ଚାଳିବା
ଦେଖଣା
ଚାଳିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଚଳାଇବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଚଳ୍ ଧାତୁ ଣିଚ= ଚାଳି ଧାତୁ; 'ଚଳିବା'ର ଣିଜନ୍ତରୂପ)
[ସମ୍ପାଦନା]- ୧. ଚାଳନ କରିବା; ଗତି କରାଇବା — ୧. To move; to set in motion.
ହେ ଜଳଧର, ବିଞ୍ଚଣୀ ପାଦ ମଞ୍ଚାଳି ଚାଳି ଭଞ୍ଜ. ପ୍ରେମସୁଧାନିଧି
- ୨. ଉତ୍ତେଜିତ କରିବା; ଟେହିବା; ମତାଇବା — ୨. To excite; to incite; to instigate.
ଅଳୀକି ଆଳାପି ଚାଳି ଦେଉଥିଲା ପ୍ରତିପଦାରେ କେଳିତିପତିକି— କବିସୂର୍ଯ୍ୟ. ସଙ୍ଗୀତ
- ୩. ଆନ୍ଦୋଳିତ କରିବା —୩. To stir up; to agitate.
- ୪. ରଗାଇବା; ଚିଡ଼ାଇବା — ୪. To make angry; to irritate.
ଏତେ ଅନୀତି ଆଚିରିଲେ ନିର୍ଗୁଣ ମୁନିଙ୍କି ଚାଳିଲେ— ଜଗନ୍ନାଥ. ଭାଗବତ
- ୫. (ବିବାହିତ କାର୍ଯ୍ୟ) ସମ୍ପନ୍ନ ହେବା ବିଷୟରେ ସାହାର୍ଯ୍ୟ କରିବା —୫. To help some one in accomplishing a work.
- ୬. (ମୁଣ୍ଡ. ହାତ, ଯଷ୍ଟି) ହଲାଇବା —୬. To shake from one side to another; to brandish.
- ୭. ଅଭାବ ବା ଗରଜ ପୂରଣ କରିବା; ଆବଶ୍ୟକ ପଡ଼ିବା ବେଳେ ସାହାର୍ଯ୍ୟ କରିବା —୭. To help a person in need.
- ୮. ସ୍ଥାନାନ୍ତରିତ କରିବା; ଘୁଞ୍ଚାଇବା — ୮. To remove; to shuffle.
ଉଦ୍ଭବ ହରଷ ବଦନ ବିଚରଣ ଚାଲିଲା ଆସନ— ଜଗନ୍ନାଥ. ଭାଗବତ
- ୯. (ପଶାଖେଳ ଆଦିରେ ସାରକୁ) ଦାନ ପକାଇ ଦାନ ଅନୁସାରେ ଏକ ଘରୁ ଅନ୍ୟ ଘରକୁ ନେବା — ୯. To move the chessmen on a chess- board or dice-board from one room to another accoerding to the throw.
- ୧. (ଗାଡ଼ି, ଘୋଡ଼ା ଓ ଯନ୍ତ୍ରାଦି) ଚାଳିତ କରିବା — ୧୦. To conduct or drive (a conveyance or animal).
- ୧୧. (କୌଣସି ସମ୍ୱାଦ) ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା —୧୧. To circulate (some news).
ଚଳାଇ ଯେବେ ମୁଁ ଶୁଭ ସନ୍ଦେଶ—କବିସୂର୍ଯ୍ୟ. କବିତା
- ୧୨. ମନ୍ତ୍ରଯନ୍ତ୍ରଦ୍ୱାରା କୌଣସି ବ୍ୟକ୍ତିକୁ ଉନ୍ନତ୍ତ କରିବା — ୧୨. To madden or excite a person by the use of charms.
- ୧୩. (ସାପକୁ) ଖେଳାଇବା; ସାପର ଦେହରେ ହାତ ମାରି ଓ ପଦ୍ମତୋଳା ବୋଲି ତାକୁ ଗତିବିଶିଷ୍ଟ କରିବା — ୧୩. To cause a snake to move by exciting it.
ଖଳିବାର ନୋହି କଳା ନାଗକୁ ଚାଳିଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଗୀତ