ଗଣ୍ଡ

ଉଇକିଅଭିଧାନ‌ରୁ

ଗଣ୍ଡ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗଣ୍ଡ୍ ଧାତୁ=ମୁହଁର ଏକଆଡ଼େ ହେବା+କର୍ତ୍ତୃ. ଅ)[ସମ୍ପାଦନା]

୧. କପୋଳ; ଗାଲ; ମୁଖର ଗୋଟିଏ ପାଖ — ୧. Cheek; side of the face.
୨. ଗଜକୁମ୍ଭ; ହାତୀକପୋଳ ବା ଗାଲ — ୨. The cheek or temple of the elephant.
୩. ଘୋଡ଼ାର ଗଣ୍ଡ ଦେଶର ସାଜ; ଅଶ୍ୱ ଭୁଷଣ — ୩. An ornament for the cheek of a horse.
୪. ଗଣ୍ଡା ଜନ୍ତୁ —୪. Rhinoceros.
୫. ବୀର; ଯୋଦ୍ଧା —୫. A hero; warrior.
୬. ଚିହ୍ନ; ଦାଗ —୬. A mark; spot.
୭. ଘୋଡ଼ାର ଲଗାମରେ ବସାଯାଇଥିବା ଗୋବ — ୭. A stud or button fixed on a harness.
୮. ଭୁଣ୍ଡି —୮. Knob; knuckle.
୯. ମୁତ୍ରାଶୟ —୯. The bladder.
୧୦. ଗଳଗଣ୍ଡ —୧୦. Goitre.
୧୧: ବ୍ରଣ —୧୧. Boil; pimple.
୧୨: ଗିଲଟି; ଦେହର ସନ୍ଧିରେ ଥିବା ଗ୍ରନ୍ଥି —୧୨. Gland.
୧୩: ଗଣ୍ଠି; ଯୋଡ଼ଜାଗା —୧୩. Knot; joint.
୧୪: ଆବୁ —୧୪. Tumour.
୧୫: ବୁଦ୍ୱୁଦ୍; ପାଣିଫୋଟକା —୧୫. A bubble.
୧୬: ଜ୍ୟୋତିଷୋକ୍ତ ୨୭:ଟି ଯୋଗ ମଧ୍ୟରେ ୧ମ ଯୋଗ (ଏହା ମନ୍ଦ ଅଟେ) —୧୬. The ୧୦th of the ୨୭ combinations in Hindu astrology.
୧୭: ଗଣ୍ଡଦୋଷ (ଦେଖ) - ୧୭. Gaṇḍadosa (See)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଭୀର ଜଳଥିବା ସ୍ଥାନ — ୧. Place of deep water.

ସପ୍ତକ୍ରୋଶୀ ଗଣ୍ଡ ଭାଜେ ଶୈଳ କୁଞ୍ଜେ ରାଧାନାଥ. ନନ୍ଦିକେଶରୀ

୨. ଖାଲୁଆ ସ୍ଥାନ; ବିବର —୨. Cleft.

ନୀଳ ଗଣ୍ଡ ଯାର ଗଭୀର ବିବର ଫଶୀପତି ଫଣାମଶିରେ ଭସ୍କର ରାଧାନାଥ. ଚିଲିକା

୩. ମୃର୍ଖ; ନିର୍ବୋଧ (ବ୍ୟକ୍ତି) —୩. Fool.
୪. ଭବିଷ୍ୟତରେ ବଡ଼ ଫଳରେ ପରିଣତ ହେବା ଭଳି ପଣସ କଠା —୪. Small fruits of jack which in time develop into big fruits.

[ଦ୍ରଷ୍ଟବ୍ୟ —ପଣସ କଶି ଦୁଇ ପ୍ରକାର, ଯଥା—ବଉଳ ଓ ଗଣ୍ଡ; ଯେଉଁଗୁଡ଼ିକ ଭବିଷ୍ୟତରେ ବଡ଼ ବଡ଼ ପଣସରେ ପରିଣତ ହୁଏ ତାହାକୁ ଗଣ୍ଡ କହନ୍ତି ଓ ଯେ କଷି ଅବସ୍ଥାରେ ଝଡ଼ିପଡ଼େ ତାହାକୁ ବଉଳ କହନ୍ତି]

୫. ଗୋଟିଏ ଗଛର ଶାଖାକୁ ନୂଆଁଇ ମାଟିରେ ପୋତି ସେ ଶାଖାରେ ନୂତନ ଚେର ଲାଗି ଗଲେ ତାକୁ ଅସଲ ଗଛ ଦେହରୁ କାଟି ନୂତନ ଗଛ ଜନ୍ମାଇବାର ପ୍ରଣାଳୀ — ୫. Mode of grafting trees.
୬. କଲମ ହୋଇଥିବା ଗଛ —୬. A graft.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ପ୍ରଧାନ —୧. Chief.
୨. ବଡ଼ —୨. Big; large.
୩. ଗଭୀର ଜଳଯୁକ୍ତ — ୩. With deep water; unfathomable.
୪. ଖାଲୁଆ —୪. Deep; low.

ପ୍ରାଦେଶିକ - (ସମ୍ୱଲପୁର ଓ ବସ୍ତର)[ସମ୍ପାଦନା]

ଅନାର୍ଯ୍ୟ ଜାତିବିଶେଷ — A high class of Non-Ariyans in Bastar and Sambalpur.

[ଦ୍ରଷ୍ଟବ୍ୟ —ଏମାନେ ଦୁଇ ଶ୍ରେଣୀର, ଯଥା—୧—ଉଚ୍ଚତର ବା ରାଜଗଣ୍ଡ ୨—ନିମ୍ନତର ବା ଧୁର୍ଗଣ୍ଡ (ସଂସ୍କୃତ - ଧୁର= ଭାର ଗଣ୍ଡ ଜାତିର କଥିତ ଭାଷାକୁ ଗଣ୍ଡୀ ବୋଲାଯାଏ ଏମାନେ ଆପଣାକୁ 'କୋଇ' ବୋଲି କହନ୍ତି ଗଣ୍ଡମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ବାସ ସ୍ଥାନର ନିକଟବର୍ତ୍ତୀ ଆର୍ଯ୍ୟ ଭାଷା କହିବାକୁ ଅନୁକରଣ କଲେଣି ଓଡ଼ିଶା ଗଡଜାତର ଗଣ୍ଡଜାତର ଗଣ୍ଡମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଅଛନ୍ତି ବସ୍ତ୍ରରରେ ପ୍ରାୟ ୮ ଗଣ୍ଡ ଅଛନ୍ତି ଏମାନଙ୍କୁ ମାଡ଼ି ବା ମାଡ଼ିଆ କହନ୍ତି ଏମାନେ ଗଣ୍ଡୀ ଭାଷାର 'ମାଡ଼ିଆ' ନାମକ ଶାଖା 'ପରଜା' ଭାଖାର ବ୍ୟବହାର କରନ୍ତି ଏ ଭାଷା ଲିଖିତ ଭାଷା ନୁହେଁ ତେଣୁ ପାଦ୍ରମାନେ ଏ ଭାଖାରେ ଦେବନାଗରୀ ଅକ୍ଷରରେ ବାଈବଲର ତର୍ଜମା କରାଇ ଅଛନ୍ତି)]