ଗଉଡ଼

ଉଇକିଅଭିଧାନ‌ରୁ

ଗଉଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗଉଡ଼ଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ଗୌଡ଼; ଗୋପାଳ; ପ୍ରା. ଗୋବାଳ)[ସମ୍ପାଦନା]

୧. ଗୌଡ଼ (ଦେଖ) - ୧. Gāūṟḍ̠a (See)
୨. ଓଡ଼ିଶାର ଗୋପାଳ ଜାତି — ୨. The Cow-herd caste of orissa.

[ଦ୍ରଷ୍ଟବ୍ୟ —ଏମାନେ ଗୋପାଳକ; ଏମାନେ ଦହି ଦୁଧ ବିକନ୍ତି କଟକ ଜିଲ୍ଲାର ନେମାଳ ମଠର ଅଚ୍ୟୁତାନନ୍ଦ ଦାସ ଗୋସେଇଁଙ୍କ ଗାଦିର ମହନ୍ତ ପୁରୁଷାନୁକ୍ରମେ ଓଡ଼ିଶାର ଗଉଡ଼- ମାନଙ୍କର ଗୁରୁ ଗଉଡ଼ମାନେ ପ୍ରାଚୀନ ବୈଶ୍ୟଜାତୀୟ ବୋଲି ପଣ୍ଡିତମାନେ ମତ ପ୍ରକାଶ କରିଅଛନ୍ତି ମାତ୍ର ଏ ମାନେ ଭାରତ ର ନାନା ଅଞ୍ଛଳ ରେ ଶାସନ କରୁଥିବାର ଇତିହାସ ରୁ ଜାଣିବା କୁ ମିଲେ ଦେବଗିରି ର ରାଜା ମାନେ ୟାଦବ ଗୋପାଳକ ଥିଲେ, ରେୱାଡୈ(ହରିୟାଣା)ର ରାଜା ମାନେ ମଧ୍ୟ ଗୋପାଳକ ଜାତି ର ଥିଲେ । ଶ୍ରୀକୃଷ୍ଣ ଏମାନଙ୍କର ଆରାଧ୍ୟ ଏମାନେ ଦୁଇ ଶ୍ରେଣୀୟ; ଯଥା—ମଥୁରାପୁରିଆ ଓ ଗୋପପୁରିଆ ଦୋଳପୂର୍ଣିମା ଏମାନଙ୍କର ପ୍ରଧାନ ପର୍ବ ଦୋଳପୂର୍ଣିମା ଦିନ ଏମାନେ ଗାଈ ବନ୍ଦାନ୍ତି ଓ ନଉଡ଼ି ଖେଳ କରନ୍ତି ଓ ଶ୍ରୀକୃଷ୍ଣ ଚରିତବିଷୟକ ଗୀତ ବା ଉଗାଳ ବୋଲନ୍ତି ଏହାଙ୍କ ବଂଶରେ ଶ୍ରୀକୃଷ୍ଣ ଜନ୍ମ ହୋଇ- ଥିଲେ ବୋଲି ଏମାନେ କହନ୍ତି ସମ୍ୱଲପୁରରେ ଗଉଡ଼ମାନଙ୍କର ନିମ୍ନଲିଖିତ ଶ୍ରେଣୀ ଦେଖାଯାଏ, ଯଥା—ମଗଧା, ଝାଡ଼ୁଆ,ନନ୍ଦ, ଖଣ୍ଡିଆ, ଯାଚକ, ଡ଼ୁମାଳ, ଅବାବ, ଖଣ୍ଡ ଏବଂ ଏହି ଶ୍ରେଣୀମାନଙ୍କ ମଧ୍ୟରେ ନାନା ବର୍ଗ ବା ଉପଶ୍ରେଣୀ ମଧ୍ୟ ଅଛି ]