ଗୟସ

ଉଇକିଅଭିଧାନ‌ରୁ

ଗୟସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ଗୁ, କୁବୋ ତେଲୁଗୁ - ଲତୁଗତୁମ୍ମି ଗଞ୍ଜାମ. ଗଗୈଶ ମ. ତୁମ୍ୱା; କୁମ୍ଭା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଶୀର୍ଷକ)[ସମ୍ପାଦନା]

ପଡ଼ିଆରେ ଓ କ୍ଷେତ୍ରରେ ମନକୁ ଉଠିବା ତୁଳସୀଜାତୀୟ ବର୍ଷାୟୁ କ୍ଷୁପବିଶେଷ — Leucas plant; phlomis Zeylanica.

[ଦ୍ରଷ୍ଟବ୍ୟ —ଏହାର ଫୁଲ ଧଳା, ଛୋଟ, ଏକପାଖୁଡ଼ିଆ ଓ ଅତି କୋମଳ ଏହା କେଣ୍ଡା ଧରି ଫୁଟେ ଫୁଲ ଡଙ୍ଗା ଆକାରରେ ବୋଲି ଏ ଗଛକୁ ଦ୍ରୋଣପୁଷ୍ପ କୁହାଯାଏ ଆଉ ଏକପ୍ରକାର ଫୁଲ ଅଛି ଏହା କଳା ଏ ଫୁଲକୁ ମହାଦେବଙ୍କଠାରେ ଚଢ଼ାଯାଏ

ଏ ଗଛ ୩ ପ୍ରକାରର ===

୧. ଛୋଟ; ସୁଗନ୍ଧ —୧. Leucas Aspera.
୨. ବଡ, ଗନ୍ଧହୀନ —୨. Leucas Cephalotus.
୩. ଚିକ୍କଣ, ସୁଗନ୍ଧ —୩. Leucas Linifolia;

ଲକ୍ଷେ ବେଲ ପତ୍ର ଦିଲକ୍ଷ ଗୟସ ଶମ୍ଭୁ ଶିରେ ଚଢ଼ାଇଲି । - ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ବିପ୍ର
ବୈଦଶାସ୍ତ୍ର ଅନୁସାରେ ଏହା ରୁକ୍ଷ, ଉଷ୍ଣବୀର୍ଯ୍ୟ; ବାୟୁ ଓ ପିତ୍ତ— ବର୍ଦ୍ଧକ, ମଧୁରବିପାକ ଓ ଭେଦକ; ଏହା କଫ, ଆମ, କାମଳ, ଶୋଥ, ତମକଶାସ୍ତ୍ର ଓ କୃମିନାଶକ]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଗୟଳ ୨ (ଦେଖ) - Gayaḻa ୨ (See)