Jump to content

ଚାଳିବା

ଉଇକିଅଭିଧାନ‌ରୁ

ଚାଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଚଳାଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚଳ୍ ଧାତୁ ଣିଚ= ଚାଳି ଧାତୁ; 'ଚଳିବା'ର ଣିଜନ୍ତରୂପ)[ସମ୍ପାଦନା]

୧. ଚାଳନ କରିବା; ଗତି କରାଇବା — ୧. To move; to set in motion.

ହେ ଜଳଧର, ବିଞ୍ଚଣୀ ପାଦ ମଞ୍ଚାଳି ଚାଳି ଭଞ୍ଜ. ପ୍ରେମସୁଧାନିଧି

୨. ଉତ୍ତେଜିତ କରିବା; ଟେହିବା; ମତାଇବା — ୨. To excite; to incite; to instigate.

ଅଳୀକି ଆଳାପି ଚାଳି ଦେଉଥିଲା ପ୍ରତିପଦାରେ କେଳିତିପତିକି— କବିସୂର୍ଯ୍ୟ. ସଙ୍ଗୀତ

୩. ଆନ୍ଦୋଳିତ କରିବା —୩. To stir up; to agitate.
୪. ରଗାଇବା; ଚିଡ଼ାଇବା — ୪. To make angry; to irritate.

ଏତେ ଅନୀତି ଆଚିରିଲେ ନିର୍ଗୁଣ ମୁନିଙ୍କି ଚାଳିଲେ— ଜଗନ୍ନାଥ. ଭାଗବତ

୫. (ବିବାହିତ କାର୍ଯ୍ୟ) ସମ୍ପନ୍ନ ହେବା ବିଷୟରେ ସାହାର୍ଯ୍ୟ କରିବା —୫. To help some one in accomplishing a work.
୬. (ମୁଣ୍ଡ. ହାତ, ଯଷ୍ଟି) ହଲାଇବା —୬. To shake from one side to another; to brandish.
୭. ଅଭାବ ବା ଗରଜ ପୂରଣ କରିବା; ଆବଶ୍ୟକ ପଡ଼ିବା ବେଳେ ସାହାର୍ଯ୍ୟ କରିବା —୭. To help a person in need.
୮. ସ୍ଥାନାନ୍ତରିତ କରିବା; ଘୁଞ୍ଚାଇବା — ୮. To remove; to shuffle.

ଉଦ୍ଭବ ହରଷ ବଦନ ବିଚରଣ ଚାଲିଲା ଆସନ— ଜଗନ୍ନାଥ. ଭାଗବତ

୯. (ପଶାଖେଳ ଆଦିରେ ସାରକୁ) ଦାନ ପକାଇ ଦାନ ଅନୁସାରେ ଏକ ଘରୁ ଅନ୍ୟ ଘରକୁ ନେବା — ୯. To move the chessmen on a chess- board or dice-board from one room to another accoerding to the throw.
୧. (ଗାଡ଼ି, ଘୋଡ଼ା ଓ ଯନ୍ତ୍ରାଦି) ଚାଳିତ କରିବା — ୧୦. To conduct or drive (a conveyance or animal).
୧୧. (କୌଣସି ସମ୍ୱାଦ) ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ପଠାଇବା —୧୧. To circulate (some news).

ଚଳାଇ ଯେବେ ମୁଁ ଶୁଭ ସନ୍ଦେଶ—କବିସୂର୍ଯ୍ୟ. କବିତା

୧୨. ମନ୍ତ୍ରଯନ୍ତ୍ରଦ୍ୱାରା କୌଣସି ବ୍ୟକ୍ତିକୁ ଉନ୍ନତ୍ତ କରିବା — ୧୨. To madden or excite a person by the use of charms.
୧୩. (ସାପକୁ) ଖେଳାଇବା; ସାପର ଦେହରେ ହାତ ମାରି ଓ ପଦ୍ମତୋଳା ବୋଲି ତାକୁ ଗତିବିଶିଷ୍ଟ କରିବା — ୧୩. To cause a snake to move by exciting it.

ଖଳିବାର ନୋହି କଳା ନାଗକୁ ଚାଳିଲୁ ରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ. ଗୀତ