ଗାଇବା

ଉଇକିଅଭିଧାନ‌ରୁ

ଗାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗୈ ଧାତୁ)[ସମ୍ପାଦନା]

୧. ଗାନ କରିବା; ଗୀତ ବୋଲିବା —୧. To sing.

ସଲଜୁ ଗାଏ ନିଲ୍ଲଜ୍ଜ ବାଏ ଅତି ବେହିୟା ନାଚି ନଚି ଯାଏ—ତଗ

୨. ପଦ୍ୟ ଆବୃତ୍ତି କରିବା — ୨. To recite a poem.
୩. ବହଲେଇବା; ବାହୁଲ୍ୟ କରି କହିବା — ୩. To speak extensively or too much.

ଶ୍ୱେତାଙ୍ଗ ଛାମୁର ମିଛ ସତ ଗାଇ—ରାଧାନାଥ. ଦରବାର


୪. ବାରଂବାର କହିବା — ୪. To speak repeatedly.

ପିତୃଦେବ ଅତିଥିଙ୍କି ଯେ ଅନ୍ନ ଦିଏ ତା ପୁଣ୍ୟ ଗାଇଲେ ନ ସରିବ ହେ ରାଏ—କୃଷ୍ଣସିଂହ. ମହାଭାରତ. ଅନୁ

୫. ନାମ ଗାନ କରିବା — ୫. To sing the name of (in respect).

ଦି ହଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାଉ ପଦ ଧ୍ୟୟି—ଜଗନ୍ନାଥ. ଭାଗବତ

[ଦ୍ରଷ୍ଟବ୍ୟ —ଗାଇବା ସଙ୍ଗେ ବଜା (ଜେ) ଇବ ଶଦ୍ଦ ସହଚରରୂପେ ବ୍ୟବହୃତ ହୁଏ]