣା ଥିଲେ ତାକୁ କାଢ଼ିଦେଇ ରେକର୍ଡ଼ିଂ କରିବେ

କିପରି କମନ୍ସରେ ଏକାଥରେ ୫୦ଟି ଲେଖାଏ ଶବ୍ଦର ରେକର୍ଡ଼ିଂ ଅପଲୋଡ଼ କରିବେ?[ସମ୍ପାଦନା]

ରେକର୍ଡ଼ିଂ ଅପଲୋଡ଼ କଲାବେଳେ ନାମ, ବର୍ଣ୍ଣନା, ଶ୍ରେଣୀ ଆଦି କେଉଁଭଳି ଲେଖିବେ ।
  1. ଏହି ଲିଙ୍କରେ ଯାଇ ଆଗେ ଲଗ ଇନ କରନ୍ତୁ ଓ ତା'ପରେ Select media files to share ଉପରେ କ୍ଲିକ କରନ୍ତୁ
  2. କ୍ଲିକ କରିବା ପରେ ଆପଣଙ୍କ କମ୍ପୁଟରରେ ସାଇତା ହୋଇଥିବା ରେକର୍ଡ଼ିଂ ଫାଇଲସବୁ ଉପରେ କ୍ଲିକ କରନ୍ତୁ । ଏକସଙ୍ଗେ ୫୦ଟି ଫାଇଲ ବାଛି ପାରିବେ । ଥରକେ ୫୦ଟି ଫାଇଲ ବାଛିବା ପାଇଁ CTRL କିମ୍ବା SHIFT ଚାପିଧରି ବାଛିବେ ।
  3. Continue
  4. This file is not my own work.
  5. Source ଘରେ {{own}} ଓ Author(s) ଘରେ [[User:USERNAME|NAME]]। USERNAME ବୋଇଲେ ଆପଣଙ୍କ ବ୍ୟବହାରକାରୀ ନାମ । ଲଗ ଇନ କରିଥିଲେ ଉପରେ ଡାହାଣପଟେ ଦେଖିପାରିବେ । NAME ଆପଣଙ୍କ ପ୍ରକୃତ ନାମ । ପ୍ରକୃତ ନାମଟି ଗୋପନ ରଖିବାକୁ ଚାହୁଁଥିଲେ କେବଳ [[User:USERNAME]] ଲେଖନ୍ତୁ ।
  6. Next
  7. ଏବେ ପ୍ରତିଟି ଫାଇଲରେ ନାମ ଜାଗାରେ କେବଳ ଶବ୍ଦଟିଏ ଥିବ । ତା' ଆଗରୁ Pronunciation of Odia word " ଓ ଶେଷରେ " ଦେବେ । ଅର୍ଥାତ ନାମଟି ଏମିତି ଦିଶିବ: Pronunciation of Odia word "ଘଅଡ଼ିବା"
  8. Description ରେ {{Kathabhidhana}} ଟାଇପ କରି Date work was created or first published ରେ ରେକର୍ଡ଼ିଂ କରିଥିବା ତାରିଖ ଦେବେ
  9. Copy information to all uploads following... ରେ କ୍ଲିକ କରି Copy title (with automatic numbering) କୁ ଛାଡ଼ି ବାକି ସବୁଥିରେ ଚେକ କରିବେ । ଏବେ Copy ଉପରେ କ୍ଲିକ କରିବେ ।
  10. ପ୍ରଥମ ଫାଇଲକୁ ଫେରି ଏବେ ତାହାର ନାମକୁ (ଯଥା Pronunciation of Odia word "ଘଅଡ଼ିବା") କପି କରିଆଣି Description ଘରେ ପେଷ୍ଟକରିବେ ।
  11. ଏହି ଏକା ଭଳି ପ୍ରତିଟି ଫାଇଲର Title ଓ Description ବଦଳାଇଚାଲିବେ
  12. ସବୁ ସରିଗଲେ ପୃଷ୍ଠାର ତଳେ ଥିବା Next ରେ କ୍ଲିକ କଲେ ରେକର୍ଡ଼ିଂଗୁଡ଼ିକ ଅପଲୋଡ଼ ହୋଇଯିବ

ରେକର୍ଡ଼ କରିବା ବେଳେ ଶୁଣି ପରଖିବା[ସମ୍ପାଦନା]

ରେକର୍ଡ଼ କରିବା ବେଳେ ଶୁଣି ପରଖିବା ଜରୁରୀ । କାରଣ ରେକର୍ଡ଼ କରୁଥିବା ଶବ୍ଦ ବାଦ ଆଉ କୌଣସି ଅଯଥା ଶବ୍ଦ ରେକର୍ଡ଼ ହେଲେ ଶୁଣିବା ଲୋକକୁ ବୁଝିବାରେ ଅସୁବିଧା ହେବ । ତେବେ ରେକର୍ଡ଼ କରି ଶୁଣିବା ଆଗରୁ ଆପଣଙ୍କୁ ଆଉ କିଛି କାମ କରିବାକୁ ହେବ ।

ଆପଣଙ୍କ ଲିନକ୍ସ/ମ୍ୟାକ ଟର୍ମିନାଲରେ ତଳ କମାଣ୍ଡ ରନ କରିବେ । ଏହା କେବଳ ପ୍ରଥମ ଥର ପାଇଁ ଥରୁଟେ କରିବାକୁ ପଡ଼ିବ ।

brew install ogg123

ଥରେ ଏ ଉପର କମାଣ୍ଡ ରନ ହୋଇଗଲା ପରେ ୨ୟ ଥରଠୁ ଆପଣଙ୍କୁ ଟର୍ମିନାଲରେ ପ୍ରଶ୍ନଟିଏ ଦିଶିବ: Do you want to hear what you just recorded? Y/N ଆପଣ ଶୁଣିବା ପାଇଁ Y ଆଉ ନାହିଁ ପର ଶବ୍ଦକୁ ଯିବା ପାଇଁ N ଟାଇପ କରି ଜବାବ ଦେଇପାରିବେ ।

ଖବରରେ[ସମ୍ପାଦନା]