ଘୁମୁରା

ଉଇକିଅଭିଧାନ‌ରୁ

ଘୁମୁରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ)[ସମ୍ପାଦନା]

୧. ଆନଦ୍ଧବାଦ୍ୟବିଶେଷ —୧. A kind of pitcher-like drum covered with skin on the face.

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ଲମ୍ୱମୁହା ମାଠିଆ ବା ବଡ଼ ସୋରେଇ ପରି ଏହାର ପଛଆଡ଼େ ଛୋଟ ଛିଦ୍ର ଓ ଭୁଣ୍ଡିଥାଏ ଏବଂ ଏହା ମୁହଁରେ ଗୋଧିତମ କେନ୍ଦୁଅଠାଦ୍ୱାରା ଲଗା ଯାଇଥାଏ ଓ ଦଉଡ଼ି—ଦ୍ୱାରା କସା ହୋଇ ବନ୍ଧା ହୋଇ ରହିଥାଏ ଘୁମୁରା ବଜାଇଲା— ବାଲା ଗୋଟାଏ ଜଙ୍ଘକୁ ଭୁଁଇରେ ପାତି ସେହି ଜଙ୍ଘ ଉପରେ ଏହାକୁ ରଖେ ଓ ଅନ୍ୟ ଜଘଂକୁ ଘୁମୁରାର କରରେ ଢିରା ଦେଇ ବସି ବଜାଏ ଘୁମୁରା ବାଜିବା ସଙ୍ଗେ ମୃଦଙ୍ଗ (ମାଦଳ) ମଧ୍ୟ ବଜା ହୁଏ ଦୀନକୃଷ୍ଣଙ୍କ ରସବିନେଦ, ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ କବିତା ଓ ସ୍ତତିର ପଦମାନ ଓ ଢଗଢମାଳି—ବଚନ ବୋଲିବାବେଲେ ବାଦ୍ୟକାର ଡାହାଣ ହାତ ଆଙ୍ଗୁଠିରେ ଘୁମୁରାକୁ ଠୁକାଉଥାଏ ଓ ୪୫ ପଦ ବୋଲିଲା ପରେ ଦୁଇ ହାତଦ୍ୱାରା ଘୁମୁରାର ନିର୍ଦ୍ଦିଷ୍ଟ ' କୁଟାଣ' ଓ ' ଛିଣ୍ଡାଣ' ଅନୁସାରେ ଚମ ଉପରେ ବଜାଏ ଏବଂ ଏକ ହପ୍ପା ଘୁମୁରାମାଡ଼ ପରେ ପୁଣି ୪୫ ପଦ ବୋଲେ ଘୁମୁରାର ଉତ୍କଟ, ଯଥା—'ଚେଇ ଚେଇ ଚେଇ ଚିଚ୍ଚା ଚେଇ, ଚିଚେଇ ଚିଚେଇ ଚିଚେଇଚା, ଆଉଥିଲେ ପାଏ ପକେଇଥା' ଏହିପରି ଅନେକ ଉକୁଟ ଅଛି ମୃଦଙ୍ଗର ଦୁଇ ମୁହଁ ଚମଡ଼ା ଛୁଆଣି; ମୃଚାରାର ଗୋଟିଏ ମୁହଁ ମେଲା ଓ ଅନ୍ୟ ମୁହଁ ଚମଡ଼ା ଛୁଆଣି]

୨. ଘୁମୁରିବା —୨. Making a muffled roar.
୩. ଘୁମୁରିବାର ଶବ୍ଦ — ୩. Muffled sound; cooing sound.
୪. ଘୁଙ୍ଗୁଡ଼ି ମାରିବାର ଶବ୍ଦ — ୪. Sound of snoring.
(ଘୁମୁରୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ଘୁଙ୍ଗୁଡ଼ା (ଦେଖ) - Ghuṇguṟḍ̠ā (See)