ଅଂଶ

ଉଇକିଅଭିଧାନ‌ରୁ
(file)

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • କୌଣସି ପଦର୍ଥର ଭାଗ ବା ଖଣ୍ଡ
  • ବିଭାଗ; ବଣ୍ଟନ; ବାଣ୍ଟ
  • ଦେଶର ଅଞ୍ଚଳ ବା ସ୍ଥାନ
  • କୌଣସି ଦେବତାଙ୍କ ଅବତାର
  • ଭଗ୍ନାଶ
  • ଭଗ୍ନାଶର ହର
  • ପୃଥିବୀଗୋଲକର ପରିଧିର ୩୬୦ ଭଗରୁ ଏକଭାଗ
  • ଦ୍ରାଘିମା ବା ଅକ୍ଷାଂଶର ଏକ ଭାଗ; ଡିଗ୍ରୀ
  • ସମକୋଣର ୯୦ ଭାଗରୁ ଏକ୍ ଭାଗ; ଡିଗ୍ରୀ
  • କୌଣସି ବସ୍ତୁର ବାକି ରହିଯାଇଥିବା ଭାଗ
  • ରାଶିଚକ୍ରର ୩୦ ଭାଗରୁ ଏକ୍ ଭାଗ
  • ବିଷୟ; ପ୍ରସଙ୍ଗ
  • ଜୁଆରେ ବନ୍ଧା ଯିବା ହୁଡ; ବାଜି
  • ଅଂସ; ସ୍କନ୍ଧ; କାନ୍ଧ
  • ବଇନା
  • ବଣ୍ଟରାରେ ଜଣକ ଭାଗରେ ପଡିବା ହିଁସା
  • ପକ୍ଷ; ଦଳ
  • ଦିନ; ଦିବସ
  • ଆଦିତ୍ୟ ବିଶେଷ
  • ବଡ ରାଶିକୁ ସାନ ରାଶିଦ୍ଵାରା ହରଣ କଲେ ବାକି ରହିଯିବା ସଂଖ୍ୟା; ଭାଗଶେଷ
  • ତାପମାନ ଯନ୍ତ୍ରଦ୍ଵାରା ଚିହ୍ନିତ କୌଣସି ପଦିର୍ଥର ଉଷ୍ଣତା ପରିମାଣର ଏକ୍ ଭାଗ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଦେବତାଙ୍କର କଳା, ଯାହା ଧାରଣ କରି ମହାପୁରୁଷମାନେ ଜନ୍ମନ୍ତି
  • ଅପତ୍ୟ; ସନ୍ତାନ; ସନ୍ତତି
  • ପିତୃତ୍ଵ; ଜନକତ୍ଵ; ଉରସ; ବୀର୍ଯ୍ୟ
  • ଔରସ; ପିତାଙ୍କ ବୀର୍ଯ୍ୟରୁ ଜାତ ବ୍ୟକ୍ତି
  • କୌଣସି ବଂଶରୁ ବଞ୍ଚି ରହିବା ବଂଶଧର
  • ଆଂସ, କୋଣ
  • ରକ୍ତସମ୍ପର୍କୀୟ ବା ଲଗ୍ନିକ ବ୍ୟକ୍ତି
  • ଦେହର ଅଙ୍ଗ; ଅବୟବ
  • କୌଣସି ଯନ୍ତ୍ରର ଅଙ୍ଗ

ବିଶେଷଣ (ଦେଶଜ)[ସମ୍ପାଦନା]

  • ଔରସଜାତ; ବୀର୍ଯ୍ୟଜାତ