ଘଣ୍ଟି

ଉଇକିଅଭିଧାନ‌ରୁ

ଘଣ୍ଟି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଘଣ୍ଟ+କ୍ଷୂଦ୍ରାର୍ଥେ. ଇ)[ସମ୍ପାଦନା]

୧. ଅଳଙ୍କାରାର୍ଥ ବ୍ୟବହୃତ ସାନ ଘଣ୍ଟି; ଘାଗୁଡ଼ି — ୧. Small bells; tinkling small bells used as ornament.

କ୍ଷୂଦ୍ର ଘଣ୍ଟି ସମୁହ ନୁପୁର ହଂସକାଦି ନିନାଦରେ—କବିସୂର୍ଯ୍ୟ. ସଙ୍ଗୀତ

୨. ଦୁଷ୍ଟ ଗାଈ ବା ବଳଦଙ୍କ ବେକରେ ଓହୋଳିଥିବା ଶବ୍ଦକାରୀ କାଠ ବାଉଶଁ ଦ୍ୱୟ —୨. Sounding long tied to the neck of a vicious cow or bullock.
୩. ଦେବତା ପୂଜାବବେଳେ କାଂସ୍ୟନିର୍ମିତ ବାଦନଯନ୍ତ୍ର ବ୍ୟବହୃତ ହୁଏ —୩. A small bell which is rung during worship of a Deity.

[ଦ୍ରଷ୍ଟବ୍ୟ —ଏହା ଉଗୁଡ଼ା ହୋଇଥିବା ପାତ୍ର ପରି ଓ ଏହା ମଧ୍ୟରେ ଗୋଟିଏ ଢଙ୍କଣ ତାରଦ୍ୱାରା ଲଟକି ଥାଏ ଓ ଉପରେ ଗୋଟିଏ ବେଣ୍ଟ ଲାଗିଥାଏ ବେଣ୍ଟକୁ ଧରି ହଲାଇଲେ ଢଙ୍କଣଟି ଘଣ୍ଟିର କାନ୍ଥରେ ଆଘାତ କରିବାଦ୍ୱାରା ଉତ୍ପନ୍ନ ହୁଏ ଆଉ ଏକପ୍ରକାର ବେଣ୍ଟ ନ ଥିବା ଘଣ୍ଟି ମନ୍ଦିର ଆଦିରେ ଲଟକା ହୁଏ ଏବଂ ତାକୁ ହଲାଇଦେଲେ ଢଙ୍କଣଟି ଦୋହଲି ଘଣ୍ଟିର କାନ୍ଥିରେ ଆଘାତ କରିବାରୁ ଟଣଟଣ ଶବ୍ଦ ଉତ୍ପନ୍ନ ହୁଏ]

୪. ବନ୍ୟ ବୃକ୍ଷବିଶେଷ —୪. Cardia Macleodii. (Haines).

[ଦ୍ରଷ୍ଟବ୍ୟ —ଏହା ଛୋଟଗଛ; ଫୁଲ ଧାଳା; ପାହାଡ଼ମାନଙ୍କରେ ବିଶେଷ ଦେଖାଯାଏ ଏହାର କାଠ ଭାରି ଶକ୍ତ ଥିବାରୁ ଏହା ଜୂଆଳି ପ୍ରଭୂତି ପାଇଁ ଉପଯୋଗୀ]