Jump to content

ଗିଳିବା

ଉଇକିଅଭିଧାନ‌ରୁ

ଗିଳିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗୃ ଧାତୁ)

[ସମ୍ପାଦନା]
୧. ଗ୍ରାସ କରିବା — ୧. To eat; to gobble.
୨. ଗଳାଧଃକରଣ କରିବା — ୨. To gulp; to devour; to swallow.
୩. (ଲକ୍ଷଣାର୍ଥ) ପ୍ରକୃତ ଅର୍ଥ ନ ବୁଝି (ପାଠ) ମୁଖସ୍ତ କରିବା — ୩. To simply get heart (lessons without understanding their meaning)

ଜୀର୍ଣ୍ଣ ଶାସ୍ତ୍ର ତନ୍ତ୍ରମନ୍ତ୍ର ଗିଳି ଅବିଚାରେ ମଧୁସୂଦନ—ଉତ୍କଳଗାଥା

୪. ବିଶେଷ ପରିମାଣରେ ଖାଇବା — ୪. To eat gluttonously.
୫. ଅଭିଭୂତ କରିବା; ଆଚ୍ଛନ୍ନ କରିବା; ଘୋଟିବା — ୫. To over whelm; to pervade.

ଗିଳିଦେଲା ପୂରନ୍ଦର ନୀଳକର କଳିକାମୟ ତିମିର—କବିସୂର୍ଯ୍ୟ. ଚମ୍ପ


୬. (ବ୍ୟଙ୍ଗ୍ୟାର୍ଥ) ଖାଇବା; ଭୋଜନ କରିବା — ୬. To eat.
୭. (ଲକ୍ଷଣାର୍ଥ) ପରାସ୍ତ କରିବା — ୭. (fig. meaning) To overpower.

ଏହିରୂପେ ବିଚାର ବଳି ପଡି ଶୋକ, ଗଳି ଦେଲା ଦମୟନ୍ତଙ୍କର ବିବେକ କୃଷ୍ମସିଂହ. ମହାଭାରତ. ବନ

୮. (ଲକ୍ଷଣାର୍ଥ) ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବା — ୮. To do any work against one's wish.
୯. (ଲକ୍ଷଣାର୍ଥ) ଅନ୍ୟର ଧନ ସମ୍ପତ୍ତିକୁ ତୋଷରଫ୍ ବା ଆତ୍ମସାତ୍ କରିବା —୯. (fig. meaning) To appropriate another's property.
୧. (ଲକ୍ଷଣାର୍ଥ) କୌଣସି ପଦାର୍ଥଠାରୁ ବଳିଯିବା — ୧୯. (fig. use) To excel another.